ସ୍ବପ୍ନ .. ଏକ ଅନ୍ତିମ ଇତିହାସର - Utkal Odisha

ସ୍ବପ୍ନ .. ଏକ ଅନ୍ତିମ ଇତିହାସର

images 3
Reading Time: 2 minutes

ସେଦିନ ଜ୍ୟୋତି ବହୁତ ଖୁସିଥିଲା , ଯେତେବେଳେ ସେ ଅଲିଭାକୁ ଦେଢ଼ ବର୍ଷ ପରେ ଦେଖୁଥିଲା । college ର get-together କୁ ସେ କେବଳ ସେଥିପାଇଁ ଆସିଥିଲା । ସମ୍ପର୍କ ଭାଙ୍ଗିଯାଇଥିଲେ ମଧ୍ୟ ଜ୍ୟୋତି ଆଜି ପର୍ଯ୍ୟନ୍ତ ଅଲିଭାକୁ ଭୁଲି ପାରିନଥିଲା । ସେଇବର୍ଷ college ର get-together ଭୁବନେଶ୍ୱରରେ ହଉଥିଲା । ଦିଜଣଯାକ ଭୁବନେଶ୍ୱରରେ ଥାଇକି ବି breakup ପରେ ନା କେବେ କଥା ହେଇଛନ୍ତି ନା ଦେଖା କରିଛନ୍ତି । ଜ୍ୟୋତି ମୋର ସାଙ୍ଗ ବୋଲି ମୁଁ ତା ମନ କଥା ଜାଣିଛି, ହେଲେ ଅଲିଭା ମୋ ସାଙ୍ଗ କିନ୍ତୁ ତା ସହ ମୁଁ ଏତେ ଭଲରେ କଥା ହେଇ ପାରିନି ।

ସେଦିନ ସମସ୍ତେ ବହୁତ ଖୁସି କାରଣ 5 ବର୍ଷ ପରେ get-together ସମ୍ଭବ ହେଇ ପାରିଥିଲା । ହେଲେ ଜ୍ୟୋତି କେବଳ ଅଲିଭା ପାଇଁ ହିଁ ଆସିଥିଲା । ଅଲିଭାକୁ ଦେଢ଼ ବର୍ଷ ପରେ ଦେଖିବାର ସୁଯୋଗ ପାଇଥିଲା । ସେ କେବେ ତାଠୁ ଅଲଗା ହବା କଥା ଭାବିନଥିଲା, ଅଲିଭା କିନ୍ତୁ କହିଥିଲା ଅଲଗା ହେଇଯିବାପାଇଁ । ଏସବୁ କଥା ମୁଁ ଜାଣିଛି, କାରଣ ସେଦିନ ପରଠୁ ମୁଁ ହିଁ ତ ଜ୍ୟୋତିକୁ ସମ୍ଭାଳି ଆସିଛି । ତାକୁ ଟିକେ ଖୁସି କରିବା ପାଇଁ ସତ ଚେଷ୍ଟା କଲାପରେ ବି ଆଜି ସେ ଅଲିଭାକୁ ଦେଖିବା ପାଇଁ ଆସିଛି get-together କୁ ।ଏତେ ଦିନ ପରେ ଯେବେ ସେ ଦିଜଣଙ୍କର ଦେଖା ହେଲା, ସେଇଠି ମୁଁ ବି ଥିଲି । ହେଲେ ଜ୍ୟୋତିର ମନ ପଢି ପାରୁଥିଲି .. ଅଲିଭାର ନୁହେଁ । ସେମାନେ ଦେଖାହେଲେ ସତ କିନ୍ତୁ କଥା ହେଇ ପାରିଲେନି । ଜ୍ୟୋତି କଥା ହବାକୁ ଚାହୁଁଥିଲା ହେଲେ ଅଲିଭାର ବୋଧେ ଇଚ୍ଛା ନଥିଲା । ସେଇ ଇଚ୍ଛା ଅନିଚ୍ଛାକୁ ନେଇକି ହିଁ ତ ତାଙ୍କର breakup ହେଇଥିଲା ହେଲେ ଏତେ ଦିନ ପରେ ଯେତେବେଳେ ଜ୍ୟୋତି, ଅଲିଭାକୁ ଦେଖିଲା, ସେ କେତେକଣ ଭାବି ଚାଲିଥିଲା ।

ପିଲା ସବୁ ଏକାଠି ହେଲେ ଆଉ ଗୋଟେ ସପ୍ତାହ ର tour ହବ ବୋଲି decide ହେଲା । ଜ୍ୟୋତି ବି ଖୁସି ଥିଲା କାରଣ କିଛି ଦିନ ପାଇଁ ହଉ ପଛେ, ସେ ସେଇ ଝିଅକୁ ତ ଦେଖିପାରିବ, ଯାହାକୁ ସେ ନିଜ ମନରୁ ନିଜ ଆତ୍ମାରୁ ଭଲପାଉଥିଲା, ବୋଧେ ଏବେ ବି ଭୁଲିପାରିନି ତାକୁ ।

ସେଦିନ ସନ୍ଧ୍ୟାରେ ସବୁ ପିଲା ଏକାଠି ହବାରଥିଲା । ଜ୍ୟୋତି ଅପେକ୍ଷାରେ ଥିଲା ଅଲିଭାକୁ ଦେଖିବ ବୋଲି ହେଲେ ସେ ଆସିଲାନି । ବୋଧେ ଅଟକି ଗଲା କଉଠି । ଜ୍ୟୋତି ବ୍ୟସ୍ତ ହେଇ ପଡ଼ିଲା, ହେଲେ କଣ କରିବ, ତାର phone no. ଥିଲେ ବି ସେ ତାକୁ contact କରିପାରିବନି । ସେ ଅପେକ୍ଷା କରି କରି ଯେତେବେଳେ ସବୁ ଧାର୍ଯ୍ୟର ବନ୍ଧ ଭାଙ୍ଗିଲା, ସେ ତା ସାଙ୍ଗ ସୁମିତକୁ ପଚାରିଲା, ଅରେ ଅଲିଭା କୁଆଡେ ଗଲା, କଇଁ ଦେଖାଯାଉନି ତ ? ସୁମିତ କହିଲା, ସେ ଆଉ କିଛି କାମରେ ବ୍ୟସ୍ତ ଅଛି, ତୁ ସେ ବିଷୟରେ ଜଣେନି, କଷ୍ଟ ହବ ତତେ । ହେଲେ ଜ୍ୟୋତିକୁ ଜାଣିବାର ଥିଲା, ସେ ପାଗଳଙ୍କ ପରି ଦୌଡ଼ିଲା ladies hostel ଯାଉଠି ଝିଅ ମାନେ ଗୋଟେ week ପାଇଁ ରହିବାର ବ୍ୟବସ୍ଥା କରାଯାଇ ଥିଲା । ବୋଧେ ଜ୍ୟୋତିର ଦୁର୍ଭାଗ୍ୟ ଥିଲା, ସେ ladies hostel gate ସାମ୍ନାରେ ଅଲିଭାକୁ ଆଉ କାହା ସହ ଦେଖିଲା, ଆଉ ଗୋଟେ ପିଲା ସହ କଥା ହଉଥିବାର ଦେଖିଲା । ଧୀରେ ଧୀରେ ପାଖକୁ ଗଲା ଆଉ ସେ ଦିଜଣଙ୍କ ସାମ୍ନାରେ ଚୁପଚାପ ଅଲିଭାକୁ ଚାହିଁରହି ଠିଆ ହେଇଗଲା । ନା କିଛି ଭାବି ପାରୁଥିଲା, ନା କିଛି କହି ପାରୁଥିଲା । ନିଜ ହୃଦୟର ଗୋଟେ ପର୍ଶ୍ୱକୁ ସେ ଆଉ କାହାର ହୃଦୟ ସହ ଯୋଡି ହଉଥିବାର ଦେଖିଲା । breakup ହବାର ଦେଢ଼ ବର୍ଷ ପରେ ବି କାହିଁକି ଅପେକ୍ଷା କରିବସିଥିଲା ସେ ଜାଣିନି ହେଲେ ଯେତେବେଳେ ଏସବୁ ଦେଖିଲା ସେ ନିଜକୁ ସମ୍ଭାଳି ପାରିଲାନି ।

airport ଆଡକୁ ଦୌଡ଼ିଲା । ସେପଟେ ଥିବା ନିଛାଟିଆ ରାସ୍ତା କଡରେ ବସି ପଡ଼ିଲା ଯାଇକି, ସେଇ ଜାଗାରେ ବସିପଡ଼ିଲା ଯଉ ଜାଗାରେ ସେଦିନ ବି ଯାଇ ବସିଥିଲା ସେ ଯେବେ ଅଲିଭା ତାକୁ ଛାଡି ଚାଲି ଯାଇଥିଲା । ହେଲେ ବୋଧେ ଏକଥା ଜ୍ୟୋତି ବୁଝିକି ବି ଅବୁଝା ଥିଲା । ସେଇ ଜାଗାରେ ବସି ସେ ନିଜକୁ ନିଜେ ବୁଝେଇ ଚାଲିଥିଲା, କେବେ ନା କେବେ ତ ଅଲିଭା ଆଉ କାହାକୁ ବାହା ହେଇଥାନ୍ତା, କେବେ ନା କେବେ ତ ସେ ତା ବିଷୟରେ କିଛି ଭାବିଥାନ୍ତା । ଆଉ ଏମିତି ଭାବି ଭାବି .. ରାତିର ଅନ୍ଧାରରେ ସେ ନିଜକୁ ହଜେଇ ଦେଇଥିଲା airport ର ନିଛାଟିଆ ରାସ୍ତା କଡରେ ।

ଆଉ ଯେତେବେଳେ PCR Van ଆସି horn ମାରିଲା ସେତେବେଳେ ଜ୍ୟୋତିର ନିଦ ଭାଙ୍ଗିଗଲା ଆଉ ସେ 20 minutes ପର୍ଯ୍ୟନ୍ତ ମାନିବାକୁ ନାରାଜ ଥିଲା ଯେ ସକାଳ ହେଇଯାଇଛି ଆଉ ସେ alarm ଦେଇଥିଲା । alarm ବାଜିଲା ଆଉ ସେ ନିଦରୁ ଉଠିଲା, ଆଉ ସେ ନିଜ hostel room ରେ ଥିଲା ।

ହେଲେ ଆପଣ ମାନେ ଭାବୁଥିବେ, ମୁଁ କିଏ ଯିଏ ସବୁ ଜଣିଛି । ମୁଁ ହେଲି ସେଇ ଜ୍ୟୋତିର ମନ, ହୃଦୟ ଆଉ ବିବେକ । ମୁଁ ହେଲି ସମୟ, ଜ୍ୟୋତିର ସମୟ । ଜ୍ୟୋତି ତ ଏ ସ୍ବପ୍ନକୁ ଭୁଲିଯିବ ସମୟ ସୁଅରେ, ହେଲେ ସେ ବୋଧେ ଅଲିଭାକୁ କେବେ ବି ଭୁଲିବନି, ବଞ୍ଚିଥିବା ପର୍ଯ୍ୟନ୍ତ ।

 

This story curated from the web.

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x