☘️🌸🌼🕉️ଅମୃତ ବାଣୀ🕉️🌼🌸☘️🌷🌻 ତାରିଖ:-08.11.2020🌻🌷 ରବିବାର

Ahimsa-Nonviolence
Reading Time: < 1 minute

ଅହିଂସା ହିଁ ପରମ ଧର୍ମ ଅଟେ । ହିଂସା କେବଳ କାମନା ର ବିଫଳତା ଅଟେ, କାମନା ହିଁ ଦୁଃଖ ର କାରଣ । କାମନା ର ବିନାଶ ରେ ହିଁ ଦୁଃଖ ର ବିନାଶ ଅଟେ । ଅନ୍ୟ ପ୍ରତି କେବେ ମଧ୍ୟ ଇର୍ଷାନିତ ହେବା ଉଚିତ ନୁହେଁ । କାରଣ ଇର୍ଷା ର ଅଗ୍ନି ଠାରୁ ତୀବ୍ର ଅନ୍ୟ କୌଣସି ଅଗ୍ନି ଏହି ସଂସାର ରେ ନାହିଁ ।

➡️ନିଜକୁ ସର୍ବଦା ଇର୍ଷା ରୁ ଦୁରେଇ ରଖି ଯେତିକି ଆବଶ୍ୟକ ସେତିକି ରେ ଖୁସି ରହିବା ଆବଶ୍ୟକ । ଯଦି କୌଣସି ସ୍ଥାନ ରେ ଆପଣଙ୍କୁ ନିନ୍ଦା ମିଳୁଛି ତେବେ ସେ ସ୍ଥାନ କୁ ସେ ପର୍ଯ୍ୟନ୍ତ ପରିତ୍ୟାଗ କରନ୍ତୁ ନାହିଁ ଯେ ପର୍ଯ୍ୟନ୍ତ ସେହି ଲୋକ ମାନେ ଆପଣଙ୍କ ପ୍ରଶଂସା ନିଜ ମୁଖରୁ କରି ନାହାଁନ୍ତି ।

➡️ କାର୍ଯ୍ୟ ସିଦ୍ଧି ପୂର୍ବରୁ ଆପଣ ଅନେକ କଥା କୁହନ୍ତି, ଯଦି ଆପଣ ସେମାନଙ୍କ ଉପରେ କାର୍ଯ୍ୟ ନକରନ୍ତି ତେବେ ଆପଣଙ୍କ ଜୀବନ ମୂଲ୍ୟହୀନ ହୋଇଯିବ । ସମାଜ ରେ କିଛି କହିବା ପୂର୍ବରୁ ତାହାକୁ ନିଜେ ପାଳନ କରିବା ଉଚିତ । ଶ୍ରଦ୍ଧା ରେ ସ୍ନେହ ରେ ଯେଉଁ ଔଷଧ ରହିଛି ତାହା ଯେ କୌଣସି ହୃଦୟର ଗଭୀର କ୍ଷତକୁ ମଧ୍ୟ ଠିକ କରି ପାରିବ । ଆପଣ ନିଜେ, ସମଗ୍ର ବ୍ରହ୍ମାଣ୍ଡର ଯେକୌଣସି ବ୍ୟକ୍ତି, ତୁମର ପ୍ରେମ ଏବଂ ସ୍ନେହର ଯୋଗ୍ୟ ଅଟେ । କାରଣ ପରମାତ୍ମା ସଭିଙ୍କ ମଧ୍ୟରେ ଅଛନ୍ତି । ପ୍ରେମ ଦେଲେ ହିଁ ପ୍ରେମ ପ୍ରତିଫଳନ ହୋଇ ତୁମ ପାଖକୁ ଆସିବ ।

➡️ ନିରବଚ୍ଛିନ୍ନ ଉଦ୍ୟମ ଓ ଉଦ୍ୟୋଗ ହିଁ ମହତ ସାଧନା ।

➡️ ଯେଉଁ ବ୍ୟକ୍ତି ଅନ୍ୟର ସୁଖ ପାଇଁ କଷ୍ଟ ସହିଥାଏ l ଯାହାର ସେବା ଆବଶ୍ୟକ ସେବା କରିଥାଏ l ଦିନ ଦୁଃଖୀ ଈଶ୍ୱର ମନେକରି ନିଜର ସର୍ବସ୍ବ ଅର୍ପଣ କରିଥାଏ l ସେ ହିଁ ଶ୍ରେଷ୍ଠ, ସେ ହିଁ ପବିତ୍ର ଅଟେ।

.

☘️🌸🙏ଜୟ ଜଗନ୍ନାଥ🙏🌸☘️

🙏🌹🦆🙏🌹🦆🙏🌹🦆🙏🌹

🔮🌹 Always With You 🌹🔮

 

ଅମୃତ ବାଣୀ: ନିଜର ଖାଦ୍ୟକୁ ଔଷଧ ଭଳି ଖାଅ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.