
ଆମର ପୁରୁଷାର୍ଥ ଏବଂ ପରିଶ୍ରମ ଦ୍ବାରା ସୁଖ ପ୍ରାପ୍ତିର ସ୍ଥାୟୀ ଆନନ୍ଦ ତଥା ଆତ୍ମସନ୍ତୋଷ ପ୍ରାପ୍ତ ହୋଇଥାଏ ।ଅନ୍ଯକାହାଦ୍ବାରା ପ୍ରାପ୍ତିର ସୁଖ ସ୍ବଳ୍ପ ସମୟ ପର୍ଯ୍ୟନ୍ତ ସୁଖଦ ଅନୁଭୂତି ଦେଇଥାଏ,ମାତ୍ର ତାହାର ଅନ୍ତଃ ଦୁଃଖଦ ବା ବିପରୀତ ପରିସ୍ଥିତିକୁ ଆମନ୍ତ୍ରଣ କରିଥାଏ।
ଏଣୁ ସୁଖ ଦୁଃଖକୁ ସମାନ ବୁଝି ଆମେ ସଂଯମ,ଧର୍ଯ୍ୟ ଏବଂ ଆତ୍ମିୟତା ପାଳନ କରିବାକୁ ପଡିବ ।ଆମର ଜୀବନକୁ ଆମେ ଯେତେ ସଦଗୁଣ,ଆଦର୍ଶ ଏବଂ ମୂଲ୍ୟରେ ସମୃଦ୍ଧ ରଖିପାରିବା ତେବେ ଆମେ ଲୋକଙ୍କ ପ୍ରିୟ ହୋଇପାରିବା ସଂଗେ ସଂଗେ ପରମାତ୍ମାଙ୍କ ମଧ୍ୟ ପ୍ରିୟ ହୋଇପାରିବା।ତେବେ ଯାଇ ପ୍ରଭୁଙ୍କ କୃପା ଏବଂ ଅନୁଗ୍ରହ ଆମକୁ ମିଳିବ ।ଆମେ ସାମାଜିକତାକୁ ନୈତିକତା, ମାନବତା, ଆଦର୍ଶ ଓ ମୂଲ୍ୟରେ ପରିଭାଷିତ କରିବାକୁ ପଡିବ ତେବେ ଯାଇ ସମାଜରେ ସୁଖ-ଶାନ୍ତି ଏବଂ ସମୃଦ୍ଧିର ବାତାବରଣ ବିକଶିତ ହୋଇପାରିବ, ଯାହାକି ଆମ ସମସ୍ତଙ୍କ ପାଇଁ କଲ୍ୟାଣକାରୀ ହେବ ।
ଆମର ଚିନ୍ତାଧାରା ଯଦ୍ଯପି ସମୟେ ସମୟେ ଆମକୁ ସଚେଷ୍ଟ କରାଇଥାଏ କି ଆମେ ଆମର ଆଚରଣରେ ସ୍ବଚ୍ଛତା ରଖୁ, କିନ୍ତୁ ସ୍ବାର୍ଥବଶ ଆମେ ତାକୁ ନଜରଅଂଦାଜ କରିଥାଉ ।ଏହାହିଁ ଆମର ଦୋଷ ଅଟେ,ଯାହାର ବହୁମୁଲ୍ୟ ଆମକୁ ଜୀବନରେ ଦବାକୁ ପଡିଥାଏ ।ଆବଶ୍ୟକତାଗୁଡ଼ିକୁ ସିମୀତ କରିବାର ଅଭ୍ୟାସ କଲେ ନିରାଶ ହେବାକୁ ପଡି ନ ଥାଏ ।ଯେତେବେଳେ କୌଣସି ଆଶାର ଜନ୍ମ ହୋଇଥାଏ,ତା ସହ ନିରାଶ ମଧ୍ୟ ଅଦୃଶ୍ୟ ଭାବେ ସାଥିରେ ବିଦ୍ୟମାନ ରହିଥାଏ।ଆମର ଚେତନା ହିଁ ଆମର ଶକ୍ତି ଅଟେ ।ଏହି ଶକ୍ତି କୁ ଆମେ ଦୁରୁପଯୋଗ କରିବା ଉଚିତ୍ ନୁହେଁ ।ଏହା ଆମର ପ୍ରାଣତତ୍ତ୍ବ ଅଟେ,ଏହାର ଅଭାବରେ ଜୀବନ ନିରର୍ଥକ ହୋଇଯାଏ ।
ଆମର ଚେତନା ହିଁ ଆମର ଅସ୍ତିତ୍ବ ।ଆମେ ଆମର କର୍ମ ଦ୍ବାରା ତାହାର ଉତ୍କୃଷ୍ଟତା ପ୍ରଦାନ କରି ଆମର ଓ ସମାଜର କଲ୍ୟାଣ କରିପାରିବା ପାଇଁ ସକ୍ଷମ ହୋଇପାରିବା।କାରଣ ପ୍ରଭୁ ହିଁ ଆମ ଠାରୁ ଏହା ଆଶା କରିଥାନ୍ତି ଓ ଏଥିପାଇଁ କୌଣସି ନା କୌଣସି ରୁପରେ ଆମକୁ ନିର୍ଦେଶ ଦେଇଥାନ୍ତି ।ଚେତନା ହିଁ ପ୍ରାଣ ।ଆମର ଅସ୍ତିତ୍ବ ଏହା ବିନା ସମ୍ଭବ ନୁହେଁ ।ଚେତନା ହିଁ ଏହାର ମାଧ୍ୟମ ଯାହାକି ପରମାତ୍ମାଙ୍କ ବୋଧ କରାଇଥାଏ ।
ଆମର ସମସ୍ତ ସାଂସାରିକ କର୍ମ ଏବଂ ଆମର ମନ ସହିତ ସମସ୍ତ ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦ୍ରିୟ ଚେତନା ଦ୍ବାରା ହିଁ ସଂଚାଳିତ ହୋଇଥାଏ ।ପଞ୍ଚତତ୍ବରେ ଗଠିତ ଶରୀର ଚେତନା ଦ୍ବାରା ହିଁ ସଂପାଦିତ ହୋଇଥାଏ ।ଆମର ଆଧ୍ୟାତ୍ମିକ ଚିନ୍ତନ ଯେତେ ପ୍ରଖର ହେବ, ସେତିକି ଶୀଘ୍ର ଆମେ ଆମର ଚେତନାକୁ ଚିହ୍ନି ପାରିବା ଏବଂ ଆମର ଆଚରଣ ଓ ବ୍ଯବହାରରେ ଉତ୍କୃଷ୍ଟତା ଆଣିପାରିବା ।
🌼☘️🌸🙏ହରି ॐ🙏🌸☘️🌼