
ଆଗାମୀ ଦିନରେ ମହିଳା ମହାକାଶଚାରୀ ଚନ୍ଦ୍ରକୁ ଯିବେ। ଏନେଇ ନାସା ପକ୍ଷରୁ ଏକ ପ୍ରକଳ୍ପ ଉପରେ କାମ ଆରମ୍ଭ ହୋଇଛି। ୨୦୨୪ରେ ନାସା ମହିଳା ମହାକାଶଚାରୀଙ୍କୁ ଚନ୍ଦ୍ରକୁ ପଠାଇବାର ଯୋଜନା କରିଛି।
ଏସମ୍ପର୍କରେ ନାସାର ପ୍ରଶାସକ ଜିମ୍ ବ୍ରିଡେନ୍ଷ୍ଟାଇନ୍ ସୂଚନା ଦେଇଛନ୍ତି। ନାସାର ପରବର୍ତ୍ତୀ ଚନ୍ଦ୍ର ମିଶନରେ ପୁରୁଷଙ୍କ ସହିତ ମହିଳା ସାମିଲ ହେବେ ବୋଲି ସେ କହିଛନ୍ତି। ଗତ ୪ ବର୍ଷ ଧରି ନାସା ଏହା ଉପରେ ଚିନ୍ତା କରୁଥିଲା। ଗତ ୧୮ ମାସ ହେଲା ଏହି ପ୍ରକଳ୍ପ ଉପରେ କାର୍ଯ୍ୟଧାରା ଜାରି ରହିଥିବା ସେ କହିଛନ୍ତି।