
➡️ ଭଗବାନ ସମସ୍ତଙ୍କୁ ହୃଦୟ ତ ଦେଇଦେଲେ ଯଦି କାହା ହୃଦୟରେ କଣ ଅଛି ସେଇଟା ଜାଣିବାର ଶକ୍ତି ଦେଇଥାନ୍ତେ ତାହା ହେଲେ ହୁଏତ ଅଯଥା ଅଶାନ୍ତି ,ଅଯଥା ଅବିଶ୍ବାସ ଓ ଅଯଥା କଳହ କେବେ ସୁଷ୍ଟି ହୋଇନଥାନ୍ତା ll
➡️ ଶତ୍ରୁ ବନେଇବା ପାଇଁ କେବେ କାହା ସହ ଝଗଡା କରିବା ଆବଶ୍ୟକ ନାହିଁ କେବଳ ତୁମର ସଫଳତା ପାଇଗଲେ ବହୁତ ଲୋକ ତୁମର ଶତ୍ରୁ ହୋଇଯାଆନ୍ତି ll
➡️ ପକୃତରେ ସମ୍ପର୍କ ଘଣ୍ଟାର ଦୁଇଟି କଣ୍ଟା ପରି ହୋଇଥାଏ ।ସେମାନେ କେବଳ କିଛି ସମୟ ପାଇଁ ମିଳନ ହୁଅନ୍ତି କିନ୍ତୁ ସାରାଜୀବନ ସବୁବେଳେ ଏକାଠି ହୋଇ ରହନ୍ତି ll
➡️ ଆଖିଯାହାଦେଖେ ତାହା ମିଛ ହୋଇପାରେ ,କାନ ଯାହା ଶୁଣେ ତାହା ମିଛ ହୋଇପାରେ କିନ୍ତୁ ହୃଦୟ ଯାହା କହେ ତାହା କେବେ ମିଛ ହୋଇପାରେନା ଏଣୁ କିଛି ନିଷ୍ପତ୍ତି ନେବେ ପୂର୍ବରୁ ହୃଦୟର ଅନୁମୋଦନ ନିଅନ୍ତୁ କାହିଁକି ନା ଦୂର ପାହାଡ ଶୀର୍ଷରେ ଦେଖାଯାଉଥିବା ସବୁ ଧୂଅାଁ କୁହୁଡି ହୋଇନଥାଏ ତା ପାଖକୁ ଗଲେ ଅନୁଭବ କରିହୁଏ ଧୂଅାଁ କି କୁହୁଡି ll
➡️ ଜୀବନରେ ଖାଲି ପକେଟ,ପ୍ରତିକୂଳ ପରିବେଶ ଓ ଖରାପ ସମୟ ଯେଉଁ ଶିକ୍ଷା ଦେଇଯାଏ କେଉଁ ବିଶ୍ବ ବିଦ୍ୟାଳୟ ବି ଏମିତି ଶିକ୍ଷା ଦେଇପାରିବନି ll
➡️ ନିଜ ଲକ୍ଷ୍ୟକୁ ସେଇ ଲୋକମାନେ ହାସଲ କରନ୍ତି ଯେଉଁମାନେ ପ୍ରତି ମୂହୁର୍ତ୍ତରେ ହେଉଥିବା ଭୁଲକୁ ସୁଧାରିବାକୁ ଚେଷ୍ଟା କରନ୍ତି ll
➡️ ନଦୀରେ ପଡିଲେ କେବେ କାହାର ମୃତ୍ୟୁ ହୋଇନ ଥାଏ । ମୃତ୍ୟୁ ତ ସେତେବେଳେ ହୋଇଥାଏ ଯେତେବେଳେ ତାକୁ ପହଁରିବା ଆସିନଥାଏ ଠିକ୍ ସେହିପରି ପରିସ୍ଥିତି କେବେ ଆମ ପାଇଁ ସମସ୍ୟା ବନି ନ ଥାଏ,ସମସ୍ୟାତ ସେତେବେଳେ ଆସିଥାଏ ଯେତେବେଳେ ପରିସ୍ଥିତି ସହିତ ଲଢିବା ଆସି ନ ଥାଏ ll
☘️🌸🙏ଜୟ ଜଗନ୍ନାଥ🙏🌸☘️