
🌻🌺🌸🌼🌸🌺🌻
✍️ ସମାଧାନର ରାସ୍ତା ସବୁବେଳେ ରହିଛି। କେବଳ ନିଜେ ନିଜର ଗର୍ବ, ଅହଙ୍କାର, ଅଜ୍ଞତାର ଚଷମା ଖୋଲି ସତ୍ୟ, ଧର୍ମ, ଶାସ୍ତ୍ରୀୟ ବିଚାରର ଆଶ୍ରୟ ନେବାର ଦରକାର ଅଛି।
➡️ ମାୟା ମୋହରେ ଅନ୍ଧ ବ୍ୟକ୍ତି ଆଗତ ଭବିଷ୍ୟତ କୁ ଦେଖି ପାରେ ନାହିଁ। ଏହା ଭବିଷ୍ୟତରେ ମହାଭାରତ ସୃଷ୍ଟି କରେ।
➡️ ଏ ସଂସାରରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନକୁ ପରିବର୍ତ୍ତନ କରିବାର ଇଚ୍ଛା ରଖିଥାନ୍ତି, କି ମୋ ଜୀବନକୁ ମୁ ଏଭଳି ଭାବରେ ଗଢିବି, କିନ୍ତୁ ପରିବର୍ତ୍ତନ ହେବା ପାଇଁ ଆମେ ନିଜକୁ ବହୁତ ବିଳମ୍ବ କରିଦେଉ, ଫଳରେ ଆମକୁ ପରିବର୍ତ୍ତନ ହେବା ପାଇଁ ଆଉ ସମୟ ହିଁ ମିଳେନାହିଁ। ତେଣୁକରି ତ ଆମକୁ ନିରାଶ ର ଜୀବନ ବିତେଇବାକୁ ପଡେ ଏଣୁ ସର୍ବଦା ଆପଣ ଯାହା ଭାବନ୍ତି, ତାକୁ ଏବେ ହିଁ କରନ୍ତୁ , ନଚେତ ଆଉ କେବେ ହେଲେ କରିହେବ ନାହିଁ।
➡️ ସବୁକିଛି ସବୁ ସମୟରେ ନିର୍ଭୁଲ ଭାବରେ ଚାଲିଥାଏ, କିନ୍ତୁ ନିଜ ଅସ୍ତିର ମନ କାରଣରୁ ଆମକୁ ବେଳେବେଳେ ସବୁ କିଛି ଭୁଲଭାଲ ଭଳି ଅନୁଭବ ହୁଏ। କିନ୍ତୁ ବାସ୍ତବରେ ଭୁଲଭାଲ ଦୁନିଆରେ ନୁହେଁ ବରଂ ଆମ ନିଜ ମନରେ ଚାଲିଥାଏ, ଫଳରେ ଆମକୁ ସବୁକିଛି ଭୁଲଭାଲ ର ଅନୁଭବ ହୋଇଥାଏ..ଏଣୁ ସଦାସର୍ବଦା ନିଜ ମନକୁ ସ୍ଥିର ରଖିବାକୁ ଚେଷ୍ଟା କରନ୍ତୁ ଓ ଚିନ୍ତାମୁକ୍ତ ହୋଇ ନିଜ କର୍ତ୍ତବ୍ୟକୁ ସଠିକ ଏବଂ ନିର୍ଭୁଲ ଭାବରେ ପାଳନ କରନ୍ତୁ, ଦେଖିବେ ସମସ୍ୟା ଆପେ ଆପେ ଦୂର ହୋଇଯିବ ।
➡️ ଛୋଟ ଛୋଟ କଥା ମାନିବାର ଭାବ ଚିହ୍ନେଇ ଦିଏ ଆମ ଭିତରେ ଥିବା ଶୃଙ୍ଖଳାର ଉପସ୍ଥିତି,ଯାହା ଭିତରେ ଏସବୁ ନ ଥାଏ ସେ ତ ଭବିଷ୍ୟତରେ ବିଶୃଙ୍ଖଳିତ ହୁଏ ପୁନଶ୍ଚ ତାର ପରବର୍ତ୍ତୀ ପିଢିଙ୍କୁ ମଧ୍ୟ ବିଶୃଙ୍ଖଳିତ ଭାବେ ସୃଷ୍ଟିକରିବାରୁ ବଞ୍ଚିତ କରେନା ।
ଆଜିର ଦିନଟି ଆପଣଙ୍କର
ଶୁଭମୟ ଓ ମଙ୍ଗଳମୟ ହେଉ..!
☘️🌸🙏ଜୟ ଜଗନ୍ନାଥ🙏🌸☘️