
‘ପାପ ମୋ’ ନିକଟକୁ ଆସିବ ନାହିଁ’ ଏହିପରି ଭାବି ପାପ ପ୍ରତି ଅବମାନନା ଦେଖାଇବା ଅନୁଚିତ । ବିନ୍ଦୁ ବିନ୍ଦୁ ଜଳ ପଡି ଜଳ କୁମ୍ଭ ପୂର୍ଣ୍ଣ ହୋଇଯାଏ । ପାପର ଅଳ୍ପ ଅଳ୍ପ ଆହରଣ କରି ମୂର୍ଖ ପାପରେ ପୂର୍ଣ୍ଣ ହୋଇଯାଏ । ( ବୁଦ୍ଧଦେବ )
➡️ ପରିଶ୍ରମ ହେଉଛି ସୁନାର ଚାବିକାଠି, ତାହା ଭାଗ୍ୟର ଫାଟକକୁ ଖୋଲିଦିଏ । ( ଚାଣକ୍ୟ )
➡️ ଯେଉଁ ଆଖି ଗୋଲାପ ଦେଖିଛି ତାହା କଂଟା ଦେଖିବାରେ ମଧ୍ୟ ଅଭ୍ୟସ୍ତ ହେବା ଉଚିତ୍ l
( ରବିନ୍ଦ୍ରନାଥ ଠାକୁର )
➡️ ପରର ଦୋଷ ଦେଖିବା ପୂର୍ବରୁ ନିଜର ଦୋଷ ସଂଶୋଧନ କରିବା ଉଚିତ୍ । ( ଗାନ୍ଧିଜୀ )
➡️ ଅନ୍ୟ ଦେଶ ପଶୁବଳର ଉପାସକ ହୋଇ ଆସିଛି । ଭାରତବର୍ଷ ଆଧ୍ୟାତ୍ମିକ ବଳରେ ବିଜୟୀ । ( ଗାନ୍ଧିଜୀ )
➡️ ସମୟ ନଷ୍ଟ କରିବାଠାରୁ ଅପବ୍ୟୟ, ଏ ସଂସାରରେ ଆଉ କିଛି ନାହିଁ । ( ଥିଓଫେସିଟ୍ସ )
➡️ ଯେଉଁମାନଙ୍କର ମନ ଛୋଟିଆ, ସେମାନଙ୍କୁ ଛୋଟିଆଟି ବଡ ଜଣାପଡେ । ( ଗୋଲ୍ଡ ସ୍ମିଥ )
➡️ ମନୁଷ୍ୟ ବଂଚିବା ପାଇଁ ଖାଉ, ମାତ୍ର ଖାଇବା ପାଇଁ ନ ବଂଚୁ । ( ଗାନ୍ଧିଜୀ )
➡️ ଯାହାର ଚକ୍ଷୁ ନଷ୍ଟ ସେ ଅନ୍ଧ ନୁହେଁ । ଯେ ନିଜର ଦୋଷ ଛପେଇ ରଖେ ସେ ଅନ୍ଧ । ( ଶ୍ରୀ ଅରବିନ୍ଦ )
➡️ ମନୁଷ୍ୟ ହୃଦୟର ପାଗଳାମୀର ଅନ୍ୟ ନାମ ହେଉଛି, ଘୃଣା । ( ବାଇରନ )
➡️ ପରମେଶ୍ୱର ଅବଶ୍ୟ ପୂଜ୍ୟ ଅଟନ୍ତି, କିନ୍ତୁ ମନୁଷ୍ୟଠାରୁ ଅଧିକ ନୁହଁନ୍ତି । ( ବିନୋବାଜୀ )
➡️ ଆମ ଗାଡିର ଚାଳକ ପରମେଶ୍ୱର, ସେଥିରେ ବସିବା ପାଇଁ ଯେ ପର୍ଯ୍ୟନ୍ତ ଆମର ଶ୍ରଦ୍ଧା ଥିବ ତାହା ନିଶ୍ଚୟ ଚାଲିଥିବ । ( ମୁକ୍ତେଶ )
ଦାନ କରି ସାରିବା ପରେ ବ୍ୟକ୍ତିର ଯେତିକି ବାକି ରହିଲା ତାହାହିଁ ଅମୃତ ସମାନ ଖାଦ୍ୟ । ( ବିନୋବାଜୀ )
➡️ ସବୁଠାରୁ ବଡ ଅଜ୍ଞତା ହେଲା, ଗୋଟିଏ ବିଷୟରେ ଖୁବ୍ ଜାଣିଛ ବୋଲି ଗର୍ବ କରିବା । ( ଜେଟେଲର )
➡️ କୌଣସି କାମରେ ବିଫଳ ହୋଇ ଯେ ଆତ୍ମହତ୍ୟା କରେ ସେ ଜ୍ଞାନହୀନ, ଅର୍ଥାତ୍ ପଶୁ । ( ବାପୁଜୀ )
➡️ ଦୁର୍ଗୁଣଯୁକ୍ତ ହୋଇଲେ ବ୍ରାହ୍ମଣ-ମନ୍ତ୍ର ଜଣା ହୁଏ ତା’ ଅକାରଣ, ଦାସଙ୍କ ସହିତ ସେହୁ ସମାନ-ଯୋଗ୍ୟ ହୁଏ ଶୁଦ୍ର ଫକ୍ତି ଭୋଜନ ଦେବ କର୍ମେ ନୁହଁନ୍ତି ପ୍ରୟୋଜନ ( ମହାଭାରତ ସୂକ୍ତି ସଂଚୟନ )
➡️ ପଥର ଭିତରେ ପାଣି ଝର ଭଳି ପଥର ହୃଦୟ ତଳେ କରୁଣା ଥାଏ । ତାକୁ ବାହାର କରିବା ସକାଶେ ଉତ୍ତମ ଗୁରୁ ଲୋଡା ।
➡️ ସଂପଦ ତୁଳନାରେ ଜ୍ଞାନ ଉତ୍ତମ । କାରଣ ମଣିଷକୁ ଧନ କଥା ବୁଝିବାକୁ ପଡେ; କିନ୍ତୁ ଜ୍ଞାନ ମଣିଷ କଥା ବୁଝେ ।
➡️ ତ୍ୟାଗର ମହିମା ଅତୁଳନୀୟ । କିନ୍ତୁ ତ୍ୟାଗୀ ମନରେ ପ୍ରତ୍ୟାଶା ରହିଲେ, ସେ ତ୍ୟାଗ ମୂଲ୍ୟହୀନ ।
☘️🌸🙏ଜୟ ଜଗନ୍ନାଥ🙏🌸☘️