
➡️ ଆପଣଙ୍କର ଚାକିରି କ୍ଷେତ୍ରରେ ସଫଳତା କିମ୍ବା ବିଫଳତା କାମର ଆରମ୍ଭରେ ଜଣା ପଡି ନପାରେ, କିନ୍ତୁ ବାରମ୍ବାର ବିଫଳତା ସୂଚାଇଥାଏ ଯେ ଆମର ପ୍ରୟାସରେ କଉଠି ନା କଉଠି ଅଭାବ ରହିଛି ଅଥବା ଆମେ କଉଠି ଅବହେଳା କରୁଛୁ | ତେଣୁକରି ଯଦି ଆପଣ ବିଫଳତାରୁ କିଛି ଶିଖନ୍ତି ତେବେ ଯାଇ ଆପଣ ସଫଳତା ପାଇପାରିବେ ।।
➡️ ସ୍ବପ୍ନ ଦେଖିବା ପାପ ନୁହେଁ କିନ୍ତୁ ନିଜର ସ୍ଵପ୍ନକୁ ଭାଗ୍ୟ ହାତରେ ଛାଡ଼ିଦେବା ସବୁଠାରୁ ବଡ଼ ପାପ ହୋଇଥାଏ, ଆଉ ଯାହାକୁ ସ୍ବପ୍ନ ଦେଖିବାକୁ ଭଲ ଲାଗେ ତାକୁ ରାତି ଛୋଟ ଲାଗେ ଏବଂ ଯାହାକୁ ସ୍ବପ୍ନ ପୁରା କରିବାକୁ ଭଲ ଲାଗେ ତାକୁ ଦିନ ଛୋଟ ଲାଗେ । ତେଣୁକରି ତ ବିଜେତା ସଦା ସର୍ବଦା ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତି , ବାଧା ଉପରେ କେବେ ନୁହେଁ ।।
➡️ ଭଦ୍ର ହେବାପାଇଁ କେବଳ ଖାଲି ପାଠ ନୁହେଁ ବରଂ ନିଜ ପରିବାରରୁ ସୁ ସଂସ୍କାର ବି ପାଇବା ନିତ୍ୟାନ୍ତ ଆବଶ୍ୟକ ।।
➡️ ଜଳର ଶୀତଳତା ?? ପାତ୍ରର ସୁନ୍ଦରତା ଉପରେ ନିର୍ଭର କରେ ନାହିଁ ଠିକ୍ ସେହିପରି କୌଣସି ବ୍ୟକ୍ତିର ବୁଦ୍ଧି-ଜ୍ଞାନ-ବିବେକ ତାର ସୌନ୍ଦର୍ଯ୍ୟ ଉପରେ ଜମାରୁ ନିର୍ଭର କରେ ନାହିଁ ।।
➡️ ଅକ୍ଲାନ୍ତ ପରିଶ୍ରମ ବୃଥା ହୋଇଯାଏ ଯଦି ପରିଶ୍ରମ ଟି ସଠିକ୍ ଦିଗରେ କରା ନ ଯାଏ ଆଉ ଯଦି ଦିଗ ଠିକ୍ ହୋଇଥାଏ ତାହେଲେ ଅକ୍ଲାନ୍ତ ପରିଶ୍ରମର ଆବଶ୍ୟକତା ମଧ୍ୟ ଜମାରୁ ପଡ଼ିନଥାଏ ।।
➡️ ସୁନ୍ଦରତା ଶସ୍ତା ହେଲେ ଚରିତ୍ର ମୂଲ୍ୟବାନ ଅଟେ । ଘଡ଼ି ଶସ୍ତା ହେଲେ ସମୟ ମୂଲ୍ୟବାନ ଅଟେ । ସମ୍ପର୍କ ଶସ୍ତା ହେଲେ ତାକୁ ତୁଲାଇବା ମୂଲ୍ୟବାନ ଅଟେ । ବିଶ୍ୱାସ, ଇଜ୍ଜତ ଓ ଜବାବ ଏହି ତିନୋଟି ଜିନିଷ ଜୀବନରେ ଠିକ୍ ରଖିଲେ ଏହି ଦୁନିଆ ଆମକୁ ନିଶ୍ଚେ ସମ୍ମାନ ଦେବ ଏଥିରେ ଅତ୍ୟୁକ୍ତି ନାହିଁ ।।
☘️🌸🙏ଜୟ ଜଗନ୍ନାଥ🙏🌸☘️