ହୀନ କି ଜାଣିବ ମାନର ମାନ

maan
Reading Time: 8 minutes

ହେ ଭଗବାନ,ଏ ଅସଭ୍ୟ, ଇତର ଛୋଟ ଲୋକଙ୍କର କି ବହପ ! ଶଳେ ପାଠ ନାହିଁ କି ଶାଠ ନାହିଁ, ଚୁଲି ନାହିଁକି ଚାଳ ନାହିଁ, ଫୁଟାଣି ଦେଖାଉଛ, ବଡ ବଡ କଥା କହୁଛ!ଛି ଛି ଲାଜଶର୍ମ ତ ତୁମ ଘର ପଛ ପଟ ଦେଇ ଯାଇନାହିଁ । ଖାଲି ବିଷ୍ଣୁ ମାଷ୍ଟ୍ରେ ପହଁଚି ମନା କରିଦେଲେ ବୋଲି, ମହତ ଲୋକ ବୋଲି କଥାଟା କାଟି ନ ପାରି ଆଜି ଛାଡିଦେଲି, ନହେଲେ ରେ ପୋଇଲି ପୁଅ ମାନେ ତୁମ ବାପ ବାହାଘର ମା ଚଉଠି ଦେଖେଇ ଦେଇଥାନ୍ତି । ଆରେ….ଚିହ୍ନି ନାହଁ ଏ ମକରାକୁ । ତା ଆଗରେ ଚକର କାଟି ଚାଲିଯିବାର ସାହସ କୋଉ ବାପର ପୁଅର ନାହିଁ । ତୁମେ କୋଉ ଗାଈର ଗୋବର ବେ।ଏମିତି ରାଗି ରାଗି ଆସୁଥିଲା ମକରା । ଭାଇ ପଣ୍ଡିତ ରମାକାନ୍ତ ବାପା ଆଚାର୍ଯ୍ୟ ଦୀନବନ୍ଧୁ ଓ ମହିୟସୀ ଅପର୍ଣ୍ଣା ଦେବୀ ମକରାର ଚିତ୍କାର ଶୁଣି ଘରେ ରହିପାରିଲେ ନାହିଁ । ଭାବିଲେ ଆଜି କୁଆଡେ ଝଗଡା କରି ପୁଣି ଆସିଛି ଘରକୁ ।

ମକରା ଟା ସିନା ଅଳ୍ପ ପାଠ ପଢ଼ିଛି ହେଲେ ବିଚାରରେ ସେ ବୃହଷ୍ପତ୍ତି । ବିଚରାଟା ଛୁଆଟିଏ ହୋଇଥିଲା,ଅସାଧ୍ୟ ରୋଗରେ ପଡିଲା,ଭଲସିନା ହୋଇଗଲା ହେଲେ ବନିଗଲା ମାନସିକ ଅନଗ୍ରସର।ହେଲେ ପୁରାଣ, ମହାଭାରତ, ଗୀତା, ଭାଗବତ କଣ ସେ ଜାଣିନାହିଁ ? ଖାଲି ସେତିକି ନୁହଁ, ବଡ଼ଭାଇ ପଣ୍ଡିତ ସୁସାହିତ୍ୟିକ ରମାକାନ୍ତ, ବାପା ପ୍ରଚଣ୍ଡ ପ୍ରତିଭାଧାରୀ ଓ ମାଆ ବିଦୂଷୀ ସ୍ବର୍ଣ୍ଣପ୍ରଭାଙ୍କର ଜ୍ଞାନ ବିଜ୍ଞାନ ଆଲୋଚନାକୁ ହଜମ କରି ଯାହା ଧାରଣ କରିଛି ସାଧାରଣ ପଢୁଆ ପୁଅକୁ ନୋଟେ ପାଣି ପେଇଦେଵ ।

ରମାକାନ୍ତ କହିଲେ କଣ କିରେ ମଜୁରୁ, କିଏ କଣ କହିଲା କି ? ବାପା, ମାଆ ସେଇକଥା ବି ପଚାରିଲେ । ପାଟିରୁ ପ୍ରଶ୍ନ ନ ସରୁଣୁ ମକୁରୁ ଶୁଣିଥିବା ଅଜବ କଥାସବୁ ଧୀରେ ଧୀରେ ବାନ୍ତି କରି ପକାଇଲା । ଜାଣିଛୁ ଭାଇ,ଏଇ ବୁଲା ଛକଦେଇ ଆସିଲା ବେଳେ ଶଳା ନଟିଆ ବାରିକ ପୁଅ ଦିଲ୍ଲୀପ, ମିଲୁ ପତି ପୁଅ ଶଙ୍କରା ପତି ଆଉ ଏ ପାଞ୍ଚ ଥର ମାଟ୍ରିକ ଫେଲ କାଲା ମହାନ୍ତି ପୁଅ ମନୁଆଁ ଯିଏ ପ୍ରାଇଭେଟ ସ୍କୁଲ ମାଷ୍ଟର କି କିରାଣୀ କି ପିଅନ ହୋଇଛି କେଜାଣି, ମହାଜ୍ଞାନୀ ବୋଲି ନିଜକୁ ଭାବି କମେଣ୍ଟ ପାଶ କରୁଛନ୍ତି । ପୁଣି ତୁମ ମାନପତ୍ର ପାଇବା ଓ ବାପାଙ୍କର ଏଇ ସାହିତ୍ୟ କାର୍ଯ୍ୟକ୍ରମ କୁ ନେଇ।କହୁଛନ୍ତି ଓଃ ଏତେ ଜ୍ଞାନ,ଏଡ଼େ ପଣ୍ଡିତ ଯେ ସବୁବେଳେ ମାନପତ୍ର ପାଉଛି,ଏଗୁଡା ପଇସା ଦେଇ କିଣୁଛି ନା?ଖାଲି ସେତିକି ନୁହଁ ଭାଇ,ସେ ଦିଲ୍ଲୀପ ଓ ମାଡୁଆ ଶଂକରା ତାଚ୍ଛଲ୍ୟ କରି ଗୀତ ଗାଇ ଗାଇ କହୁଛନ୍ତି,କି ସାହିତ୍ୟ ବେପାର…ନେ ମାନପତ୍ର ପକା ହଜାର।ବାପା କଣ ହଜାର ହଜାର ନେଇ ମାନପତ୍ର ଦେଉଛନ୍ତି।ସେ ଗାଈଆଳ ଦିଲ୍ଲୀପ,ବେଶ୍ୟାପୁଅ ଶଙ୍କରା କି ଛତିଆ ଦାନ୍ତ ନେଫୁଡୁଥାନ୍ତି,ଆଉ ଘରଭଙ୍ଗା ମାଇଚିଆ ମନୁଆ ଖାଲି ନିଆଁ ରେ ଘିଅ ଢାଳୁ ଥାଏ। ମନ ହେଉଥିଲା ତା ପାନଖିଆ ପୋକରା ଦାନ୍ତକୁ ପଥରରେ ଛେଚି ଦେଇଥାନ୍ତି।ଆଉ ଯୋଉ ଠେଙ୍ଗିଣୀ ଧରିଥିଲି, ମାରାଣ ସେ ମାଷ୍ଟ୍ରେ ନ ରୋକିଥିଲେ ସେ ଅସାଣ୍ଢୁଆ ଦିଲ୍ଲୀପ ଆଉ ଭାଡୁଆ ଶଂକରାର ମୁଣ୍ଡ ଫଟେଇ ଡାକ୍ତର ଖାନାକୁ ପଠେଇ ଦେଇଥାନ୍ତି।

ବାପା କହିଲେ ଛି,ଆରେ ତତେ ପରା କହିଥିଲି ଛୋଟ ଲୋକଙ୍କ ସହ ବଢିଲେ ମାନ ଇଜ୍ଜତ ଯିବ।ମା କହିଲେ ତତେ ପରା ବୁଝେଇଥିଲି ଅସଭ୍ୟ,ଅଜ୍ଞାନ,ଅସାମାଜିକଙ୍କ ସହ କେବେ ଯୁକ୍ତିତର୍କ କରିବୁ ନାହିଁ ନିଜର ମାନ ସମ୍ମାନ ଯିବ।ଆପଣ ମାନେ ଏ କାହାଣୀ ଜୟ ଶ୍ରୀ କୃଷ୍ଣ ଏବଂ ଶୁଭ ସକାଳ ଗ୍ରୁପ୍ ରୁ ପଢୁଛନ୍ତି । ତୁ କୋଉଘର ପୁଅ କହିଲୁ,ଶେଷରେ ଅଗାଡ଼ିଆ,ଅଧାଡ଼ିଆ,ଅକର୍ମା ମାନଙ୍କ ସାଙ୍ଗରେ ଝଗଡା ଲଗାଉଛୁ।

ବିଚରା ମକରାଟା ନିଃସଙ୍ଗ ପରି ଚାହିଁ ରହିଲା ତା ଭାଇଙ୍କୁ।ମନରେ କ୍ଷୋଭ,ମୋ ବାପା ଭାଇଙ୍କୁ କିଏ ଆଙ୍ଗୁଳି ଦେଖେଇବ ମୁଁ କଣ ସହିଯିବି।ହେଲେ ମୋତେ ଏତେ ଧମକ?
ରମାକାନ୍ତ ଏସବୁ ଶୁଣି ଅନ୍ତରରେ ଗର୍ବ ଅନୁଭବ କରୁଥାନ୍ତି।ବାସ୍ତବରେ ମକରା ସତ୍ କୁ ସାମନା କରିଛି,ମୁର୍ଖଙ୍କ ମୂର୍ଖାମୀ ଅଜ୍ଞାନଙ୍କ ବିଦ୍ରୁପକୁ ଜବାବ ଦେଇଛି,ହେଲେ ଏ ଅସାମାଜିକ ମାନଙ୍କ ସହ ଏଭଳି କରିବା ଉଚିତ ନ ଥିଲା ତାର।ସେ କହିଲେ ଆରେ ମକୁରୁ ତୁ ଯାହା ଚିନ୍ତା କରୁଛୁ ଠିକ୍, ହେଲେ ସେସବୁର କଣ ଆଵଶ୍ୟକତା ଥିଲା।ଆରେ ମାଛିଟିଏ ଦୁର୍ଗନ୍ଧ ନେଇ ବୁଲିଲା ବେଳେ ଲୋକେ ଘୃଣା କରି ଘଉଡ଼ାଇ ଦିଅନ୍ତି,କିନ୍ତୁ ପ୍ରଜାପତିଟିଏ ମହୁନେଇ ଉଡିଲା ବେଳେ ସମସ୍ତେ ଆଦର କରନ୍ତି।ଧୂପଟିଏ ନ ଜଳିବା ଯାଏ ତାର ସୁବାସ କେହି ଜାଣିପାରନ୍ତି ନାହିଁ,ସେଇମିତି ଭଲ ମଣିଷଟିକୁ ନିନ୍ଦା,ଅପପ୍ରଚାର ନ ଆସିଲେ ତାର ଗୁରୁତ୍ୱ କେହି ଜାଣିପାରନ୍ତି ନାହିଁ।ଆରେ ସେମାନେ ହେଲେ ଅଧମ, ଅନଭିଜ୍ଞ।ସର୍ପରି ଫରଫରାୟେତ ପରି ହୁଲୁହୁଲୁ କୁନୁକୁନୁ ହେଉଛନ୍ତି।ବଡ଼ ରୋହୀ ମାଛ ପାଣି ଭିତରେ ବୁଡି ବୁଡି ଥାଏ,ଉପରେ ଓଡ଼ିଶୀ ନାଚେନା,ଯେବେ ସମୟ ପଡେ ଉପରକୁ ଉଠି ଯେତେ ଓଡିଶୀ,ସମ୍ବଲପୁରୀ,କଥକ,କଥାକଳି,କୁଚିପୁଡି,ଭାଙ୍ଗଡ଼ା… ଶେଷରେ ଆଧୁନିକ ନାଚ ନାଚି ଏ ଦଣ୍ଡିଆ କେରାଣ୍ଡୀଙ୍କ ସ୍ବପ୍ନ ହଜେଇ ଦିଏ।

ମକୁରୁ କହିଲା ଭାଇ ହେଲେ ଏମାନେ ଏମିତି କଥା ଦେଖେଇ ଶେଖେଇ କହିବା କଣ ଠିକ୍,ଅପପ୍ରଚାର କଲେ କଣ ସହିହେବ?
ରମାକାନ୍ତ କହିଲେ,ଆରେ ମକୁରୁ,ହିମାଳୟକୁ ଟେକା ମାରିଲେ ସେ ଭାଙ୍ଗିଯାଏନା,ତାର କିଛି କ୍ଷତି ହୁଏନା,ବରଂ ଫିଙ୍ଗୁଥିବା ଲୋକ ନୟାନ୍ତ ହୋଇ ହାତ ବଥା କରି ଉଠାଇପାରେନା।ସମୁଦ୍ର ଲହଡି ବହୁତ ଜୋରରେ ମାଡ଼ିଆସେ,ହେଲେ ଦକ୍ଷ କରି ବସିପିଡ଼ିଲେ ସେ ଆପଣା ଛାଏଁ ମାଡି ଯାଇ ଚାଲିଯାଏ।ଆରେ ଗୁଣବାନ ଲୋକ କେବେ ଅଧୀର ହୁଅନ୍ତିନି,ଆଉ ତାଙ୍କ ଗୁଣରେ ଘୁଣବିକେବେ ବି ଲାଗେନି।ଯିଏ ସ୍ଥିର ଅବିଚଳିତ ରହେ, ସେ କାଳଜୟୀ ହୋଇଯାଏ।

ତୁ ଦେଖୁନୁ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ, ତାଙ୍କୁ କେତେ ଅପପ୍ରଚାର,ନିନ୍ଦା କରନ୍ତି ଲୋକେ,ପୁଣି ଜଣେ ନିରୀହ ବ୍ରହ୍ମଚାରୀଙ୍କୁ।କେବେ ଦେଖିଛୁ,ଶୁଣିଛୁ ସେ କାହା ବିରୁଦ୍ଧରେ ପଦେ କହିବା କଥା।ହେଲେ ସିଡ଼ି ପରେ ସିଡ଼ି ଚଢି ଆକାଶକୁ ଛୁଇଁଲେଣି, ହେଲେ ହିଂସୁକମାନେ ତାଙ୍କର କିଛି କ୍ଷତି କରିପାରୁଛନ୍ତି ?ବରଂ ପରୋକ୍ଷରେ ତାଙ୍କର ଖ୍ୟାତି ଆହୁରି ବଢୁଛି।

ଆରେ ଚିନ୍ତା କର ଆମ ଦେଶର ପ୍ରଧାନମନ୍ତ୍ରୀ କଥା,କେତେକ ନିର୍ଲ୍ଲଜ,ମଦ୍ୟପ,ମାଡୁଆ,ଭାଡୁଆ ଦିନରାତି କହୁଥିଲେ ଚା ବିକାଳି ଏ କି ପ୍ରଧାନମନ୍ତ୍ରୀ ହେବ?ଆଜି ଦେଖ୍,ଏ ବିଶ୍ୱ ତାଙ୍କୁ ଗୁରୁ କରି ମୁଣ୍ଡ ନୂଆଣିଲାଣି।ଆରେ ଛୋଟ ବେଳେ ଶୁଣି ଆସିଛି ଏ କାଶ୍ମୀରୀ ସମସ୍ୟା।ମୁଁ ବି ଭାବି ନ ଥିଲି ଏ ଦିନେ ସମାଧାନ ହେବ।ଏ ଲୋକ ଦେବତା ପରି ସବୁ ନିମିଷକେ ସମାଧାନ କରିଦେଲା।ଆରେ କଲେଜ ପଢିଲାବେଳୁ ଶୁଣି ଆସିଛି ସେ ରାମମନ୍ଦିର ବାବରୀ ମସଜିଦ,ଏ ଛୋଟ ଘଟଣା ନୁହଁ,ହେଲେ ଆଖିପିଛୁଳାକେ ସବୁ ସମସ୍ୟା ଦୁରେଇ ଦେଲା।ଆରେ ଏ ସବୁ ଗୁଣୀ ଲୋକଙ୍କ କରାମତି ।ସେ କେବେ ଅଧୀର ହେବା ଦେଖିଛୁ,କାହାକୁ ଅସମ୍ମାନ କରିବା ଶୁଣିଛୁ।

ଭାଇ ରମାକାନ୍ତ ଠାରୁ ଏ ସବୁ ଶୁଣି ମକୁରୁ ର ଖୁସି କହିଲେ ନସରେ।ହେଲେ କେତେକ କୌତୁହଳ ପ୍ରଶ୍ନ ତାକୁ ବିବ୍ରତ କରୁଥାଏ।କହିଲା ଏ ଭାଇ ତେବେ ଏ ବଦମାସ ମାନେ ଏମିତି ଜଳୁଛନ୍ତି କାହିଁକି?

ରମାକାନ୍ତ କହିଲେ ଆରେ ମକୁରୁ,ଏମାନଙ୍କର ଦକ୍ଷତା ବିଶେଷ ନାହିଁ।ଏମାନେ ଧାଡିଏ ଦି ଧାଡି ଲେଖି,କେଉଁଠୁ ଚୋରି କରି,କପି କରି ଉତାରି କବି,ଲେଖକ ନିଜକୁ ଭାବୁଛନ୍ତି।ତାଙ୍କରି ପରି ଚୋର,ଚୋରମାଉସିଆ ମାନେ ଟିକେ ମିଛ ପ୍ରଶଂସା କରୁଛନ୍ତି,କେତେକ ବି ଅଟ୍ଟହାସ୍ୟ ଛଳରେ ପ୍ରଶଂସା କରୁଛନ୍ତି ଯେ ଏ ନିର୍ବୋଧ ମାନେ ଫାଟି ପଡୁଛନ୍ତି ନିଜକୁ ବହୁତ ବଡ଼ ବୋଲି ଭାବି।ଆରେ ସାହିତ୍ୟ, ସଂସ୍କୃତ ,ତତ୍ତ୍ୱ, ଶାସ୍ତ୍ର ରାସ୍ତା ଘାଟରେ ବୁଲି ଶୁଣିଦେଲେ ହୁଏ ନାହିଁ।ମୋତେ ଦୀର୍ଘ ସତେଇଶି ବର୍ଷ ସାଧନା କଲା ପରେ ଲାଗୁଛି,ଏସବୁ ସମୁଦ୍ର,ଆଉ ମୁଁ ତା କୂଳ ରେ,ପହଁରିବା ତ ଦୂରର କଥା,ଛୁଇଁ ପାରିବି କି ନାହିଁ,କିନ୍ତୁ ଏମାନେ ସାହିତ୍ୟ କି ସ,ଶାସ୍ତ୍ରରେ କେଉଁ ସ/ଶ ବ୍ୟବହାର ନ ଜାଣି କେତୋଟି ଅସଜ୍ଜା,ବ୍ୟାକରଣ ଶୁନ୍ୟ,ଭାବଭାଷା ବିହୀନ କୁକୁରିଆ ପ୍ରେମ କବିତା, କି କାହା ବିରୁଦ୍ଧରେ ଦି ପଦ ଲେଖି ଭାବୁଛନ୍ତି ଏ ସମୁଦ୍ର ତିଆରି କରିଛନ୍ତି।

ଆରେ ସତ କଥା ହେଲା ଗୁଣ ଚିହ୍ନେ ଗୁଣିଆ।ଏମାନେ ଏଭଳି ମନ୍ଦ ସ୍ୱଭାବର ଯେ ଏମାନଙ୍କୁ ସମସ୍ତେ ଘୃଣା କରନ୍ତି ଆଉ କୌଣସି ସଭା ସମିତିକୁ ଡାକିବା ପାପ ବୋଲି ଭାବି ଡାକନ୍ତି ନାହିଁ।ତେଣୁ ଏମାନଙ୍କର ତ ଗୁଣ ନାହିଁ,ଅନ୍ୟର ପ୍ରଶଂସା ,ପ୍ରଗତି ଆଦୌ ସହି ପାରନ୍ତି ନାହିଁ।ପୁନଶ୍ଚ ଏଗୁଡା ନପୁଷ୍ପକ ଓ ଅଣପୁରୁଷା, କାରଣ ଏଗୁଡାଙ୍କର ମନ ବଗିଚାରେ ଫୁଲ ତ ଫୁଟିବା ଦୂରର କଥା ଅପୁଷ୍ପକ ଉଦ୍ଭିଦ ହୋଇ ଠେଙ୍ଗା ପରି ସାରାଜୀବନ ଛିଡ଼ାହୋଇଥାନ୍ତି ଜଗୁଆଳି ପରି ଆଉ ନର୍ଦ୍ଦମାର କୀଟ ସ୍ଵଭାବ ଯୋଗୁଁ ସମସ୍ତେ ହଟ୍, ଭାକ୍, ଉଠ୍ ଶବ୍ଦ ଶୁଣନ୍ତି।
ଆହୁରି ଗୋଟିଏ କଥା ହେଲା ଏମାନେ ବହୁତ ଛୋଟ ପରିବେଶରେ ବଢ଼ିଥାନ୍ତି,ତେଣୁ ବିଶାଳତା,ମହାନତା,ମାନ କଣ ଜାଣନ୍ତି ନାହିଁ।ତୁ ମାନପତ୍ର କଥା କହୁଥିଲୁ,ହଉ ଶୁଣ,ଆରେ ଏ ହେଉଛି ଏକ ପ୍ରୋତ୍ସାହନ ଓ ଉତ୍ସାହ ବଢାଇବାର ମାଧ୍ୟମ।କହିଲୁ ଦେଖି ତୋତେ ସାବାସି ଭଲ ଲାଗେ ନା ଧିକ୍କାର ଭଲ ଲାଗେ?ନିଶ୍ଚୟ ସାବାସୀ ଭଲ ଲାଗିବ।ଏସବୁ ଶିକ୍ଷା ମନୋବିଜ୍ଞାନର କଥା ମକୁରୁ।ମନୋବିଜ୍ଞାନ କହେ ଟିକିଏ ଉତ୍ସାହ ଓ ଟିକିଏ ପ୍ରୋତ୍ସାହନ ମଣିଷକୁ ବଡ଼,ଭଲ ଓ ଗୁଣବାନ କରି ଗଢିତୋଳେ।ଏହାକୁ ଲାଞ୍ଚ କି ଆଉ କିଛି କେବଳ ମୂର୍ଖ କହେ।ଯାହାର ମାନ ଅଛି ତାକୁ ମାନପତ୍ର ଦିଆଯାଏ,ଯାହାର ମନୋଭାବ ଗଠନମୂଳ,ସେ ସଂଭ୍ରମ,ସାମାଜିକ,ପ୍ରଗତିଶୀଳ,ଜ୍ଞାନୀ ଗୁଣୀଙ୍କ ଆଦର କରନ୍ତି ଭଲ ଓ ବଡ ହେବାର ଜୀଗୀସା,ଜିଜ୍ଞାସା ସଦା ଅଙ୍କୁରିତ ତାକୁ ବି ମାନପତ୍ର ଦିଆଯାଏ।ମାତ୍ର ଏଗୁଡାଙ୍କର ଜ୍ଞାନ ନାହିଁ କି ଏମାନେ ଜ୍ଞାନର ଆଦର କରନ୍ତି ନାହିଁ ଏମାନଙ୍କୁ ମାନପତ୍ର ଦେଇ କିଏ କାହିଁକି ମାନକୁ ନର୍ଦ୍ଦମାରେ ଫିଙ୍ଗିବ ଯେ?

ହଁ ତୁ ପରା କହୁଥିଲୁ ସାହିତ୍ୟ ସଭା ଓ ବେପାର-ମାନପତ୍ର କଥା,ହଉ ଶୁଣୁ।ଆରେ ଏସବୁ ଯିଏ ଆଲୋଚନା କରେ ସେଗୁଡ଼ାକ ନୀଚ୍ଚ ବଂଶ କୂଳରେ ଜନ୍ମ,ଅଘରା,ଯାଯାବର,କାଙ୍ଗାଳ,ଭିକାରୀ।ମୋ କହିବାର ମର୍ମ ବୁଝିବୁ।ମହତ ଲୋକ ଯେତେବେଳେ ସମ୍ପର୍କୀୟଙ୍କ ଘରକୁ ବିବାହ,ବ୍ରତ,ଜନ୍ମଦିନ କି ପୁଣ୍ୟ କାମରେ ଯାଏ ସେ ହିସାବୀ କି ବେପାରୀ ସାଜେନା,ସେ ତୌଲେ ସମ୍ପର୍କ।ବିବେକ,ସମ୍ପର୍କ ଦୃଷ୍ଟିରୁ ସେ ବନ୍ଧୁକୁ ସହାୟତା ପାଇଁ କିଛି ଅର୍ଥ,ଜିନିଷ ଉପହାର ଦିଏ ଆଉ କାମରେ ବି ସାହାଯ୍ୟ କରେ।ସେ ହିସାବ କରେନା ମୂଲ୍ୟ କେତେ,ସେ ଦେଖେ ମୂଲ୍ୟବୋଧ।କିନ୍ତୁ ଯିଏ ତା ଘର ଆଗରେ କେବେ ପତ୍ର ପକାଇ ନ ଥିବ,ସଦା କାଙ୍ଗାଳି ଭୋଜନ,ଭିକାରୀ ଚାଉଳ ଅର୍ଜ୍ଜନ କରୁଥିବ ସେ ଏସବୁକୁ କହିବ ବେପାରୀ।କାରଣ ତା ଚଳଣି ଏଇଆ।ମୋ ସହ ଏଭଳି ଲୋକ ଜଣେ ମୋଟର ସାଇଜେଲ ରେ ୧୫୦କିମି ଗଲା ପରେ ସେ ମୋତେ କହିଲା ଭାଇ କୋଡିଏ ଟଙ୍କା ରଖ,ଗାଡ଼ିରେ ତେଲ ପୋଡ଼ିବା ଖର୍ଚ୍ଚ।ମୁଁ ତାକୁ ପଇସା ଫେରେଇ ପାଖ ଢ଼ାବାରୁ ନାନ ତଡକା ଖୋଇ କହିଲି ଆରେ ଭାଇ,ମୁଁ ତ ଏକା ଆସିଥାନ୍ତି ଆପଣ ମୋ ସାଙ୍ଗରେ ଆସିଲେ,ପୁଣି ପଇସା କଣ ଦେଉଛନ୍ତି,ଆପଣଙ୍କ ପାଇଁ କଣ ଅଧିକ ଖର୍ଚ୍ଚ ହେଲା କି?ସେ ଖୁସି ହୋଇଗଲେ।
ଭାଇ….ଅନୁଷ୍ଠାନ ,ସଂଗଠନ,କାର୍ଯ୍ୟକ୍ରମ କରିବା ଏଇ ବୁତୁରୁ, ବଗାଳିଆ,ଗୋଲାମ,ଛୋଟଲୋକ ମାନେ କେମିତି ଜାଣିବେ ଯେ,ମକୁରୁ କହିଲା।ପୁଣି କହିଲା ଭାଇ ଏମାନେ କଣ ସୁଧୁରିବେ ନାହିଁ?

ତୁ ରୂଢୀଶୁଣିଥିବୁ ମକୁରୁ,ମୋତେ ଯେତେ ମାଠିବୁ ମାଠ,ମୁଁ ସେଇ ଦରପୋଡା କାଠ।ଆଉ କଙ୍କଡାକୁ ଗୋଳିପାଣି ସୁହାଏ।ଏମାନେ ଠିକ୍ ସେଇ ପରି।ତଥାପି ଭଲ ଖରାପ ପ୍ରତ୍ୟେକ ମଣିଷର ନିଜ ଉପରେ ନିର୍ଭର କରେ।ଯଦି ସେମାନେ ନିଜକୁ ଅନ୍ତର୍ଦ୍ଦର୍ଶନ କରିବେ,ନିଜର ଦକ୍ଷତା କେତେ ମାପିପାରିବେ,ଜ୍ଞାନ ଓ ଜ୍ଞାନୀଙ୍କୁ ସମ୍ମାନ ଓ ଆଦର କରିବେ ତେବେ ବଦଳିବା ସମ୍ଭବ ହୋଇପାରିବ।ହେଲେ ଏଭଳି ଜନ୍ତୁ ମାନେ କ୍ଵଚିତ ବଦଳନ୍ତି ବା ଆଦୌ ବଦଳନ୍ତି ନାହିଁ।ଏମାନଙ୍କୁ ଯେତେ “ଚାଉଳ” ଶିଖେଇଲେ ବି ସେମାନେ “ଚାଉର” ହିଁ କହିଥାନ୍ତି।
ଆରେ ଭାଇ, ଭଗବାନ ଏ ଜନ୍ତୁଗୁଡାକୁ ଏମିତି କିଆଁ ଗଢ଼ିଥାନ୍ତି ଯେ?

ରମାକାନ୍ତ କହିଲେ,ଆରେ ଦୋଷ ଏମାନଙ୍କର ନୁହଁ,ଏମାନଙ୍କ ପିତା,ମାତା,ବଂଶ ବୁନିଆଦିଙ୍କର।ତୁ ସଂସ୍କୃତରେ ଶ୍ଲୋକଟିଏ ଶୁଣିଥିବୁ,”ଅଲଜ୍ୟା ମାତୃ ଦୋଷେଣ ପିତୃ ଦୋଷେଣ ମୂର୍ଖତା…..ଅଦାତା ବଂଶ ଦୋଷେଣ କର୍ମଦୋଷେଣ ଦରିଦ୍ରତା।”ଆରେ ଏମାନଙ୍କର ଜନ୍ମବୃତ୍ତାନ୍ତ ଠିକ୍ ନାହିଁ।ଏମାନେ କିଛି ଅବୈଧ ଆଉ କିଛି ବର୍ଣ୍ଣ ଶଙ୍କର।ଏମାନଙ୍କ ଜିନ୍ ରେ ସେ କଦର୍ଯ୍ୟ ଦୋଷ ଅଛି।ଆରେ ଆମ୍ବଡାକୁ କିଏ ଆମ୍ବ କରିପାରିବ ନା ବିଛୁଆତି କୁ ତୁଳସୀ।ତେବେ ଯଦି ସେମାନେ ନିଜ ମନଭିତରୁ ହିଂସା,ଦ୍ଵେଷ,ଛଳ, କପଟ,ଈର୍ଷାଭାଵ ଦୂରେଇବେ ତେବେ ଏସବୁ ସମ୍ଭବ ହୋଇପାରିବ।ନଚେତ ଆଉ ଏକ ବାଟ ଅଛି।ତୁ ତ ଜାଣିଛୁ ସିଧା ଆଙ୍ଗୁଠିରେ ଘିଅ ଉଠେ ନାହିଁ,ତେବେ ଟିକିଏ ବଙ୍କେଇଦେଲେ ହେବ।ତେଣୁ ଯେଉଁମାନଙ୍କ ବିରୁଦ୍ଧରେ ଲାଗିଛନ୍ତି ସେମାନଙ୍କ ଭିତରୁ ସବୁ ତ ସହିବା ଵାଲା ନୁହଁ,କେତେବେଳେ କାମୁଡା କୁକୁରକୁ ନିର୍ଘାତ ପାହାର ପରି କେଇଟା ଉତ୍ତମ ମଧ୍ୟମ ବସିଗଲେ ସାବାଡ଼।

ଏକଥାଟା ମକରା ମନକୁ ପାଇଲା।କହିଲା ଭାଇ କଥା ପଦକେ ଏତେବେଳେ କହିଲ।ଆଃ ଅମୃତ ପରି।ଏକା ଭାଇ ମୁଁ ସାବାଡ଼ କରିଦେବି।ତୁମେ ତ ଜାଣ ଏ ମକରା ବେଳପଡିଲେ ମାରେ, ଆଉ ଜାଗା ଦେଖି ମାରେ।ଏ ଆଜି ସନ୍ଧ୍ୟାରେ ସେମାନେ ଭାଟିଆଡୁ ଖଟି ସାରି ଆସିଲାବେଳକୁ ଆମ ଠେଙ୍ଗିଣୀ ବାଡ଼ିରେ ପିଟି ସାବାଟ କରିଦେବି।ରୁହରେ ପୁଏ,ତୁମ ଡିଜାଇନ ଟା ଯଦି ନ ଛଡ଼େଇଛି ତାହେଲେ ମୋ ନାଆଟା ମକରଧ୍ଵଜ ନୁହଁ।
ରମାକାନ୍ତ କହିଲେ ନାଁ ମକୁରୁ,ଏସବୁ କରିବା କିଛି ଦରକାର ନାହିଁ।ସମୟ ଆସିଲେ ସେମାନେ ଆପେ ଆପେ ଥଣ୍ଡା ହୋଇଯିବେ,ତୁମର କରିବା କିଛି ଦରକାର ନାହିଁ।ଆରେ ଚୁଚୁନ୍ଦ୍ରାଙ୍କୁ ମାରିଲେ ହାତ ଗନ୍ଧେଇବ,ତୁ ତ ବହୁତ କିଛି ଜାଣିଛୁ,ବିବେକ,ବିଚାର,ବିନୟଭାଵ ଅଛି, ତୁ ତାଙ୍କ କଥା କାହିଁକି ବୁଝିବୁ,ତୋର ଆତ୍ମସମ୍ମାନ ରହିବ ଟି?ଆମ ବାପା ମାଆ ଆମକୁ ମଣିଷ କରିଛନ୍ତି କଣ ଏଇ ଅସଭ୍ୟଙ୍କ ସାଥିରେ ଲଢ଼ିବାକୁ।ଲଢେଇ ପାଇଁ ସମକକ୍ଷ ଯୋଦ୍ଧା ଆବଶ୍ୟକ।ଏଇ ବୁତୁରୁ ମାନଙ୍କ ସାଙ୍ଗରେ ମୋ ଭାଇ ଲାଗିବ,ଏହା ମୁଁ ଚାହେଁନା।ତାପରେ ତୁ ଭଗବାନଙ୍କୁ ଡାକ,ସେମାନଙ୍କୁ ସୁବୁଦ୍ଧି ମିଳୁ।
ସତରେ ଭାଇ କହିଲ ତୁମ ମନ ଆଉ ମୁଣ୍ଡ କେଉଁ ଧାତୁରେ ଗଢା?ଏମାନଙ୍କୁ କଣ ତୁମେ ଘୃଣା କର ନାହିଁ?

କେବେନାହିଁ ମକୁରୁ।ଏମାନଙ୍କୁ ମୁଁ ବହୁତ ଭଲପାଏ,କାରଣ ଏମାନେ ମୋର ବହୁତ ବଡ଼ ଉପକାର କରନ୍ତି।
ଉପକାର ! ପୁଣି ଏଇ ମାଡୁଆ,ଭାଡୁଆ ମାନେ! ସତରେ ଭାଇ ତୁମ ମୁଣ୍ଡ ଠିକ୍ ଅଛି ତ,ମକରା ଅବିଚଳିତ ହୋଇ କହିଲା।
ରମାକାନ୍ତ କହିଲେ,ହଁ ରେ ମକୁରୁ,ଏମାନେ ସିନା ଆମ ଅପପ୍ରଚାର କରନ୍ତି,ଅଜାଣତରେ ତାହା ମୋ ପାଇଁ ପ୍ରଚାର ହୋଇଥାଏ।ତୁ ତ ଜାଣିଛୁ ଏମାନଙ୍କ ଔକାତ କେତେ।ଜ୍ଞାନୀ,ଗୁଣୀ,ବିଦ୍ୱାନ ଓ ପଣ୍ଡିତ ମାନେ ଅନ୍ୟ ବିରୁଦ୍ଧରେ ସମାଲୋଚନା କରୁଥିବା ଲୋକଙ୍କୁ ଘୃଣା କରନ୍ତି।ଈର୍ଷାପରାୟଣ,ପରଶ୍ରୀକାତର ଲୋକଙ୍କୁ ଆଖିରେ ଦେଖନ୍ତି ନାହିଁ।ସେମାନେ କୁହନ୍ତି,ଯେଉଁ ବ୍ୟକ୍ତି ଅନ୍ୟର ଖୁଣ ଖୋଜେ ସେ ତାର ଗୁଣ ପର୍ଯ୍ୟନ୍ତ ଯାଇପାରେନାହିଁ,ସେ ପରମ ମୂର୍ଖ ଓ ନିର୍ବୋଧ।”ତେଣୁ ସେମାନେ ମୋତେ ନିନ୍ଦା ଦେବାକୁ ଯାଇ ପଣ୍ଡିତଙ୍କ ଶ୍ରଦ୍ଧାବାନ କରାଇଥାନ୍ତି।ଖାଲି ସେତିକି ନୁହଁରେ,ମୋ ଆପଣାର ଲୋକମାନେ ମୋ କଥା କେତେବେଳେ କେମିତି ଭାବନ୍ତି,କିନ୍ତୁ ଏମାନେ ମୋତେ ବଦନାମ କରିବା ପାଇଁ ମୋ କଥା ସବୁବେଳେ ଭାବନ୍ତି ଓ ମୋ କାମକୁ ବାରମ୍ବାର ଦେଖୁଥାଆନ୍ତି।ତେଣୁ ମୋର କାଳେ କିଛି ଭୁଲ ରହିଲା କି ମୁଁ ସତର୍କ ଓ ସଜାଗ ହୋଇଯାଏ।କହିଲୁ ସେମାନେ ମୋର ଉପକାରୀ ନା ନୁହଁ?ଆଉ ଭାବ, ସେମାନେ ଏଇମିତି ଭୁକି ଭୁକି ତାଙ୍କ ପାଖରେ ଥିବା କିଛି ଭଲ ଆଉ ଠିକ୍ ଗୁଣକୁ ହରେଇଦିଅନ୍ତି ଯଦ୍ବାରା ମୋ ପରି ଲୋକମାନଙ୍କୁ ସବୁ ସ୍ତରର ଲୋକମାନେ ଚିହ୍ନି ପାରି ସମ୍ମାନ ଦେଇ ତାଙ୍କୁ ଘୃଣା କରନ୍ତି।ଅବଶ୍ୟ ସେମାନଙ୍କ କହିବା ଅନୁଯାୟୀ କେତେକ ଅଣସାହିତ୍ୟିକ,ପ୍ରତିଭା ନ ଥିବା ବ୍ୟକ୍ତିଙ୍କୁ ମାନପତ୍ର ଦିଆ ନ ଯିବା ଉଚିତ୍ କି ସେମାନଙ୍କ ଦ୍ବାରା ସାହିତ୍ୟ କାର୍ଯ୍ୟକ୍ରମ କରା ନ ଯିବା ଉଚିତ୍ କିନ୍ତୁ ଏମିତି ମୂର୍ଖ ପରି ପାହାଡ଼ରେ ଭୁକିଲେ ଲାଭ କ’ଣ?ତୁମେ କିଏ?

ମକରା ଛଡେଇ ନେଇ କହିଲା,ହଁ ଭାଇ ଠିକ୍ କଥା।ଆରେ…ତୁମେ ଗୁଡାକ କିଏ ବେ?ତୁମ ଦେହରୁ ଅଣସାହିତ୍ୟିକ ଗନ୍ଧ ଯାଇନି,ତୁମ ମୁଣ୍ଡରେ ହଳଦୀଗୁଣ୍ଡା ପଡ଼ିନାହିଁ,ତୁମେ ପେଣ୍ଟ ପିନ୍ଧି ବି ଶିଖିନ,ତୁମ ରୂପ କାନ୍ତି ଦେଖିଲେ ମାଓବାଦୀ କି କାଙ୍ଗାଳ ଭିକାରୀ କହି ଲୋକ ଭାତ ଫିଙ୍ଗୁଛନ୍ତି,ତୁମେ ମନେ ମନେ ଭାବୁଛ ସୁପ୍ରିମକୋର୍ଟ ର ବିଚାରପତି।ଭାଇ ଏଗୁଡାଙ୍କ ଘର ବାଟ ଦେଇ କଣ ଲାଜ ଯାଇନାହିଁ।ଆପଣ ମାନେ ଏ କାହାଣୀ ଜୟ ଶ୍ରୀ କୃଷ୍ଣ ଏବଂ ଶୁଭ ସକାଳ ଗ୍ରୁପ୍ ରୁ ପଢୁଛନ୍ତି । ଏଗୁଡା ବର୍ଣ୍ଣବୋଧ ନ ଶିଖି କହୁଛନ୍ତି ବଡ଼ ପଣ୍ଡିତ।ଆବେ ପାଠ ପଢ,କିଛି ଶିଖ,ଆଉ ଲେଖ,ଏଇ ଆ ତା ବିରୁଦ୍ଧରେ ଭୁଲ ଟୁଲ ଲେଖି ଭାବୁଛ ନିଜକୁ ଦେବ ଦେବ ମହାଦେବ,ନା ବ୍ରହ୍ମା,ବିଷ୍ଣୁ।ଚାଲି ଶିଖ,ଛିଡା ହୋଇଶିଖ,କଥା କହି ଶିଖ,ଏସବୁ ପରା ସାହିତ୍ୟ।ତୁମ ଚାଲିଚଳଣ ବେଶ ପୋଷାକ କହୁଛି ତୁମେ ଗୁଡାକ ଡାହାଳ କୁକୁର,ସିଂପାଞ୍ଜି କି ବଣ ଭୂଆ କି ସନ୍ତାସବାଦୀ।ଖଇନି ଖାଇ ଚଇନି ହୋଇ ମାଡ଼ ଖାଇବାକୁ ବଇନି କରୁଛ।ଏ ଭାଇ ଏମାନଙ୍କ ସଂଖ୍ୟା ବଢିଲେ ସମାଜ ତ ଦୂଷିତ ହୋଇଯିବ,ତେବେ କିଛି କର।
ରମାକାନ୍ତ କହିଲେ,ଏମାନେ ବହୁତ ନୀଚ୍ଚ ମନା।ଏମାନଙ୍କ ସହ ଭଲଭାବେ ମିଶିଲେ,ତାଙ୍କୁ ବଡ଼ ଉନ୍ନତ ଚଳଣୀ ସହ ସାମିଲ କଲେ ବୋଧେ ସେମାନେ ବଦଳି ପାରିବେ।ଭଲହେବାକୁ ହେଲେ ସେମାନଙ୍କର ଚାରୋଟି ଜିନିଷ ଆବଶ୍ୟକ।ସତ୍ ଚିନ୍ତା,ସତ୍ ସଙ୍ଗ,ସତ୍ ଜ୍ଞାନ ଆଉ ସତ୍ କର୍ମ।ଏମାନଙ୍କ ପାଖରେ ଏ ଚାରୋଟିର ଅଭାବ ଅଛି।

ଆଚ୍ଛା ଭାଇ ଏଇ ଯୋଉ ମଝିରେ ମଝିରେ ସତ୍ ସଙ୍ଗ ହେଉଛି,ଏଇ ମ ଯୋଉ ଜୟ ରାଧେ ରାଧେ ଵାଲା ଆସନ୍ତି ଏବେ ଭୁବନେଶ୍ୱରରେ ଅଛି,ତାଙ୍କର ବଡ଼ ଲୋକ ଜଣେ ଆସୁଛନ୍ତି, ସେଇଠିକି ନେଇ ଯିବାକି?ଭଲ ହୁଅନ୍ତା,ମୂର୍ଖ ଗୁଡ଼ାକଙ୍କର ଟିକିଏ ବୁଦ୍ଧି ଶୁଦ୍ଧି ହୁଅନ୍ତା।ମକରା ର ପ୍ରଶ୍ନରେ ରମାକାନ୍ତ କହିଲେ ହଁ ଯେ,ହେଲେ ସେମାନଙ୍କୁ ରାଜି କରାଇ ନେବ କିଏ?ସେମାନେ ତ ଭାବନ୍ତି ଗୋଟେ ଗୋଟେ ବଡ଼ ଠାକୁର।ତାଙ୍କୁ ଠାକୁର ପାଖକୁ ନେବାକୁ ବୁଝେଇବ କିଏ।କଥାରେ ପରା ଅଛି,ଅଜ୍ଞାନ ଆଗରେ ଜ୍ଞାନ ଆଲୋଚନା କଲେ ଜ୍ଞାନର ମର୍ଯ୍ୟାଦା ହାନୀ ହୁଏ,ଅପାତ୍ରରେ ଦାନ କଲେ ପୁଣ୍ୟ କେବେ ହୁଏନି,ବିଧର୍ମୀକୁ ଧର୍ମ ଦେଲେ ଧର୍ମରେ କଳଙ୍କ ଲାଗେ।ତେବେ ଜାଣିଶୁଣି ଏ ଅପକର୍ମ କରିବ କିଏ।

ମକୁରୁ କହିଲା ନାଁ ଭାଇ ଏ ଅଗାଡ଼ିଆ ଗୁଡାକୁ ମୁଁ ଡାକିନେଇଯିବି।ଏଗୁଡା ମାଗଣା ପାଇଲେ ପିଚୁ ଗିଳି ଯିବେ ପରା।ଫାଙ୍କା ଚଉତି ଦେଖେଇ ତିନି ମାଇଲ ନେବା ଲୋକ ମୁଁ ପରା।
ଠିକ୍ ଅଛି,ଆଗାମୀ ନଭେମ୍ବର ସତରରେ ନେଇ ଚାଲ ଭୁବନେଶ୍ୱର।ଠାକୁରଙ୍କ ଆଶୀର୍ବାଦ ପାଇ କାଳେ ବଦଳିଯିବେ।
ମକରା ଧୀରେ ଧୀରେ ସେମାନଙ୍କ ସାଙ୍ଗରେ ମିଶିଲା।ସେମାନଙ୍କ କିଛି କଥାରେ ମୁଣ୍ଡ ଟୁଙ୍ଗାରିଲା।ଏଇମିତି ମତେଇ ସେ ସେମାନଙ୍କୁ ନେଇଗଲା ଭୁବନେଶ୍ୱର ର ସତସଙ୍ଗ ସ୍ଥଳୀ।ସେଠାରେ ତା ଭାଇ ରମାକାନ୍ତ ଆଉ ବାପା ମାଆଙ୍କର ବି ଉପସ୍ଥିତି ଓ ଦାୟିତ୍ୱ ଥାଏ ।ଦିଲ୍ଲୀପ,ଶଙ୍କରା ଓ ମନୁଆଁଙ୍କୁ ସେଠାରେ କିଛି ସୁଯୋଗ ଦେବାକୁ ତା ଭାଇଙ୍କୁ ଅନୁରୋଧ କଲା।ଚାଲିଲା ସଭା।ରମାକାନ୍ତଙ୍କର ପରିଚାଳନାରେ ମଞ୍ଚ ଦୋହଳୁଥିଲା।ତାଙ୍କ ବାପାଙ୍କର ବୌଦ୍ଧିକରେ ସମସ୍ତେ ନିମଜ୍ଜିତ।ତାଳିର ବର୍ଷଣ।ପଡିଲା ମନୁଆର ପାଳି।ମଞ୍ଚରେ ମାଇକ୍ ଧରି କିଛି କହିଲା ବେଳଜୁ ତା ପାଟି ଖନୀ ମାରିଯାଉଥାଏ।ବେଶୀ ସମୟ ରହିପାରିଲା ନି ସେ।ଡକରା ପଡିଲା ଶଙ୍କରାକୁ।ଶଙ୍କରାର ଗାଁ ଛକର ସେ ଉନ୍ମାଦ କୁଆଡେ ଲୁଚିଗଲା।ଅଗଣିତ ଲୋକଙ୍କୁ ଦେଖି ତା ଦେହ ଥରିଲା।

ଅସୁସ୍ଥ କହି ଛାଡିଦେଲା ସେ ମଞ୍ଚ।ଆଉ ଦିଲ୍ଲୀପର କଥା କହିଲେ ନ ସରେ।ଯିଏ ବ୍ୟଙ୍ଗ ବିଦ୍ରୁପ ଅଟ୍ଟହାସ୍ୟରେ ଲୋକଙ୍କୁ ଘାଇଲା କରୁଥିଲା ତା ଦେହରୁ ବହୁଛି ଛାନିଆଁ ଝାଳ।ଆଉ ଗଲାନାହିଁ ମଞ୍ଚକୁ।ମକରା ସାଥିରେ ବସି ଉପଭୋଗ କରୁ କରୁ ସେମାନେ ମାପୁଥାଆନ୍ତି ନିଜର ଜ୍ଞାନର ଉଚ୍ଚତା, ପ୍ରତିଭାର ବ୍ୟାସ ଆଉ ବ୍ୟକ୍ତିତ୍ୱର କ୍ଷେତ୍ରଫଳ।ବଡ଼ ବଡ଼ ଲୋକଙ୍କର ସଭିଙ୍କୁ ପ୍ରଣାମ,ମଧୁର ସମ୍ଭାଷଣ, ଆତ୍ମୀୟତା ପୂର୍ଣ୍ଣ କଥାବାର୍ତ୍ତା ତାଙ୍କୁ ଆଚମ୍ବିତ କରୁଥାଏ।ପଣ୍ଡିତ ମାନଙ୍କର ତାଙ୍କୁ ନମସ୍କାର ଓ ଆତିଥ୍ୟତା ତାଙ୍କ ହୃଦୟକୁ ଆନ୍ଦୋଳିତ କରୁଥାଏ। ଶେଷରେ ପଡିଲା ଋତ୍ଵିକ ଦେବତାଙ୍କ ଯାଜନ।ମନ ଧ୍ୟାନ ଦେଇ ଶୁଣୁଥାନ୍ତି ସେମାନେ।
ହୀନ କି ଜାଣିବ ମାନର ମାନ।ଜଣେ ଗୁଣବାନ ଲୋକ କେବଳ ମାନର ମାନ ମର୍ଯ୍ୟାଦା ବୁଝିପାରେ।

ନିଜର ସୁଗୁଣ ହିଁ ମାନ।ପ୍ରଶଂସା ହିଁ ଶ୍ରେଷ୍ଠ ମାନପତ୍ର।ଯେଉଁ ଟିକିଏ ସୁଗୁଣରେ ସଭିଙ୍କୁ ବଶୀଭୂତ କରାଯାଏ ତାହା ପ୍ରତିଭା।ଅନ୍ୟକୁ ଶ୍ରଦ୍ଧା ଓ ପ୍ରଶଂସା କରିବା ପୂଣ୍ୟ।ନିନ୍ଦା,ଘୃଣା କରିବା ମହାପାପ।ଆତ୍ମୀୟ ସିଏ ଯିଏ ଉତ୍ସାହର ଖୋରାକ ଯୋଗାଏ।ପ୍ରୋତ୍ସାହନ ଆମ ଜିଗୀଶାକୁ ବହୁଗୁଣିତ କରେ।ପ୍ରତିଯୋଗୀ ହୁଅ କିନ୍ତୁ ପ୍ରତିହିଂସାପରାୟଣ ହୁଏନାହିଁ।ଲୋକଙ୍କୁ ଭଲ ପାଅ,ଏମିତିକି ଶତ୍ରୁକୁ ବି।ଦିନ ଆସିବ ଶତ୍ରୁ ଭଲ ପାଇବା ଶିଖି ତୁମକୁ ଭଲ ପାଇବ।ପାପକୁ ଘୃଣା କର କିନ୍ତୁ ପାପୀ ହେଲେ ବି ଭଲ ପାଅ।ପରଶ୍ରୀକାତର ହେଲେ ନିଜ ଶ୍ରୀ ହଜିଯାଏ।ହିଂସୁକ ହେଲେ ସଂଶୟ ବଢେ।ବିରୁଦ୍ଧାଚରଣ କଲେ ନିଜ ପ୍ରଗତି ଶ୍ୱାସରୁଦ୍ଧ ହୁଏ।ଅପମାନ ଦେଲେ ନିଜର ମାନ ଶୁନ୍ୟ ହୁଏ।ତାଛଲ୍ୟ କଲେ ମାଆର ବାତ୍ସଲ୍ୟ ମଣିଷ ଭୁଲିଯାଏ।ନିଜ ମନ,ବିବେକ,ଚିନ୍ତା,ଚେତନାକୁ ଉନ୍ନତ କରିବା।କେବେ କାହାରିକୁ ଘୃଣା କରିବା ନାହିଁ।ମହତ ଲୋକ ସିଏ ଯିଏ ପ୍ରତି ମୁହୂର୍ତ୍ତରେ ଅନ୍ୟକୁ ଆହତରୁ ବଞ୍ଚାଏ।ଗୁଣୀଲୋକ ସିଏ ଯିଏ ଗୁଣ ଖୋଜି ତାର ଗାନ କରେ।କାହାର ପ୍ରଗତିରେ ବାଧା ଦେଲେ ଆମ ଗତି ସବୁଦିନ ପାଇଁ ବନ୍ଦ ହୋଇଯାଏ।କାହା ସହ ଶତ୍ରୁତା କଲେ ମିତ୍ରତା ଘର ଶ୍ମଶାନ ହୋଇଯାଏ।

ଏଇମିତି କେତେ ଅମୁଲ୍ୟବଚନ ସଭିଙ୍କ ମନକୁ ଚୁଉଥାଏ।ଅବାକ ହୋଇଗଲେ ତିନି ହିଂସୁକ।ଲାଗିଥାଏ ସତେ ସ୍ୱର୍ଗପୁର ଆସିଛନ୍ତି କି?ଜୀବନରେ ଏଭଳି ସତ୍ ସଙ୍ଗ,ସତ୍ ଚିନ୍ତାର ଭାଷା,ସତ୍ ଜ୍ଞାନର ମାର୍ଗ ତ ସେମାନେ ଦେଖିନାହାଁନ୍ତି।ସଂଗେ ସଂଗେ ଋତ୍ଵିକ ଦେବତା ଆନନ୍ଦ ବଜାରକୁ ଯିବାପାଇଁ ହାତଯୋଡି ନିବେଦନ କଲେ।ଦିଲ୍ଲୀପ,ମନୁଆ ଆଉ ଶଙ୍କରାଙ୍କୁ ଜଣେ ବିନମ୍ର ନିବେଦନ କରି ହାତ ଧରି ନେଇଗଲେ।ହାତ ଧୋଇବାକୁ ପାଣି ଗଡେଇଦେଲେ।ଆଦରରେ ଆସନ ଦେଇ ଭାଇମାନେ ବସନ୍ତୁ ବୋଲି କହିଲେ।ଆପଣ ମାନେ ଏ କାହାଣୀ ଜୟ ଶ୍ରୀ କୃଷ୍ଣ ଏବଂ ଶୁଭ ସକାଳ ଗ୍ରୁପ୍ ରୁ ପଢୁଛନ୍ତି । ଏଇ ମଧୁର କଥା,ବ୍ୟବହାର ଓ ଭଲପାଇବା ସେମାନଙ୍କ ଅନ୍ତରକୁ ବାରମ୍ବାର କ୍ଷତାକ୍ତ କରୁଥାଏ ତାଙ୍କର ପୂର୍ବ ଖରାପ କର୍ମ,ଭାବନାକୁ ମନେ ପକାଇ।ଅନୁତାପର ବହ୍ନିରେ ଜଳିଯାଉଥାନ୍ତି ସେମାନେ।

ବିବେକ ବାରମ୍ବାର କହୁଥାଏ ଏ ପୃଥିବୀ କେତେ ବଡ଼,ମଣିଷର ମାନ କେତେ ମହାନ।ଜୀବନକୁ ସତରେ କି ସଂଜ୍ଞାହୀନ କରିଦେଇଛୁ ଆମେ।ଏ ଆଦର,ଯତ୍ନ,ପ୍ରଶଂସା ଓ ଆତ୍ମୀୟତାର ପୃଥିବୀଟା ବିନା ରଙ୍ଗରେ କି ରଙ୍ଗୀନ,ବିନା ସଜ୍ଜାରେ କି ଶୃଙ୍ଖଳିତ ଓ ବ୍ୟବସ୍ଥିତ।ଅହିଂସାର ପଥିକ ମାନେ କି ନିଷ୍କଣ୍ଟକ ଓ ପ୍ରଗତିଶୀଳ।ପ୍ରେମର ବାସ୍ନା କି ମନୋହର,ଭଲପାଇବାର ହସ କି ମନଲୋଭା।ମକୁରୁ ଏସବୁକୁ ଲକ୍ଷ୍ୟ କରୁଥାଏ।ମଝିରେ ମଝିରେ କହୁଥାଏ ଏସବୁ ଭଲ ଲାଗୁଛି ନା?ସେମାନଙ୍କ କଣ୍ଠରୁଦ୍ଧ ହୋଇଯାଉଥାଏ,ଖାଲି ମୁଣ୍ଡ ଟୁଙ୍ଗାରି କହୁଥାନ୍ତି ହଁ।ସଭାର ସମାପନ ପରେ ସେମାନେ ସେମାନଙ୍କର ସବୁ ମନର ଦୁର୍ଗନ୍ଧକୁ ଭୁଲି ଯାଇଥାନ୍ତି ଆଉ ଗୋଟିଏ ଜିନିଷ ମନେ ରଖିଥାନ୍ତି ଋତ୍ଵିକ ଦେବତାଙ୍କ ଅମୁଲ୍ୟ ବିଶ୍ଳେଷଣ ଭରା ଵଚନ “ହୀନ କି ଜାଣିବ ମାନର ମାନ”।

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.