ଚାଣକ୍ୟ ବଚନ: ଅର୍ଥନୈତିକ ଅବସ୍ଥା ବିଷୟରେ ଅନ୍ୟକୁ ଜନାନ୍ତୁନି

chanakya-niti-UtkalOdisha
Reading Time: < 1 minute

ମହର୍ଷି ଚାଣକ୍ୟ ଏମିତି ଜଣେ ପ୍ରତିଭାବାନ ବ୍ୟକ୍ତି ଥିଲେ ଯିଏକି ତାଙ୍କର ଜ୍ଞାନ ଏବଂ ବୁଦ୍ଧି ଦ୍ବାରା ମାନବ ସମାଜରେ ଏକ ବିଶିଷ୍ଟ ପରିଚୟ ହାସଲ କରିଥିଲେ। ତାଙ୍କର ପ୍ରତିଟି ବାଣୀ ଓ ମତ ସମସ୍ତ ମାନବ ସମାଜ ପାଇଁ ଅନେକ ବିଶେଷ ଗୁରୁତ୍ଵ ବହନ କରେ ଏବଂ ତାଙ୍କର ବାଣୀ ସଦା ସର୍ବଦା ଗ୍ରହଣୀୟ ଅଟେ।

କାରଣ ଆଚାର୍ଯ୍ୟ ଚାଣକ୍ୟ ଯାହା ଉଲ୍ଲେଖ କରିଛନ୍ତି ତାହା ଅକ୍ଷରେ ଅକ୍ଷରେ ସତ ଏବଂ ଏହାକୁ ପାଳନ କରିବା ଓ ମାନିବା ଦ୍ବାରା ମଣିଷ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ ଓ ମଣିଷ ନିଜକୁ ପ୍ରତିଷ୍ଠିତ କରି ପରିଥାଏ ଏବଂ ଭିନ୍ନ ମାର୍ଗରେ ନିଜକୁ ପରିଚାଳିତ ମଧ୍ୟ କରିଥାଏ।

ତେବେ ଆସନ୍ତୁ ଜାଣିବା ମହର୍ଷି ଚାଣକ୍ୟ ଙ୍କ ମତରେ କେଉଁ ୪ ଟି କଥା ଅନ୍ୟକୁ କହିବା ଅନୁଚିତ୍। ନହେଲେ ଆପଣ ସମସ୍ୟାରେ ପଡି ପାରନ୍ତି।ତେବେ ଚାଣକ୍ୟ ଙ୍କ ଦ୍ଵାରା ରଚିତ ଗ୍ରନ୍ଥ ରେ ଥିବା ମହାନ୍ ବାଣୀ ଗୁଡ଼ିକ ମଣିଷର ସଫଳ ଜୀବନ ଯାପନ ପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ ଅଟେ। ଚାଣକ୍ୟ ଙ୍କ ମତରେ ବୁଦ୍ଧିମାନ ବ୍ୟକ୍ତି ଏହି ୪ କଥା କେବେବି କାହାକୁ କହିବା ଅନୁଚିତ।

➡️ ୧) ନିଜର ହଜି ଯାଇଥିବା ସମ୍ପତ୍ତି ଏବଂ ଖରାପ୍ ଆର୍ଥିକ ସ୍ଥିତି

🌹କେବେବି ନିଜର ଖରାପ୍ ଅର୍ଥନୈତିକ ଅବସ୍ଥା ବିଷୟରେ ଅନ୍ୟକୁ ଜନାନ୍ତୁନି ନହେଲେ ସେମାନେ ଆପଣଙ୍କୁ ସାହାଯ୍ୟ କରିବାକୁ ପଛଘୁଂଚା ଦେବେ।

➡️ ୨) ନିଜର ଦୁଃଖ କଷ୍ଟକୁ ଅନ୍ୟ ଆଗରେ ବଖାଣିବା

🌹ଆପଣଙ୍କ ଖରାପ୍ ସମୟ ବିଷୟରେ ଯଦି ଅନ୍ୟକୁ କହିବେ ତେବେ ସେମାନେ ଆପଣଙ୍କ ଠାରୁ ଦୂରତା ରକ୍ଷା କରିବେ। କାରଣ ହୁଏତ ଆପଣ ସେମାନଙ୍କୁ ସାହାଯ୍ୟ ମାଗି ପାରନ୍ତି ଆଉ ସେମାନେ ସାହାଯ୍ୟ ଦେବାକୁ ଚାହାନ୍ତି ନାହିଁ।

➡️ ୩) ନିଜ ସ୍ତ୍ରୀ ର ଚରିତ୍ର ବିଷୟରେ ଅନ୍ୟକୁ କହିବା

🌹ନିଜ ସ୍ତ୍ରୀ ର ଖରାପ୍ ଗୁଣ କିମ୍ବା କିଛି ମନ୍ଦ ଚରିତ୍ର ଥିଲେ ଅନ୍ୟ ଆଗରେ କୁହନ୍ତୁ ନାହିଁ ନହେଲେ ଆପଣ ନିଜେ ଅପମାନିତ ହେବେ ଏବଂ ଆପଣଙ୍କୁ ସମସ୍ତେ କମଜୋର ବୋଲି ଭାବିବେ। କାରଣ ନିଜ ସ୍ତ୍ରୀ ସହିତ ଆପଣ ଙ୍କ ବ୍ୟକ୍ତିତ୍ଵ ଉପରେ ବି ପ୍ରଶ୍ନବାଚୀ ଉଠିବ।

➡️ ୪) ନୀଚ୍ଚ ବ୍ୟକ୍ତିଙ୍କ ପାଖରୁ ପାଇଥିବା ଅପମାନ

🌹ଭୁଲରେ ବି ନୀଚ୍ଚ ବ୍ୟକ୍ତିଙ୍କ ପାଖରୁ ପାଇଥିବା ଅପମାନ ବିଷୟରେ କେବେ କାହାକୁ କୁହନ୍ତି ନାହିଁ। ଯାହା ଫଳରେ ଆପଣଙ୍କ ସାମାଜିକ ପ୍ରତିଷ୍ଠା ନଷ୍ଟ ହେବ ଏବଂ ଏହି ବିଷୟରେ ଅନ୍ୟ ମାନେ ଜାଣିଲା ପରେ ଆପଣ ମଧ୍ୟ ଅପମାନିତ ହେବେ।ତେଣୁ ଏହି ସବୁ କଥା ପ୍ରତି ଆପଣ ଧ୍ୟାନ ଦିଅନ୍ତୁ ଏବଂ ନିଜକୁ ସଫଳ ଏବଂ ସମୃଦ୍ଧ ବ୍ୟକ୍ତି ଭାବରେ ସମାଜରେ ପ୍ରତିଷ୍ଠା ହାସଲ କରନ୍ତୁ।

☘️🌸🙏ଜୟ ଶ୍ରୀରାଧା ମାଧବ🙏🌸☘️

 

☘️🌸🌼ଚାଣକ୍ୟ ବାଣୀ🌼🌸☘️ସର୍ବଦା ସୁଖ ଭୋଗ…

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x