
🌻🌺🌸🌼🌸🌺🌻
➡️ ଏ ଜୀବନର ନିୟମବି ବଡ ଅଜବ ଗୋଟିଏ ଆଡୁ କହେ ଅପେକ୍ଷାର ଫଳ ମିଠା ହୋଇଥାଏ ତ ଅନ୍ୟ ଆଡୁ କହେ ସମୟ କାହାକୁ ଅପେକ୍ଷା କରେ ନାହିଁ କିନ୍ତୁ ଉଭୟ ସତ୍ୟ ନିଷ୍ଠାର ସହିତ କାର୍ଯ୍ୟ କରି ଚାଲିଲେ ଆଜି ବି ନ ହେଲେ କାଲି ସଫଳତା ନିଶ୍ଚୟ ପ୍ରାପ୍ତି ହେବ। ଅନ୍ୟ ପକ୍ଷରେ ଖାଲି ଭାଗ୍ୟ ଭରଷାରେ ବସିରହିଲେ ଜୀବନର ବହୁମୂଲ୍ୟ ସମୟକୁ ବି ହରାଇବାକୁ ପଡେ ll
➡️ ମୂଲ୍ୟ ପାଣିରେ ନ ଥାଏ ମୂଲ୍ୟ ଶୋଷରେ ଥାଏ ‘
ମୂଲ୍ୟ ଧୋକାରେ ନ ଥାଏ ମୂଲ୍ୟ ବିଶ୍ବାସରେ ଥାଏ ,
ମୂଲ୍ୟ କପଟରେ ନ ଥାଏ ମୂଲ୍ୟ ଦୟାରେ ଥାଏ ,
ଦୁନିଆରେ ସମସ୍ତେ ଭଲ ତ ପାଇ ଯିବେ ହେଲେ ପ୍ରେମର ମୂଲ୍ୟ ନଥାଏ ବିଶ୍ବାସର ମୂଲ୍ୟ ଥାଏ ll
➡️ ସେବା କରିବାର ଅଛି ତ ସମୟ ଦେଖନାହିଁ,।
ପ୍ରସାଦ ପାଇବାର ଅଛି ତ ସ୍ବାଦ ଦେଖ ନାହିଁ’।
ପ୍ରେମ କରିବାର ଅଛି ତ ସ୍ବାର୍ଥ୍ୟ ଦେଖନାହିଁ ,
ସାହାଯ୍ୟ କରିବାର ଅଛିତ ଖର୍ଛ କେତେ ହେବ ଭାବ ନାହିଁ ll
ଆଜିର ଦିନଟି ଆପଣଙ୍କର
ଶୁଭମୟ ଓ ମଙ୍ଗଳମୟ ହେଉ..!
☘️🌸🙏ଜୟ ଜଗନ୍ନାଥ🙏🌸☘️