
👉୪୦ ବର୍ଷ ରେ ଉଚ୍ଚ ଶିକ୍ଷିତ ଓ ଅର୍ଦ୍ଧ ଶିକ୍ଷିତ ଭିତରେ ବିଶେଷ କିଛି ପାର୍ଥକ୍ୟ ନଥାଏ । ବେଳେବେଳେ ମୂର୍ଖ ଲୋକମାନେ ମଧ୍ୟ ଶିକ୍ଷିତମାନଙ୍କ ଠାରୁ ବେଶୀ ଅର୍ଥ ରୋଜଗାର କରନ୍ତି ।
👉୫୦ ବର୍ଷରେ ସୁନ୍ଦର ଓ ଅସୁନ୍ଦର ସବୁ ସମାନ । ଆପଣଙ୍କ କମନୀୟ ରୂପକାନ୍ତି ଫିକା ପଡିଯାଏ । ଯେତେ ସୁନ୍ଦର ହୁଅନ୍ତୁ ନା କାହିଁକି, ଆପଣଙ୍କ ମୁଖ ମଣ୍ଡଳ ରେ wrinkles ଓ କଳା ଚିହ୍ନ ଆସେ, ଚେଷ୍ଟା କଲେବି ଆପଣ ଏହାକୁ ଲୁଚାଇ ପାରିବେ ନାହିଁ ।
👉୬୦ ବର୍ଷରେ ଉଚ୍ଚ ପଦବୀ, ନିମ୍ନ ପଦବୀ ଦୁଇଟି ଯାକ ଏକା କଥା । ଅବସର ଗ୍ରହଣ ପରେ, ଜଣେ ପିଅନ ମଧ୍ୟ ତାର ଅଫିସରକୁ ଚାହିଁବାକୁ ପସନ୍ଦ କରିନଥାଏ ।
👉୭୦ ବର୍ଷ ରେ ବଡଘର ଓ ଛୋଟ ଘରର ମାନେ କିଛି ନଥାଏ। ଶରୀର ଅବଶ ହୁଏ । ଆଣ୍ଠୁ ଯନ୍ତ୍ରଣା ବଢେ । ଇନ୍ଦ୍ରିୟମାନେ ଶକ୍ତିହୀନ ହୁଅନ୍ତି । ସ୍ମୃତି ଶକ୍ତି ହ୍ରାସ ପାଏ । କେବଳ ବସିବା ପାଇଁ ଛୋଟିଆ ଜାଗା ଖଣ୍ଡେ ଦରକାର ହୁଏ ।
👉୮୦ ବର୍ଷରେ ଅର୍ଥ ଥାଉ କି ନଥାଉ, କିଛି ଫରକ ନାହିଁ ପାଖରେ ପ୍ରଚୁର ଅର୍ଥ ଥିଲେବି ,ଆପଣ ନିଜ ଇଛାରେ କିଛି ଖର୍ଚ୍ଚ କରିପାରିବେ ନାହିଁ । ଜୀବନବ୍ୟାପୀ ଆହରଣ କରିଥିବା ଜ୍ଞାନ ବିସ୍ମୃତି ଗର୍ଭରେ ଲୀନ ହେବ ।
👉୯୦ ବର୍ଷରେ ଶୋଇବା ଚେଇଁବା ଏକକଥା । ନିଦରୁ ଉଠି କଣ କରିବେ ଆପଣ ନିଜେବି ଜାଣି ପାରିବେ ନାହିଁ ।
ଶେଷରେ ମୋ ବୟସର ବନ୍ଧୁ ମାନଙ୍କୁ ପଦେ ।
👉ଜୀବନକୁ ଭଲ ପାଆନ୍ତୁ ।
👉ବୃଥା ଅହଂକାର କରନ୍ତୁ ନାହିଁ।
👉ସବୁ ଦୁଶ୍ଚିନ୍ତାକୁ ଦୁରେଇ ଦେଇ ଜୀବନ ର ଭରପୁର ମଜା ଉଠାନ୍ତୁ ।
👉କଷ୍ଟ ଅର୍ଜିତ ଧନକୁ ନିଜ ଇଛା ଅନୁଯାୟୀ ଖର୍ଚ୍ଚ କରନ୍ତୁ ।
👉ବୟସ୍କ ସନ୍ତାନ ମାନଙ୍କୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଅନ୍ତୁ । ସେମାନଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରନ୍ତୁ ନାହିଁ ।
👉ଜୀବନର ଅନ୍ତିମ କ୍ଷଣ, ଯେ କୌଣସି ସମୟରେ ଆସିପାରେ, ଏକଥା ମନେ ରଖନ୍ତୁ ।
👉ଅନ୍ୟର ଦୋଷତ୍ରୁଟି ନଖୋଜି ନିଜର ଖୋଜନ୍ତୁ ।
👉କାହାକୁ ମାନସିକ କଷ୍ଟ ଦିଅନ୍ତୁ ନାହିଁ ।
👉ଧର୍ଯ୍ୟ,ଦୟା, କ୍ଷମା ଓ ବିନମ୍ରତା ଓ ପରୋପକାର ଗୁଣ ଆଦିର ଅଧିକାରୀ ହୁଅନ୍ତୁ । କାରଣ ଏହି ଗୁଣ ଗୁଡିକୁ ବାର୍ଦ୍ଧକ୍ୟ ଆଦୌ ସ୍ପର୍ଶ କରେ ନାହିଁ ।
🌸💐ଜୟ ଜଗନ୍ନାଥ💐🌸