
➡️ କର୍ମ ଜଗତରେ ରହି କର୍ତ୍ତବ୍ୟରେ ଅବହେଳା କରିବା ବିଷମ ଅପରାଧ । ସମାନ୍ୟ କର୍ତ୍ତବ୍ୟରେ ଯାହାଙ୍କର ଅବହେଳା, ତାଙ୍କଦ୍ୱାରା ଜଗତର କୌଣସି କାର୍ଯ୍ୟ ସାଧିତ ହୋଇପାରେ ନାହିଁ । ତେଣୁ ପାଳିନି ଶକ୍ତିର ଦେବତାମାନେ ବିରୋଧୀ ହୁଅନ୍ତି । ଦେହୀ ଓ ଦେହ ଚିରକାଳ ଭିନ୍ନ । ଅତଏବ ନିଜକୁ ଦେହରୁ ପୃଥକ୍ ଭାବରେ ଅନୁଭବ କରିବା ହିଁ ସାଧନା । ଯୋଗ ସାଧନାରେ ଏହି ଶକ୍ତି ପ୍ରଥମେ ଅର୍ଜିତ ହୁଏ ।।
➡️ ହାତୀର ଦାନ୍ତ ଅଛି ମାତ୍ର ଖାଦ୍ୟ ଖାଇବାରେ ସେ ଦାନ୍ତ କାମ ଦିଏ ନାହିଁ । ବାହାରେ ଭଲ ଭିତରେ ଖରାପ ହୋଇପାରେ । ଯେଉଁମାନେ ଉପରେ ଉପରେ ସହାନୁଭୂତି ଦେଖାନ୍ତି ଭିତରେ ଚେର କାଟନ୍ତି ସେମାନଙ୍କ ଠାରୁ ଦୂରେଇ ରହିବା ଭଲ ।।
➡️ ଜୀବନ ଓ ସମୟ ମଣିଷର ସର୍ବଶ୍ରେଷ୍ଠ ଗୁରୁ | ଜୀବନ ଆମକୁ ସମୟକୁ ଉପଯୋଗ କରିବା ଶିଖାଏ ଏବଂ ସମୟ ଆମକୁ ଜୀବନର ମୂଲ୍ୟ ବତାଏ ||
➡️ ଆନନ୍ଦରେ କେବେ ବଚନ ଦିଅ ନାହିଁ, କ୍ରୋଧରେ କେବେ ଉତ୍ତର ଦିଅନ୍ତୁ ନାହିଁ ଆଉ ଦୁଃଖରେ କେବେ ନିର୍ଣ୍ଣୟ ନିଅନ୍ତୁ ନାହିଁ ।।
➡️ ପରିଶ୍ରମ ପାହାଚ ଭଳି ହୋଇଥାଏ ଆଉ ଭାଗ୍ୟ ଲିଫ୍ଟ ଭଳି ,କେଉଁ ମୁହୂର୍ତ୍ତରେ ବି ଲିଫ୍ଟ ବନ୍ଦ ହୋଇଯାଇ ପାରେ ହେଲେ ପାହାଚ ସବୁବେଳେ ଉଚ୍ଚତାକୁ ନେଇଯାଇ ଥାଏ ||
➡️ ନିଜର ଶକ୍ତି ସହିତ ଲଢ଼ , ଅନ୍ୟ କାହାର ଦୁର୍ବଳତା ସହିତ ନୁହେଁ କାରଣ ପ୍ରକ୍ରୁତ ସଫଳତା ନିଜ ପ୍ରୟାସ ଉପରେ ନିର୍ଭର , ଅନ୍ୟର ପରାଜୟରେ ନୁହେଁ ||
ଆଜିର ଦିନଟି ଆପଣଙ୍କର
ଶୁଭମୟ ଓ ମଙ୍ଗଳମୟ ହେଉ..!
☘️🌸🙏 ଜୟ ଜଗନ୍ନାଥ🙏🌸☘️