🎪🛕ଆଜିର ଅନୁଚିନ୍ତା🛕🎪ସୁଖ ଓ ଦୁଃଖ ଚକ୍ର ପରି ଘୂରୁଥାନ୍ତି

Thought of the Day
Reading Time: < 1 minute

🍁🍁🍁🍁🍁🍁🍁🍁🍁🍁

➡️କାମ,କ୍ରୋଧ,ଲୋଭ,ଜିଭର ସ୍ବାଦ,ଶୃଙ୍ଗାର,ଖେଳ କୌତୁକ,ବେଶି ଶୋଇବା ଓ ଅତ୍ୟଧିକ ସେବା ଏହି ଆଠଟିକୁ ମନୁଷ୍ୟ ପରିତ୍ଯାଗ କରିବା ଉଚିତ୍ ।
➡️ଧନ , ଜୀବନ ଓ ଯୌବନ ପାଇଁ ଗର୍ବ କର ନାହିଁ,କାରଣ ନିମିଷକରେ କାଳ ( ସମୟ )ସେ ସବୁକୁ ହରଣ କରିନିଏ ।

➡️ସୁଖ ବା ଦୁଃଖ ଯାହା ଆସିବ ତାକୁ ସହ୍ଯ କରିବାକୁ ପଡିବ ।ସୁଖ ଓ ଦୁଃଖ ଚକ୍ର ପରି ଘୂରୁଥାନ୍ତି ।

➡️ସୁନାର ହରିଣ ଜନ୍ମିବା ଅସମ୍ଭବ ।ତଥାପି ଭଗବାନ ରାମଚନ୍ଦ୍ର ସୁନାର ହରିଣ ପାଇଁ ଲୋଭ ପରବଶ ହୋଇଥିଲେ ।ବିପଦକାଳ ଉପସ୍ଥିତି ହେଲେ ଜ୍ଞାନୀ ଲୋକ ମଧ୍ୟ କର୍ତ୍ତବ୍ୟ ବିଚାର ଶୂନ୍ୟ ହୋଇପଡ଼ନ୍ତି ।

➡️ସୁନ୍ଦର ମିଶୁଥିବା ପଳାଶଫୁଲ ବାସ୍ନା ନଥିବାରୁ ଯେପରି ଆଦର ପାଇ ନଥାଏ ସେହିପରି ରୂପ ଓ ଯୌବନ ଦ୍ଵାରା ବିଭୂଷିତ ଏବଂ ଆଭିଜାତ୍ଯସମ୍ପନ୍ନ ବିଶାଳ ବଂଶରେ ଜନ୍ମ ଲାଭ କରିଥିଲେ ମଧ୍ୟ ବିଦ୍ଯା ହୀନ ବ୍ଯକ୍ତି ଶୋଭା ପାଇପାରେ ନାହିଁ ।

➡️କାଠ ଦଣ୍ଡଟିଏ ନ ପଶିଲେ କୁରାଢୀ ଯେପରି ଗଛକୁ କାଟିପାରେ ନାହିଁ,ସେହିପରି ନିଜ ଲୋକ ସମ୍ପୃକ୍ତ ନଥିଲେ ଭିତରର ଭେଦ କଥା ବାହାରେ ପ୍ରଘଟ ହୁଏ ନାହିଁ ।

🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!

🙏🏻 ଜୟ ଜଗନ୍ନାଥ🙏🏻

 

💖 ଆଜିର ଅନୁଚିନ୍ତା 💖କର୍ମ ଜଗତରେ ରହି କର୍ତ୍ତବ୍ୟରେ ଅବହେଳା…

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x