ଅମୃତ ବାଣୀ: ନିଜର ଖାଦ୍ୟକୁ ଔଷଧ ଭଳି ଖାଅ

Spiritual Thoughts
Reading Time: < 1 minute

ନିଜର ସନ୍ତାନଙ୍କୁ ଧନୀ ହେବା ପାଇଁ ଶିକ୍ଷିତ କରାଅ ନାହିଁ। ସେମାନଙ୍କୁ ସନ୍ତୁଷ୍ଟ ରହିବା ପାଇଁ ଶିକ୍ଷା ଦିଅ। ଫଳରେ, ସେମାନେ ବଡ଼ହେଲେ ପଦାର୍ଥର ମୂଲ୍ୟ ବୁଝିବେ, ଦର ନୁହେଁ।

➡️ ନିଜର ଖାଦ୍ୟକୁ ଔଷଧ ଭଳି ଖାଅ। ନଚେତ୍‌, ଔଷଧକୁ ଖାଦ୍ୟ ଭଳି ଖାଇବାକୁ ବାଧ୍ୟ ହେବ।

➡️ ଯିଏ, ତୁମକୁ ଶ୍ରଦ୍ଧା କରେ, ସେ କେବେ ହେଲେ ସଙ୍ଗ ଛାଡ଼ିବନାହିଁ। କାରଣ, ପରିତ୍ୟାଗର ଶହେ କାରଣ ତୁଳନାରେ ସଙ୍ଗ ଦେବାର ଗୋଟିଏ କାରଣ ବଡ଼ ଓ ଯଥାର୍ଥ।

➡️ ମଣିଷ ଓ ମାନବିକତା ମଧ୍ୟରେ ଆକାଶ-ପାତାଳ ପାର୍ଥକ୍ୟ। କ୍ୱଚିତ୍‌ କେହି ଏହା ବୁଝନ୍ତି। ମଣିଷ ଜନ୍ମ ଓ ମୃତ୍ୟୁରେ ଆଦର ପାଏ। ଏହି ସମୟ ମଧ୍ୟରେ ଆଦର ପାଇବା ପାଇଁ ନିଜେ ନିଜକୁ ପ୍ରସ୍ତୁତ କର। ଯଦି ବେଗରେ ଯିବାକୁ ଚାହୁଁଛ, ଏକଲା ଚାଲ। ଆଉ ଯଦି ଦୂରକୁ ଯିବାକୁ ଚାହୁଁଛ, ଏକାଠି ଚାଲ।

➡️ ବିଶ୍ୱର ଛଅ ଶ୍ରେଷ୍ଠ ଚିକିତ୍ସକ: ସୂର୍ଯ୍ୟ କିରଣ, ବିଶ୍ରାମ, ବ୍ୟାୟାମ, ଖାଦ୍ୟ, ଆତ୍ମ-ବିଶ୍ୱାସ ଓ ବନ୍ଧୁ। ସାରା ଜୀବନ ସୁସ୍ଥ-ସମର୍ଥ ରହିବା ପାଇଁ ଏହା ହିଁ ଲୋଡ଼ା।

➡️ ଚନ୍ଦ୍ରକୁ ଦେଖିଲେ ଭଗବାନ୍‌ଙ୍କ ସୌନ୍ଦର୍ଯ୍ୟ ଆଖିରେ ପଡ଼େ, ଏବଂ ସୂର୍ଯ୍ୟକୁ ଦେଖିଲେ, ତାଙ୍କର ଶକ୍ତି। ଦର୍ପଣକୁ ଦେଖିଲେ, ତାଙ୍କର ସୃଷ୍ଟି। ତେଣୁ, ନିଜ ଉପରେ ବିଶ୍ୱାସ ରଖ। ଆମେ ସମସ୍ତେ ପର୍ଯ୍ୟଟକ ଏବଂ ଭଗବାନ୍‌ ପଥ-ପ୍ରଦର୍ଶକ। ସେ ସବୁ କିଛି ଆଗରୁ ଯୋଜନା କରିରଖିଛନ୍ତି। କେବଳ ତାଙ୍କୁ ବିଶ୍ୱାସ କଲେ, ଜୀବନ ଯାତ୍ରାରେ ସଫଳ ହେବ।📖✍️

. ☘️🌸🙏ଜୟ ଜଗନ୍ନାଥ🙏🌸☘️

🙏🌹🦆🙏🌹🦆🙏🌹🦆🙏🌹

 

☘️🌸🌼🕉️ମହତ ବାଣୀ🕉️🌼🌸☘️ସକଳ କର୍ତ୍ତବ୍ୟର ମୂଲ୍ୟ ଏକ…

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.