
➡️ ମାଛ ନିଜ ତତ୍ୱାବଧାନରେ, କଇଁଛ ଉପଯୁକ୍ତ ଧ୍ୟାନ ଦେଇ, ପକ୍ଷୀ ସ୍ପର୍ଶ ଦେଇ ନିଜ ଶାବକମାନଙ୍କୁ ପାଳନ କଲାପରି ଯେଉଁ ଲୋକମାନେ ଜ୍ଞାନୀ ବିଦ୍ୱାନଙ୍କ ଦେଖାଶୁଣାରେ ପରିଚାଳିତ, ସେମାନଙ୍କ ବିଚାରଧାରାରେ ଅନୁପ୍ରାଣୀତ, ସେମାନେ ନିଜକୁ ବିପଦରୁ ରକ୍ଷା କରିପାରନ୍ତି ।
➡️ ଶିକ୍ଷା ମଣିଷର ଏକ ଗୁପ୍ତଧନ । ଏହାକୁ ଭାଇ ଭାଗକରି ନେଇପାରେ ନାହିଁ । ଚୋର ଚୋରି କରିପାରେ ନାହିଁ । କେହି ଜବର୍ଦସ୍ତ ଛଡାଇ ନେଇପାରେ ନାହିଁ ।
➡️ ବିଦ୍ୟା ମଣିଷର ପ୍ରକୃତ ବନ୍ଧୁ । ଉଚିତ୍ ପରାମର୍ଶଦାତା । କଳେବଳେ ଶିକ୍ଷା ଗ୍ରହଣ କରିବା ଆବଶ୍ୟକ । ଶିକ୍ଷା ମଣିଷ ଜୀବନରୁ ଅନ୍ଧାରକୁ ବିଦୂରିତ କରି ଉଜ୍ଜ୍ୱଳ ଆଲୋକରେ ଭରି ଦେଇପାରେ ।
➡️ ଏ ସଂସାର ଦୁଃଖର ଆକର । ପ୍ରତ୍ୟେକ ପ୍ରାଣୀର କିଛିନା କିଛି ଦୁଃଖ ଦୁଃଶ୍ଚିନ୍ତା ରହିଛି । କେହି ସଦାସୁଖୀ ନୁହେଁ ।
➡️ ଶାନ୍ତି ପାଇଁ ପତ୍ନୀ, ସନ୍ତାନ, ସତ୍ସଙ୍ଗର ଶରଣ ନେବା ଦରକାର । କାରଣ ପ୍ରତ୍ୟେକ କ୍ଷେତ୍ରରେ ଏଇମାନେଇ ମଣିଷର ମନକୁ ନିୟନ୍ତ୍ରଣ କରିଥାନ୍ତି ।
➡️ ଅନେକ ଲୋକ ମିଶି ଯୁଦ୍ଧ କଲେ ସେମାନଙ୍କୁ ହରାଇବା ସହଜ ହୋଇପାରେ ନାହିଁ ।
➡️ ନିଜ ମାଆ ପେଟର ଭାଇ ହୋଇଥାଉ ପଛେ ସେ ଯଦି ମୂର୍ଖ, ଅଧର୍ମୀ, ତା ପାଖରେ ରହିବା ଉଚିତ୍ ନୁହେଁ । ସେ କେବେନା କେବେ ବିପଦର କାରଣ ହୋଇପାରେ ।
☘️🌸🙏ଜୟ ଜଗନ୍ନାଥ 🙏🌸☘️