
ଜୀବନରେ ସମସ୍ତେ ଗୋଟିଏ ପୁତ୍ର ସନ୍ତାନଟି କାମନା କରିଥାନ୍ତି, ପୁତ୍ରମାନେ “ସାହାରା” ସେଥିପାଇଁ ଆମେ ପୁତ୍ର ସନ୍ତାନଟିଏ ଲୋଡିଥାଉ… ଆଜିର ସମୟ ଯାହା ହୁଏତ ପୁତ୍ର ଆମକୁ ସାହାରା ଦେଇ ନ ପାରେ କିନ୍ତୁ ମାନସ ପୁତ୍ରଟି ନିଶ୍ଚୟ ସାହାରା ଦେଵ ,ଆମେ ଚାହିଁଲେ ଆମେ ଆମ ପାଇଁ ଗୋଟେ ମାନସ ପୁତ୍ର ଜନ୍ମ ଦେଇପାରିବା ,ତାହା କେମିତି ସମ୍ଭବ ହୋଇପାରିବ ? ତାହାର ଉତ୍ତମ ଉଦାହରଣ ପ୍ରଭୁ ଗଣେଶ ରୂପେ ମାତା ପାର୍ବତୀ ଦେଇଥିଲେ ,ମାତା ପାର୍ବତୀ ଦେବୀଥିଲେ ସେଥିପାଇଁ ମାନସ ପୁତ୍ର ତାଙ୍କ ପାଇଁ ସମ୍ଭବ ହୋଇଥିଲା । ତ କଣ ! ଆମେ ମଣିଷ ହୋଇ ମାନସ ପୁତ୍ର ଜୀବନ୍ୟାସ ଦେଇପାରିବା ? କଣ ଏହା ସମ୍ଭବ ? ହଁ ଏହା ସମ୍ଭବ… ।।
ଆମପାଇଁ ଆମର ଉତ୍ତମ କର୍ମ ମାନସ ପୁତ୍ର, ଆମର ସମୟକୁ ସଦୁପଯୋଗ କରିବା ଆମପାଇଁ ମାନସ ପୁତ୍ର, ଆମର ପରୋପକାର ଆମପାଇଁ ମାନସ ପୁତ୍ର, ଆମର ଜ୍ଞାନ ଆମପାଇଁ ମାନସ ପୁତ୍ର, ଆମର ଆମ ଭିଟାମାଟି ପ୍ରତି ଭଲପାଇବା ଆମପାଇଁ ମାନସ ପୁତ୍ର, ଗୁରୁଜନ ମାନଙ୍କୁ ସମ୍ମାନ ଓ ଲଘୁଜନ ମାନଙ୍କୁ ସ୍ନେହ କରିବା ଆମପାଇଁ ମାନସ ପୁତ୍ର, ଆମର ଶରୀରକୁ ମନ୍ଦିର ଭାବି ତାର ଯତ୍ନନେବା ଆମପାଇଁ ମାନସ ପୁତ୍ର ଓ ସର୍ବୋପରି ମାତା ପିତାଙ୍କ ପାଇଁ କର୍ତ୍ତବ୍ୟ ଏହା ମଧ୍ୟ ଆମପାଇଁ ମାନସ ପୁତ୍ରର ଭୂମିକା ଅର୍ପଣ କରିଥାଏ ।।
ଜୀବନରେ ଆମେ ଆମ ପଦ- ପଦବୀ ଆଉ ଉପାର୍ଜନ କରିବାରେ ଏଭଳି ବ୍ୟସ୍ତ ହୋଇଯାଉ ଯେ ନା ନିଜର ନା ଆଉ କୋୖଣସି ବିଷୟ ବସ୍ତୁରେ ଧ୍ୟାନ ଦେଇପାରିଥାଉ। ଧୀରେ ଧୀରେ ସମୟ ଗଡିଚାଲେ ଓ ସମୟାନୁସାରେ ଉପାର୍ଜନ କରି କରି ମାନସ ପୁତ୍ରକୁ ଆମେ ହରାଇ ଚାଲୁ ଓ ଧୀରେ ଧୀରେ ଆମେ ଲାଚାର ଓ ଅସହାୟ ହୋଇ ନିଜଲୋକ ସହ ଭଗବାନଙ୍କୁ ଦୋଷ ଦେଇ ଦେଇ ଜୀବନର ଅନ୍ତିମ ଶ୍ୱାସ ନେବାପର୍ଯ୍ୟନ୍ତ ଅପେକ୍ଷା କରୁ…..ଏବେବି ସମୟ ଅଛି, ତାହାଲେ ଆସନ୍ତୁ ନା ଆମ ପାଖରେ ଆମ ଜୀବନର ମାନସ ପୁତ୍ରକୁ ଆମେ ନିଜେ ହିଁ ଜୀବନ୍ୟାସ ଦେଇ ତାକୁ ଗଢିତୋଳିବା, ଯାହା କି କେବଳ ଆମ ଉପରେ ହିଁ ନିର୍ଭର କରେ ।।
🙏🙏ଜୟ ଜଗନ୍ନାଥ🙏🙏