ଇତି…, ତୁମର ଅଲିଅଳି ଝିଅ!

fatherdaighter
Reading Time: 3 minutes

ଘର କୋଣରେ ପଡ଼ିଥିବା ଗୋଟିଏ ଚିଠିଟିକୁ ପଢ଼ିବା ଶେଷ କରେ ଶରତ ବାବୁ। ସେ ଏବେ ଅବସର ଜୀବନ ବିତାଉଛନ୍ତି। ବ୍ୟାଙ୍କ ଚାକିରିରୁ ଅବସର ନେଇଛନ୍ତି। ସକାଳୁ ସମୁଦି ଭରତ ବାବୁ ଆସିଥିଲେ। ବୋଧେ ହୁଏ ତାଙ୍କ ପକେଟରୁ କିମ୍ବା ତାଙ୍କ ହାତରୁ ଏହି ଚିଠିଟି ପଡ଼ିଯାଇଛି।

ବହ୍ମାନନ୍ଦ ବାବୁ ନିଜେ ବ୍ୟାଙ୍କ ଚାକିରିଆ। ବଡ଼ ପୁଅ ଗୋଟିଏ ସଫ୍ଟୱେର ଇଞ୍ଜିନିୟର। ସେ ବାଙ୍ଗାଲୋରରେ ଚାକିରି କରୁଥିଲା। ବହୁ ଖୋଜି ଖୋଜି ଗୋଟିଏ ବୋହୁ ଗୋଟିଏ ପାଇଲେ। ବୋହୁ ବି ବି.ଟେକ୍ କରି ଇଞ୍ଜିନିୟର ଚାକିରି କରୁଛି। ଭାବିଲେ ଖୁବ ଭଲ ହେବ। ବାହାଘର ହେଲା। ପୁଅ ବୋହୁ ଦୁହେଁ ଚାକିରି କଲେ, ଦି ପଇସା କମଇଲେ। ନିଜେ ଚଳିଲେ ଆମ ପାଖକୁ ଦି ପଇସା ବି ପଠେଇଲେ।

ପୁଅ ତାଙ୍କର ପିତାମାତାଙ୍କ ପୁରା ଆନୁଗତ୍ୟ। ଶରତ ଖୁବ ଖୁସି ତାଙ୍କ ପତ୍ନୀ ବି। ପୁଅ ବୋହୂ କିଛି ଦିନ ଚାକିରି କଲେ। ବୋହୂ କିନ୍ତୁ ଚାକିରି ଛାଡ଼ି ଦେଲା, କହିଲା ଓଡ଼ିଶାରେ ରହି ଶାଶୂ ଓ ଶ୍ୱଶୁରଙ୍କ ସେବା କରିବ। କଣ ମିଳିବ ଚାକିରିରୁ ଏବଂ ପଇସାରୁ। ପୁଅ ଏକୁଟିଆ ଚାକିରି କଲା, ବୋହୂ ଶାଶୁ ଓ ଶ୍ୱଶୁରଙ୍କ ପାଖରେ ରହିଲା। ପରେ ଶାଶୁ ଓ ଶ୍ୱଶୁର ନାତୁଣୀଟିଏ ମଧ୍ୟ ପାଇଲେ। ଲାଗୁଥିଲା ଖୁସି ଥିଲେ।

ଚିଠି ପଢ଼ି ଶରତ ବାବୁ କାହିଁକି ବିବ୍ରତ ହୋଇଥିଲେ ସେଦିନ ଜଣା ନାହିଁ। ଚିଠିଟା ତାଙ୍କ erବୋହୂ ତାଙ୍କ ବାପାଙ୍କ ପାଖକୁ ପଠେଇଥିଲା। ଭୁଲ ବଶତଃ ଚିଠିଟା ତାଙ୍କ ହସ୍ତଗତ ହୋଇଛି। ଚିଠିଟା ପଢିବାର ନଥିଲା, ମାତ୍ର ଜିଜ୍ଞାସା ତାଙ୍କୁ ରୋକିପାରିଲା ନାହିଁ, ଚିଠିଟା ପଢ଼ିବାରେ ଲାଗିଲେ।

ଝିଅର ଅନ୍ୟ ନାମ ଦୁହିତା। ଦୁଇ କୁଳର ହିତ ସେମାନେ କାମନା କରିଥାନ୍ତି। ବାପଘର ଏବଂ ଶ୍ୱଶୁର ଘର। ସାବିତ୍ରୀ ଉପାଖ୍ୟାନା ଆମେ ସମସ୍ତେ ପଢ଼ିଛେ।ଦୁଇ କୁଳର ହିତ ସାଧନା କରି ସେ ଯମରାଜଙ୍କୁ ପରାସ୍ତ କରିଥିଲେ। ତାଙ୍କ ବୋହୂର ଚିଠିଟି ଶେଷ ହୋଇଛି ଇତି ଶବ୍ଦ ସହିତ। ସେ ତା ବାପାଙ୍କୁ ଏହି ଚିଠି ଟି ଲେଖିଛି। ଚିଠିରେ ବାପାଙ୍କୁ କ୍ଷମା ମାଗିଛି।କାରଣ ତା’ ବାପାର ଇଚ୍ଛା ଥିଲା, ଝିଅ ଭଲ ପାଠଶାଠ ପଢ଼ି ବଡ଼ ଚାକିରି କରିବ ବାପାର ନାଁ ରଖିବ, ଶାଶୁ ଓ ଶ୍ୱଶୁର ଘରର ବି ନାମ ରଖିବ। କିନ୍ତୁ ଏ କଣ? ଆମ ସଂସ୍କୃତି କାହିଁକି ବାଧକ ବନିଛି। ତାର ପାଠପଢ଼ାକୁ ତାଙ୍କ ବାପା ସବୁଠାରୁ ଅଧିକ ଗୁରୁତ୍ୱ ଦେଇଥିଲେ। ଦୁଇ ପୁଅ ପରେ ଏହି ଝିଅଟି ତାଙ୍କର।ବଡ଼ ପୁଅ ବି ଜଣେ ଇଞ୍ଜିନିୟର, ବିଦେଶରେ ରହୁଛି।ସାନ ପୁଅ ବେପାରପତ୍ର କରୁଛି। ନିଜେ ସରକାରୀ ଚାକିରିଆ ଥିଲେ। ଝିଅର ପାଠପଢ଼ା ଯେମିତି କିଛି ହେଳା ନୁ ହୁଏ, ସେଥିପାଇଁ ସେ ଜୀବନ ସାରା ଭଡ଼ା ଘରେ ରହିଲେ, ଝିଅକୁ ପାଠ ପଢାଇଲେ। ଅବଶ୍ୟ ପ୍ରତିରୋଧ ଥିଲା। ଝିଅର ଭାଈମାନେ କହିଲେ ଯେ ଝିଅଟି ତ ପରଘରକୁ ପଳେଇବ, ତା’ ପିଛାରେ ଏତେ ପଇସା ଖର୍ଚ୍ଚ କରିବା କଣ ଦରକାର। କିନ୍ତୁ ଭରତ ବାବୁ ନଛାଡ଼େ ବନ୍ଧା। ସେ ତାଙ୍କୁ ବି.ଟେକ୍ କରାଇଲେ। ଚାକିରି କରାଇଲେ। ଏବଂ ଗୋଟିଏ ଭଲ ପୁଅ ଦେଖି ବାହା କରାଇଦେଲେ। ଝିଅ ବାହାସାହା ହୋଇ ସ୍ୱାମୀ ସଂଗରେ ରହିଲା। ମାତ୍ର ଇଏ କଣ। ବାପା ତାର ଏବେର ସରକାରଙ୍କ ବେଟି ବଚାଓ, ବେଟି ପଢ଼ାଓ ମିଶନର ବହୁତ ପୂର୍ବରୁ ପ୍ରଭାବିତ ହୋଇଥିଲେ ଏବଂ ସେ ଯାହା କରିବାର କରିଲେ। ମାତ୍ର ଝିଅଟିର ପରବର୍ତ୍ତୀ ପର୍ଯ୍ୟାୟ ହେଲା ସ୍ତ୍ରୀ ଏବଂ ବୋହୂ। ତା ପାଇଁ କୌଣସି ଡାକରା ନାହିଁ।ବୋହୂର ଦରମାରେ ବି ତାର ଅଧିକାର ନାହିଁ। ସେ ଦରମା ଉପରେ ଅଧିକାର ବି ସ୍ୱାମୀର କିମ୍ବା ତାର ଶ୍ୱଶୁର ଘରର। ଅଫିସକୁ ଯିବା ପୂର୍ବରୁ ଏବଂ ଆସିବା ପରେ ଘରର ସମସ୍ତ କାର୍ଯ୍ୟ କରିବାକୁ ହେବ।କାମରେ କୌଣସି ରିହାତି ନାହିଁ। ଏସବୁ ଜଞ୍ଜାଳରେ ସନ୍ତୁଳନ ଆଣିବା ତା ପକ୍ଷେ ସମ୍ଭବ ହେଲା ନାହିଁ।ଶେଷକୁ ଘରକାମକୁ ଅଗ୍ରାଧିକାର ଦେଇ ଚାକିରି ଛାଡ଼ି ଦେଲା, ତା ସହିତ ତାର ଇଞ୍ଜିନିୟରିଂ ଶିକ୍ଷା ମହତ୍ତ୍ୱ ମଧ୍ୟ ଶେଷ ହେଲା। ସରକାର ଆମ ବେଟି ବଚାଓ, ବେଟି ପଢ଼ାଓ ସାଂଗକୁ ଆଉ ଗୋଟିଏ ଡାକରା ଯୋଡ଼ିବାର ଥିଲା। ବୋହୂକୁ ସଶକ୍ତ କରାଓ।

ସେ ଭାବୁଛି, ତାର କେଉଁଠି ଭୁଲ ହୋଇଗଲା।ବାପାମାଆଙ୍କ ଅଲିଅଳି ଝିଅ ହେବା ନା ତାଙ୍କ ଆଶା ଓ ଭରସାକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରି ପାଠ ପଢ଼ିବାର। ନାଁ ତାଙ୍କ କହିବାନୁସାରେ ହାତକୁ ଦୁଇ ହାତ ହେବାର। ତଥାପି ଭାବନା ସମୁଦ୍ରରୁ ଭୁଲଟିକୁ ଖୋଜି ବାହାର କରିପାରି ନାହିଁ।ଶିକ୍ଷିତ ପରିବାରରେ ବଢ଼ି ଶିକ୍ଷିତ ପରିବାରକୁ ବୋହୂ ହୋଇ ଆସିଲା। ଅଶିକ୍ଷାର ତ କେଉଁଟି ଅଭାବ ନାହିଁ। ଶାସ୍ତ୍ରକୁ ଯଦି ଦେଖିବ, ସେଥିରେ ବି ଅଛି ଯେ ଯେଉଁଠି ନାରୀର ଆଦର ହୁଏ, ସେଠି ଦେବତାମାନଙ୍କର ବାସ ହୋଇଥାଏ। ପୁଣି ଏଠି କଥା ଉଠୁଛି ନାରୀକୁ ଅନାଦର କରୁଛି କିଏ? ବୋହୂର ଅନାଦର କିଏ କରୁଛି . . . ନଣନ୍ଦ ନା ଶାଶୁ। ନଣନ୍ଦ ଏବଂ ଶାଶୁ  – ଏମାନେ ବି ତ ନାରୀ। ଶୁଣିଥିଲି ସ୍ୱଜାତେ ପରମ ହିଂସ୍ରକ। ମଣିଷ ମଣିଷର ଶତ୍ରୁ।ସେହି ଫର୍ମୁଲାରେ ନାରୀ ନାରୀ ଶତ୍ରୁ। ଇଏ ଶତ୍ରୁତା ନା ଈର୍ଷା?

ସରକାର ଲକ୍ଷ ଲକ୍ଷ ଟଙ୍କା ସବସିଡି ଦେଇ ଇଞ୍ଜିନିୟରିଂ ପଢ଼ାଉଛନ୍ତି ପିଲାମାନଙ୍କୁ। ପିଲାମାନେ ପଢ଼ାପଢ଼ି କରି ଦେଶ ପାଇଁ ଏବଂ ଦେଶର ଅର୍ଥନୀତିରେ ସହାୟକ ହେବା ସହିତ ଇଞ୍ଜିନିୟରିଂ ଗବେଷଣାରେ ମଧ୍ୟ ସହାୟକ ହେବା ଦରକାର।ସେସବୁର ହିସାବ କିଏ ରଖୁଛି। କିଏ ଭାରତରେ ଭାରତର ସବସିଡି ପ୍ରାପ୍ତ କରି ଇଞ୍ଜିନିୟରିଂ କରି ବିଦେଶ ଗଲାଣି। ଇଏ ହେଲା ପ୍ରତିଭା ପଳାୟନ।ମାତ୍ର ଯେଉଁମାନେ ଭଲ ଘରଣୀ ହୋଇ ଘରେ ରହୁ ଯାଉଛନ୍ତି ସେମାନଙ୍କୁ କଣ କୁହାଯିବ। ପ୍ରତିଭା ଚୋର କହିଲେ କେମିତି ହେବ! ଚୋର ଶବ୍ଦଟା ବୋଧହୁଏ ଶ୍ରୁତିମଧୁର ନୁହେଁ। ଜଣା ନାହିଁ ଆଉ କିଛି ନୂଆ ଶବ୍ଦ ଥିବ। ଆହରଣ କରିଥିବା ଜ୍ଞାନକୁ ଯଦି କାମରେ ନଲଗାଇବ, ଦେଶ ପାଇଁ ନଲଗାଇବ, ଦବେଇ ରଖିବ, ତେବେ ତାହାକୁ କଣ କୁହାଯିବ।

ଶରତ ବାବୁ ଚିଠିଟିକୁ ପଢି ଟିକେ ନିରବ ରହିଗଲେ।ଭାବିଲେ ତାଙ୍କ ଆଡୁ ତ କିଛି ତ୍ରୁଟି ରହିଯାଇନି!ବୋହୂ କାହିଁକି ଚାକିର ଛାଡ଼ିଲା? ଘର କାମ ଏବଂ ବାହାର କାମ କାହିଁକି ମ୍ୟାନେଜ ହୋଇପାରିବ ନାହିଁ? ସେ ଯଦି ଶିକ୍ଷିତ ଏବଂ ଚାକିରିଜୀବି ହୋଇ ସମାଧାନ ବାହାର ନକରିପାରିଲେ, ତେବେ ଅଶିକ୍ଷିତ ଗାଉଁଲି ପରିବାର ଏହାର କେମିତି ସମାଧାନ ବାହାର କରିପାରିବେ ବୋଲି ଆଶା କରାଯାଇପାରିବ। ବେଟି ବଚାଓ, ବେଟି ପଢାଓ  – ଏହାର ଯଥାର୍ଥତା କେଉଁଠି ଆମେ ପାଇବା?

ମହିଳା ଅଧିକାର ପାଇଁ କଣ ଖାଲି ସରକାର ଲଢୁଥିବ? ଆମମାନଙ୍କର ଭୂମିକା କଣ? ଇଏ ତ ସେଇ କଥା ହେଲା, ସିନେମାରେ ପ୍ରଦର୍ଶିତ ନାରୀ ନେତ୍ରୀ ଭଳି। ମହିଳା କଲ୍ୟାଣର ଭାଷଣ ଦେଇ ଘରେ ବୋହୂ ନିର୍ଯ୍ୟାତନା ଦେବା। ଶରତ ବାବୁଙ୍କ ହାତରେ ଚିଠିଟି ରହିଛି। ଚୌକି ଉପରେ ବସି ଚିଠିଟି ପଢ଼ି ପଢ଼ି, ଏବଂ ସେସବୁର ବିଶ୍ଳେଷଣ କରୁ କରୁ ଟିକେ ଆଖିରେ ନିଦ ଆସିଯାଇଛି। ନିଦରେ ମଧ୍ୟ ଚିଠିର ଶେଷ ଧାଡ଼ି ତାଙ୍କ ମନଦେଉଳରେ ବାରମ୍ବାର ଉଙ୍କି ମାରୁଛି।

ଇତି
ତୁମର ଅଲିଅଳି . . .

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.