ବାପା ଅଫିସ୍ ରେ ପହଞ୍ଚୁ ପହଞ୍ଚୁ ସ୍କୁଲ ରୁ ଫୋନ୍ ଆସିଗଲା!
ସୁମଧୁର କଣ୍ଠରେ ଜଣେ ମାଡାମ୍ ଜଣଙ୍କ କହିଲେ – “ସାର୍ ଦ୍ବିତୀୟ ଶ୍ରେଣୀରେ ପଢ଼ୁଥିବା ଆପଣଙ୍କ ପୁଅ ର ମୁଁ କ୍ଲାସଟିଚର କହୁଛି। ଆଜି ଶିକ୍ଷକ ଅଭିଭାବକ ମିଟିଂ ଅଛି, ଯେଉଁଠି ପିଲାଙ୍କ ରିପୋର୍ଟ କାର୍ଡ ଦେଖାଯିବ। ଆପଣ ଆପଣଙ୍କର ପିଲାକୁ ନେଇ ଠିକ୍ ସମୟରେ ପହଞ୍ଚିଯିବେ।”…
ବିଚରା ବାପାଟି ଆଉ କ’ଣ ବା କରିବ! ଆଦେଶ ମୁତାବକ ତୁରନ୍ତ ଛୁଟି ନେଲେ ଓ ଘରୁ ପୁଅକୁ ନେଇ ସ୍କୁଲରେ ପହୁଞ୍ଚି ଗଲେ।
ସ୍କୁଲ ଅଫିସର ଟେବୁଲ୍ ସେପଟେ ଅଳ୍ପବୟସ୍କା ଗୋରୀ ସୁନ୍ଦରୀ କିନ୍ତୁ କଡା ମିଜାଜ୍ ର ମାଡାମ୍ ଟିଏ ବସିଥିଲେ।
ବାପା କିଛି କହିବା ପୂର୍ବରୁ ପ୍ରାୟ ଧମକେଇବା ସ୍ବରରେ ସେ କହିଲା – “ଆପଣ ଏବେ ରହନ୍ତୁ, ମୁଁ ଆପଣଙ୍କ ସହ ଟିକେ ପରେ କଥା ହେବି।”
ବାପା ପୁଅ ଉଭୟେ ଉଭୟଙ୍କ ସନ୍ଦେହ ପୂର୍ଣ୍ଣ ନଜରରେ ଦେଖିବା ପରେ ଚୁପଚାପ୍ ଯାଇ କୋଣରେ ବସିଗଲେ।
“ମେମ୍ ବହୁତ ରାଗିଛନ୍ତି ଲାଗୁଛି”- ପୁଅ ଧୀରେ କହିଲା। “ତୋ ରିପୋର୍ଟ କାର୍ଡ ଠିକ୍ ଅଛି ତ?”- ବାପା ମଧ୍ୟ ସେମିତି ଧୀରେ ପଚାରିଲେ। “ବାପା ମୁଁ କେମିତି ଜାଣିବି? ଏ ପର୍ଯ୍ୟନ୍ତ ମୁଁ ଦେଖିନି” – ପୁଅ ରକ୍ଷଣ ମୁଦ୍ରାରେ ଉତ୍ତର ଦେଲା। “ମୋତେ ଯାହା ଲାଗୁଛି ତୋ ମେମ୍ ତୋ ସଙ୍ଗେ ସଙ୍ଗେ ଆଜି ମୋର ମଧ୍ୟ କ୍ଲାସ୍ ନେବ।” – ବାପା ନିଜକୁ ପ୍ରସ୍ତୁତ କରି କହିଲେ।
ବାପ ପୁଅଙ୍କ ଫୁସୁରୁଫାସୁରୁ ଭିତରେ ମାଡାମ୍ ବ୍ୟସ୍ତତା ଭିତରୁ ମୁକୁଳି ଏମାନଙ୍କୁ କହିଲେ – “ହଁ ଏବେ ତମେ ଦୁହେଁ ଏପଟକୁ ଆସ।”
ବାପା କୈାଣସି ପ୍ରକାରେ ଏମିତି ମହୁବୋଳା ଲଙ୍କାମରିଚ ସ୍ବର ପାଖରେ ପହଞ୍ଚିଲେ। ପୁଅଟି ବାପାଙ୍କ ପଛପଟେ ଲୁଚି ରହିଲା ଭଳି ରହିଥାଏ।
ମାଡାମ୍ – ଦେଖନ୍ତୁ! ଆପଣଙ୍କର ପୁଅ ନାଁ ରେ ତ ଅନେକ ଅଭିଯୋଗ ଅଛି କିନ୍ତୁ ପ୍ରଥମେ ଆପଣ ତାର ପରୀକ୍ଷା ଖାତା ଓ ରିପୋର୍ଟ କାର୍ଡ ଦେଖନ୍ତୁ। ଆଉ କୁହନ୍ତୁ ୟାକୁ କେମିତି ପଢାଯିବ!… ମାଡାମ୍ ଜଣଙ୍କ ସାରାଂଶ ରେ ପ୍ରାୟ ସମସ୍ତ କଥା କହିଦେଲେ….
ମାଡାମ୍ – ପ୍ରଥମେ ଆପଣ ଇଂରାଜୀ ଖାତା ଦେଖନ୍ତୁ… ଏଥିରେ ଆପଣଙ୍କ ପୁଅ ଫେଲ୍।
… ବାପା ନିଜ ଡରିଯାଇଥିବା ପୁଅ ଆଡ଼କୁ ଦେଖିଲେ … ହସିକି କହିଲେ…
ବାପା – ଏଇ ବୟସରେ ଛୁଆ ନିଜର ଭାଷା ବୁଝିବା କଷ୍ଟକର ଆଉ ଇଂରାଜୀ ତ ଗୋଟେ ବିଦେଶୀ ଭାଷା।
…କେବଳ ଏତିକି ମାଡାମଙ୍କ ରାଗ ପଞ୍ଚମକୁ ଚାଲିଯାଇଥିଲା…
ମାଡାମ୍ – ଆଚ୍ଛା! ଆଉ ଏଇଟା ଦେଖନ୍ତୁ! ଏ ସାହିତ୍ୟ ରେ ବି ଫେଲ୍। କାହିଁକି?
….ବାପା ପୁଣି ପୁଅ ଆଡ଼କୁ ଦେଖିଲେ… ଯେମିତି ପୁଅର ଆଖି କ୍ଷମା ଯାଚନା କରୁଥାଏ….
ବାପା- ଓଡ଼ିଆ ସାହିତ୍ୟ ଅତ୍ୟନ୍ତ କଠିଣ ଭାଷା। ଧ୍ଵନି ଆଧାରିତ। ଏହାକୁ ଯେମିତି କୁହାଯାଏ ସେମିତି ଲେଖିବାକୁ ହୁଏ। ତିନିଟି ଶ, ଦୁଇଟି ବ, ବର୍ଗ୍ୟ ଅବର୍ଗ୍ୟ ଏମିତି ଅନେକ କଥା। ଏବେ ଆପଣଙ୍କର ଏ ଇଂରାଜୀ ସ୍କୁଲରେ ଶୁଦ୍ଧ ଓଡ଼ିଆ ଲେଖୁଥିବା ଶିକ୍ଷକ କେହି ନଥିବେ ବୋଧେ….
…. ବାପାଙ୍କ କଥାକୁ ମଝିରେ କାଟିଦେଇ ମାଡାମ୍ ଜଣଙ୍କ କହିଲେ…
– ଆଚ୍ଛା… ତ ଆପଣ ଅନ୍ୟ ପିଲାମାନଙ୍କ ବିଷୟରେ ଆଉ କ’ଣ କହିବେ ଯେଉଁମାନେ…
ଏଥର ବାପା ମାଡାମଙ୍କ କଥା କାଟିକି କହିଲେ…
ବାପା- ଅନ୍ୟ ପିଲା କାହିଁକି ଫେଲ୍ ହେଲେ, ତାହା ମୁଁ କହି ପାରିବି ନାହିଁ… ମୁଁ ତ…
ମାଡମ୍ ରାଗିଯାଇ କହିଲେ – “ପ୍ରଥମେ କଥାଟିକୁ ଠିକ୍ ରେ ଶୁଣନ୍ତୁ, ମୋର କହିବାର କଥା ହେଲା କି ଅନ୍ୟ ପିଲାମାନେ କିପରି ପାସ୍ କଲେ… ଫେଲ୍ ନୁହେଁ”….
ଆଚ୍ଛା ଛାଡ଼ନ୍ତୁ, ଏ ଅନ୍ୟ ଖାତାଟିଏ ଦେଖନ୍ତୁ ଆପଣ। ଆଜିକାଲିକା ଛୁଆ ଯେତେବେଳେ ମୋବାଇଲ ଆଉ ଲାପଟପ୍ ରେ ଘର କରିଛନ୍ତି ତ ସେତେବେଳେ ଆପଣଙ୍କ ଛୁଆ କମ୍ପ୍ୟୁଟର ରେ କେମିତି ଫେଲ୍ ହେଲା?
… ବାପା ଏଥର ଖାତାଟିକୁ ଗମ୍ଭୀରତାର ସହ ଦେଖିବା ପରେ କହିଲେ – “ଏ ବୟସ କ’ଣ କମ୍ପ୍ୟୁଟର ପଢିବା ଓ ମୋବାଇଲ ଖେଳିବାର ବୟସ? ଏ ସମୟରେ ଏମାନେ ପଡ଼ିଆରେ ଖେଳିବାର କଥା।
…. ମାଡମ୍ ଙ୍କ ପାରା ଏବେ ସିଧା ଉପରେ… ସମସ୍ତ ଖାତାକୁ ଗୋଟେଇ ସେ କହିଲେ – “ଛାଡ଼ନ୍ତୁ ବିଜ୍ଞାନ ଖାତା ଦେଖାଇ କୈାଣସି ଲାଭ ନାହିଁ। କାହିଁକି ମୁଁ ଭି ଜାଣିଛି ଆଲବର୍ଟ ଆଇନଷ୍ଟାଇନ ଛୋଟ ସମୟରେ ଫେଲ୍ ହେଉଥିଲେ।”
…ବାପା ଚୁପ୍ ଚାପ୍ ଥିଲେ…
ମାଡମ୍ ପୁଣି ଅଭିଯୋଗ କୁ ଆଗକୁ ବଢେଇଲେ – “ଇଏ କ୍ଲାସ ରେ ଶୃଙ୍ଖଳା ରଖୁନାହିଁ, କଥା ହେଉଛି, ଚଗଲାମି କରୁଛି, ସ୍ଥିର ହେଇ ବସୁନି।
ବାପା ମାଡମଙ୍କୁ ମଝିରେ ଅଟକାଇ ଦେଇ, ଅନ୍ବେଷୁ ଆଖିରେ କହିଲେ…
ବାପା – ସେ ସବୁ ଛାଡ଼ନ୍ତୁ! ଆପଣ କିଛି ଭୁଲି ଯାଉଛନ୍ତି। ଏହା ଭିତରେ ଗଣିତ ଖାତାଟି କାହିଁ? ତା ରିଜଲ୍ଟ ଟା ତ କୁହନ୍ତୁ।
ମାଡମ୍ – (ମୁହଁ ବୁଲେଇ ଦେଇ) ହଁ, ତାକୁ ଦେଖାଇବା ଜରୁରୀ ନୁହେଁ।
ବାପା – ସେ ଯାହାବି ହେଉ, ଯେତେବେଳେ ସବୁ ଖାତା ଦେଖାଉଛନ୍ତି ସେତେବେଳେ ସେଟା କାହିଁକି ବାକି ରହିବ?
ମାଡମ୍ ଏଥର ପିଲା ଆଡ଼କୁ ଚାହିଁ ଅନିଚ୍ଛାକୃତ ଭାବରେ ଗଣିତ ଖାତାଟିକୁ ବାହାର କରି ହାତକୁ ବଢେଇଲେ।
…ଗଣିତରେ କଥା ଅଲଗା ଥିଲା….୧୦୦%…
ମାଡମ୍ ଏବେ ମୁହଁ ବୁଲେଇ ବସିଥିଲେ ଆଉ ବାପା ପୁରା ଜୋସରେ ଥିଲେ।
ବାପା – ହଁ ତା ହେଲେ ମାଡମ୍, ମୋ ପୁଅକୁ ଇଂରାଜୀ କିଏ ପଢାଏ?
:
ମାଡାମ୍ – (ଧୀରେ) ମୁଁ!
:
ବାପା – ଆଉ ଓଡ଼ିଆ ସାହିତ୍ୟ କିଏ ପଢାଏ?
:
ମାଡମ୍- ମୁଁ
:
ବାପା -ଆଉ କମ୍ପ୍ୟୁଟର କିଏ ପଢାଏ?
:
ମାଡମ୍ – ତାହା ବି ମୁଁ
:
ବାପା – ଏବେ ଏହା ବି କହି ଦିଅନ୍ତୁ କି ଗଣିତ କିଏ ପଢାଏ?
:
ମାଡମ୍ କିଛି କହିବା ପୂର୍ବରୁ, ବାପା ଜବାବ୍ ଦେଇ ଛିଡ଼ା ହୋଇ ପଡିଲେ…
ବାପା – (ଜୋର୍ ରେ) ମୁଁ….
:
ମାଡମ୍ – (ମୁହଁ ଟାକୁ ଲମ୍ବେଇ ଦେଇ) ହଁ ମୁଁ ଜାଣିଛି।
:
ବାପା – ତ ଭଲ ଶିକ୍ଷକ କିଏ????? ଆଉଥରେ ମୋ ପୁଅ ବିଷୟରେ ମତେ କୈାଣସି ଅଭିଯୋଗ କରିବ ନାହିଁ। ଛୋଟ ଛୁଆ। ଚପଳତା ତ ରହିବ ହିଁ ରହିବ।
:
ମାଡମ୍ ରାଗ ତମତମ ହେଇ ଛିଡ଼ା ହୋଇଗଲେ। ଆଉ ଜୋରରେ ପାଟି କରି କହିଲେ –
“ଆଜି ତମେ ଦୁଇ ଜଣ ଘରକୁ ଆସ, ଦୁଇ ବାପ ପୁଅଙ୍କୁ ମୁଁ ନ ଦେଖିଛି…. ଦେଖିବ!!!😁😁😁