ଆଜିର ଅନୁଚିନ୍ତା: ଖାଲି ଦେଖନି ବୁଝିବାକୁ ବି ଚେଷ୍ଟାକର

Thought of the Day
Reading Time: < 1 minute

🎪🛕ଆଜିର ଅନୁଚିନ୍ତା🛕🎪
🍁🍁🍁🍁🍁🍁🍁🍁🍁🍁

➡️ହେଇପାରେ ହସୁଥିବା ମଣିଷର ହସ ମିଛ,ସେଥିପାଇଁ ମଣିଷକୁ ଖାଲି ଦେଖନି ତାଙ୍କୁ ବୁଝିବାକୁ ବି ଚେଷ୍ଟାକର ।

➡️ଯଦି ଆଳସ୍ଯରୁ ବାହାରିବାର ଅଛି ତାହେଲେ ପ୍ରଥମେ କିଛି ଛୋଟ କାମ ହାତକୁ ନିଅନ୍ତୁ ଆଉ ପୁରା କରନ୍ତୁ,ନିଜ ସଂକଳ୍ପ ଶକ୍ତି ବଢାନ୍ତୁ ତା’ପରେ ଧୀରେ ଧୀରେ କାମର କଠିନତା ବଢାନ୍ତୁ ଏବଂ କଷ୍ଟ କାମ ହାତକୁ ନିଅନ୍ତୁ ,ଦେଖିବେ ଆପେ ଆପେ ଆପଣଙ୍କ ଆଳସ୍ଯ ସଫଳତା ଆଡକୁ ଆଗେଇ ଚାଲିବ ।

➡️ଅନ୍ୟକୁ କ୍ଷମା କରିଦେବା ଆଉ କ୍ଷମା ମାଗିନେବା ଗୋଟେ ଶକ୍ତି,ଯାହା ସମସ୍ତଙ୍କ ପାଖରେ ନଥାଏ ।

➡️ଆମେ ଯେ କୌଣସି କର୍ମ କରିଲେ ମଧ୍ୟ ତାହାର ଫଳ ଆମକୁ ହିଁ ଭୋଗ କରିବାକୁ ପଡିଥାଏ ।ତେଣୁ କର୍ମ କରିବା ପୂର୍ବରୁ ଭଲ ଭାବରେ ବିଚାର କରିବା ଉଚିତ୍ ।

➡️ପରିଶ୍ରମ ଏଭଳି କରନ୍ତୁ ଯେ ଭାଗ୍ୟ ମଧ୍ୟ ପଥ ବଦଳାଇ ଶେଷରେ ସଫଳତାର ମୁକୁଟ ଆପଣଙ୍କୁ ପିନ୍ଧାଇବାକୁ ବାଧ୍ୟ ହେବ ।କୌଣସି କାମ ଅସମ୍ଭବ ନୁହେଁ,ଏହି ଚିନ୍ତାଧାରାରେ ଆଗକୁ ବଢିବା ଉଚିତ୍ ।

➡️ଚେହେରାର ଚମକ୍ ଆଉ ଘରର ଉଚ୍ଚତା ଉପରେ ଘମଣ୍ଡ କରନ୍ତୁ ନାହିଁ,ଘରର ବୁଢା ବୁଢି ଯଦି ଖୁସିରେ ରହିଥାଆନ୍ତି ତେବେ ବୁଝିବାକୁ ହେବ ଯେ ସେ ଘର ଗରିବର ନୁହେଁ ଧନୀର ।

➡️ପ୍ରେମ ଯଦି ସତ ହୋଇଥାଏ ତାହେଲେ ଯେତେ ଝଗଡ଼ା ହେଲା ପରେ ବି Relationship ଆହୁରି ମଜବୁତ୍ ହେଇଥାଏ ।

ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

🙏🏻 ଜୟ ଜଗନ୍ନାଥ🙏🏻

 

ଆଜିର ଅନୁଚିନ୍ତା: ଈର୍ଷା ହେବା ସ୍ବାଭାବିକ!?

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.