ଶେଷ ଛାୟାଚିତ୍ର

4aa0b2a660fdcb696be2fed74da0f1dc
Reading Time: 4 minutes

ସ୍ତ୍ରୀ ଗଲା ପରେ ପରେ ସମୀର ବାବୁ ପୁରା ଏକା l ବଡ଼ ପୁଅ ବିଜୟ ଆମେରିକା ରେ ଗୋଟେ ପ୍ରତିଷ୍ଠିତ କମ୍ପାନୀ ରେ software engineer l ଯାହା ପାଇଁ ସମୀର ବାବୁ ବହୁତ ଗର୍ବ କରନ୍ତି ଓ ନିଜକୁ ନିଜେ ସାବାସୀ ମଧ୍ୟ ଦିଅନ୍ତି l ସେ ତା ପରିବାର ସହ ଏବେ ଆମେରିକା ରେ ରହୁଛି l ସାନ ପୁଅ ‘ଅଜୟ’ ର କଥା ପଚାରିଲେ, ସମୀର ବାବୁ ନାକ ଟେକି କୁହନ୍ତି, କୁହନ୍ତୁନି ତା କଥା, ତାକୁ ମୋ ପୁଅ ବୋଲି ପରିଚୟ ଦେବାକୁ ଖରାପ ଲାଗୁଛି l ପାଠ ଦୁଇ ଅକ୍ଷର ଯଦି ସେ ଠିକ୍ ରେ ପଢ଼ିଥାନ୍ତା, ସେ କଣ ଆଜି କଉ ଠିକାଦାର ପାଖରେ ଦାଦନ ଖଟୁଥାନ୍ତା !!!!

ସାନ ପୁଅ ତା ପରିବାର ସହିତ ରାଉରକେଲାରେ l ସ୍ତ୍ରୀ ଓ ଦୁଇ ଝିଅ କୁ ନେଇ ତା ପରିବାର l ସ୍ତ୍ରୀ ‘ରୂପା’ ପାଠୋଇ ହୋଇନଥିଲେ ମଧ୍ୟ ଭାରି ଵିଵେକୀ l ଅଜୟ ର କମ୍ ବେତନକୁ, ଦୁଇ ଝିଅ ଙ୍କର ପାଠ ପଢ଼ା ସହିତ ଘର ଖର୍ଚ l ସବୁକିଛି ଠିକ୍ ଠାକ୍ ଚଳେଇ ଆସିଛି ରୂପା l ବଡ଼ ଝିଅ ସରକାରୀ ସ୍କୁଲ ରେ ପଞ୍ଚମ ଶ୍ରେଣୀରେ ପଢୁଛି ଆଉ ସାନ ଏବେ ଏବେ ସ୍କୁଲ ଯାଉଛି l ଅଜୟ ର ସେମିତି ମଦ ପାଣି ଖର୍ଚ କିଛି ନାହିଁ l ଦୁଇ ଝିଅଙ୍କୁ ଅଜୟ କେବେ ବି ଅଭାବ ର ଅନୁଭବ କରିବାକୁ ଦେଇନି l ଗରିବ ର ସଂଜ୍ଞା ବୁଝି ଗଲା ଭଳି, ଦୁଇ ଝିଅ ମଧ୍ୟ କେବେବି ବାପା ଙ୍କ ପାଖରେ କୌଣସି ଜିନିଷ ପାଇଁ କେବେ ଜିଦି ଧରିନାହାନ୍ତି l

ସମୀର ବାବୁ ତାଙ୍କ ସରକାରୀ ଚାକିରିରୁ ଅବସର ନେବା ପ୍ରାୟ ପନ୍ଦର ବର୍ଷ ହୋଇଗଲାଣି l ବାର୍ଦ୍ଧକ୍ୟ ହେତୁ ନିଜେ ନିଜର କାମ କରିବାକୁ ଏବେ ସେ ଅସମର୍ଥ lଝାଡ଼ା ପରିସ୍ରା କପଡା ଧୋଇ ଧୋଇ ଚାକରାଣୀ ବି ଶେଷରେ ରୋକ୍ ଠୋକ୍ ଆସିବା ପାଇଁ ମନା କରିଦେଲା l

ସାନ ପୁଅ ଅଜୟ ର ଇଛା, ବାପା ମୋ ପାଖରେ ରୁହନ୍ତୁ l ଏଥି ପାଇଁ ସେ ବାରମ୍ବାର ବାପା ଙ୍କୁ ଅନୁରୋଧ କରିଛି, କିନ୍ତୁ ବାପା ଆସୁନାହାନ୍ତି l ହଁ ଦାଦନ ଖଟୁଥିବା ପୁଅକୁ କଣ କେବେ ସେ ନିଜର କରିପାରିବେ !!!! ଏବେବି ସେ ମୋତେ ଘୃଣା କରନ୍ତି l ହଁ ଭଗବାନ ଯଦି ମୋ କପାଳରେ ସେଇୟା ହିଁ ଲେଖିଥିଲେ, ଏଥିରେ ମୋର କଣ ବା ଭୁଲ୍ l ବଡ଼ ଭାଇ ବାପା ଙ୍କର ସବୁକିଛି….. l ବାପା ରାଉରକେଲା ଆସନ୍ତୁ, ଏଥିପାଇଁ ରୂପା ମଧ୍ୟ ବାପା ଙ୍କୁ ଅନେକ ଥର ଅନୁରୋଧ କରିଛି l ଖାଲି ସେତିକି ନୁହଁ, ଦୁଇ ନାତୁଣୀ ମଧ୍ୟ ଗୁଲୁରୁ ଗୁଲୁରୁ ହୋଇ ଫୋନ୍ କରି କୁହନ୍ତି, ଜେଜେ, ତୁମେ ଆମ ପାଖକୁ ପଳେଇ ଆସ l ସାଥି ହୋଇ ବହୁତ ମଜା କରିବା l କିନ୍ତୁ…… ନା l ବାପା ଙ୍କର ଇଛା ବଡ଼ ପୁଅ ବିଜୟ ଯଦି ଡାକନ୍ତା ମୂଁ ଚାଲିଯାନ୍ତି l ବାକିତକ ଜୀବନ ସେଇଠି କାଟିଦିଅନ୍ତି l ଏମିତି ବା ଆଉ କେତେଦିନ ବଞ୍ଚିବି !!! ନାତି ନାତୁଣୀଙ୍କ ସହିତ ମିଶି ସମୟ ବିତେଇ ଦିଅନ୍ତି l କିନ୍ତୁ ଆଜିପର୍ଯ୍ୟନ୍ତ ସମୀର ବାବୁ ତାଙ୍କ ତରଫରୁ ବଡ଼ ପୁଅ କୁ ଏ ପ୍ରସ୍ତାବ କେବେ ଦେଇନାହାନ୍ତି l

ଆଜି ସମୀର ବାବୁ କାହିଁକି ବେଶି ଅସୁସ୍ଥ ଜଣାପଡୁଛନ୍ତି l ମୁଣ୍ଡ ବୁଲେଇ ଦଉଛି l ଜଣେ ପଡୋଶୀ ସମୀର ବାବୁଙ୍କୁ କହିଲେ, ଏହି ବୟସରେ ଏକା ରହିବା ଆପଣଙ୍କ ପାଇଁ ଠିକ୍ ନୁହଁ !!!!!!! କେତେବେଳେ କଉ କଥା l ଆପଣ ପୁଅ ବୋହୁଙ୍କ ପାଖକୁ ପଳାନ୍ତୁ l ସମୀର ବାବୁଙ୍କର ମଧ୍ୟ ସେଇୟା ହିଁ ଇଛା ଥିଲା ତେଣୁ ସେ ଆଜି ବଡ଼ ପୁଅ ପାଖକୁ ଫୋନ କରିବାକୁ ମନସ୍ତ କଲେ l ଆଜି ବଡ଼ ପୁଅ କୁ ଫୋନ କରିବି, ଭିତରର ଇଛା କୁ ଆଉ ବା କେତେଦିନ ଚାପିରଖିବି l ମୂଁ ଜାଣିଚି ମୋ ବଡ଼ ପୁଅ ମୋ କଥା ଶୁଣି ନିଶ୍ଚୟ ଖୁସି ହେବ l

ବଡ଼ ପୁଅକୁ ଫୋନ କରି ସମୀର ବାବୁ ସବୁକଥା କହିଲେ l ମୂଁ ଆଉ ପାରୁନିରେ ‘ବିଜୁ’, ଭାବୁଛି ତୋ ପାଖକୁ ପଳେଇବି l ବାପା ଆସିବା କଥା ଶୁଣି ପୁଅ ଦ୍ୱନ୍ଦରେ ପଡିଗଲା l ବାପା ଙ୍କୁ ଏବେ ସେ କଣ କହିବ ? ସ୍ତ୍ରୀ କୁ ନପଚାରି ଯଦି ବାପା ଙ୍କୁ ହଁ କରିଦେବି, ତେବେ ଘରେ ମହାଭାରତ l ତେଣୁ ସେ ଭାବିଲା ବାପାଙ୍କୁ ମନା କରିଦେବା ଠିକ ହିଁ ହେବ l କଣ ବା କହି ବାପାଙ୍କୁ ମନା କରିବ !!! ବାପା ଙ୍କୁ ବୁଝେଇଲା ଭଳି କହିଲା, ବାପା ତୁମେ ଏ ବୟସ ରେ ଏଠିକୁ ଆସିବା ଠିକ୍ ହେବନି l ମୋର limited salary ରେ ଆମକୁ ଚଳିବାପାଇଁ difficult ହେବ l ମୂଁ ଭାବୁଛି ତୁମେ ଗୋଟେ ଵୃଦ୍ଧାଶ୍ରମ ରେ ରହିଯାଅ, ମୂଁ ପ୍ରତ୍ୟେକ ମାସ ତୁମ ଆକାଉଣ୍ଟ କୁ ଟଙ୍କା ପଠେଇଦେବି l ତୁମର କିଛି ଅସୁବିଧା ହେବନି l ଏତିକି କହି ପୁଅ ଫୋନ କାଟିଦେଲା l ବାସ, ଏତିକିରେ ବାପାଙ୍କୁ ଆଉ କିଛି ଅବୁଝା ରହିଲା ନାହିଁ l ମଣିଷ ଆଉ ମଣିଷ ପଣିଆ ଭିତରେ ଥିବା ତଫାତ କୁ ସେ ଠିକ୍ ଭାବରେ ବୁଝିପାରିଲେ l ବିଜୟ ଆଉ ଅଜୟ ଭିତରେ ଥିବା ବିବେକ ର ଶୂନ୍ୟସ୍ଥାନ କୁ ସେ ଠିକ୍ ସେ ଅନୁଭବ ମଧ୍ୟ କରିପାରିଲେ l ଇଛା ନଥିଲେବି ସେ ଅଭିମାନରେ ଵୃଦ୍ଧାଶ୍ରମ ଚାଲିଆସିଲେ l

କରୋନା ମହାମାରୀରୁ ରକ୍ଷା ପାଇବାପାଇଁ ଆଜି ସାରା ଦେଶ lockdown l ଜନ ଜୀବନ ଠପ୍ l Lockdown ର ଠିକ୍ ପାଞ୍ଚ ଦିନ ପରେ ହଟାତ ସମୀର ବାବୁ ଅସୁସ୍ଥ ହୋଇଗଲେ l ଦେହ ଥରିବାକୁ ଲାଗିଲା l ଆଖି ଖୋଳା ଖୋଳା ହୋଇ ପଶିଗଲା l ଦୁଇ ପୁଅଙ୍କର ଉପସ୍ଥିତିକୁ ବୋଧହୁଏ ସେ ଚାହୁଁଥିଲେ, ସେଥିପାଇଁ ଵୃଦ୍ଧାଶ୍ରମ ପରିଚାଳନା କମିଟୀ, ସମୀର ବାବୁଙ୍କର ଦୁଇ ପୁଅଙ୍କୁ ଫୋନ କରି ଜଣେଇଦେଲେ l

ବଡ଼ ପୁଅ ଫୋନ କରି ବାପା ଙ୍କୁ ସଫା ସଫା ଶୁଣେଇଦେଲା; ତୁମେ ଏବେ ତୁମ ବ୍ୟବସ୍ତା ନିଜେ କର l International flight ବନ୍ଦ ହୋଇଯାଇଥିବାରୁ ମୋର ଯିବା ସମ୍ଭବ ନୁହେଁ l ଫୋନ୍ ବୋଧହୁଏ ସେପଟୁ କଟିଗଲା l……. କିଛି ସମୟ ପରେ ସମୀର ବାବୁଙ୍କ ପାଖକୁ ଆଉ ଗୋଟେ ଫୋନ୍ କଲ ଆସିଲା l ସମୀର ବାବୁ ଫୋନ୍ ରିସିଭ କରି ଫୋନଟିକୁ କାନରେ ଦେଲେ, ସେପଟୁ ଶୁଭିଲା……… ଜେଜେ, ତୁମେ ଆଦୌ ବ୍ୟସ୍ତ ହୁଅନି !!! ବାପା ଏବେ ସାଇକେଲ ରେ ରାଉରକେଲା ରୁ ବାହାରି ଗଲେଣି l ବୋଧହୁଏ କାଲି ସକାଳ ସୁଦ୍ଧା ତୁମ ପାଖରେ ପହଞ୍ଚିଯିବେ l ମୂଁ ବାପାଙ୍କ ବ୍ୟାଗ୍ ରେ ତୁମ ପାଇଁ ବିସ୍କୁଟ, ଚୁଡା ଏବଂ ଚିନି ପଠେଇଚି l ତୁମେ ଗପ ବହି ପଢିବାକୁ ଭଲପାଅ ବୋଲି ମୂଁ ଗୋଟେ ପୁରୁଣା ଜହ୍ନମାମୁ ପଠେଇଚି l ତୁମକୁ ପୋଡ଼ୁପିଠା ଭଲଲାଗେ ବୋଲି, ମା’, ବାପାଙ୍କ ବ୍ୟାଗ ରେ ପୋଡ଼ୁପିଠା ଟେ ଦେଇଛି l ତୁମେ ଆଦୌ ବ୍ୟସ୍ତ ହେବନି l ହଁ, ଜେଜେ, ମୋ ବାପା କହୁଥିଲେ ତୁମେ ତାଙ୍କୁ ବହୁତ ଘୃଣା କର l ମୋ ବାପା ଙ୍କ ଉପରେ ଆଉ ରାଗିବନି ଜେଜେ, କାରଣ ବାପା ଘରୁ ବାହାରିଲାବେଳେ ମା ‘ କୁ କାନ୍ଦି କାନ୍ଦି କହୁଥିଲେ, ବାପା କଣ ମୋ ମୁହଁ ଚାହିଁବେ ? ହଁ ଜେଜେ, ବାପା ପହଂଚିଲେ, ତୁମେ ଆଗେ ପୋଡପିଠା ଖାଇଦେବ, ତା ପରେ ଯଉ କଥା l

କୋରୋନା ର କରାଳ ରେ ସାରା ପୃଥିବୀ ସ୍ତବ୍ଦ l ଘନ ଘନ ଅନ୍ଧାର ଓ ପୋଲିସ ର ଲାଠିମାଡ଼କୁ ଖାତିର ନକରି ଜଙ୍ଗଲିଆ ରାସ୍ତାରେ ସାଇକେଲ ଚଲେଇ ଆଗକୁ ଆଗକୁ ମାଡିଯାଉଥିଲା ଅଜୟ…. ଵୃଦ୍ଧାଶ୍ରମ ଆଡକୁ l ମନରେ ଅସୁମାରୀ ସ୍ବପ୍ନ !!!! ବାପା ଙ୍କୁ ବହୁ ବର୍ଷ ପରେ ଦେଖିବ l ରୂପା, ହାତ ତିଆରି ପୋଡ଼ୁପିଠା ଖୁଆଇଦେବ l ବାପା ମୋ ଉପରେ ରାଗିବେନାହିଁତ ??? ଦାଦନ ଖଟୁଥିବା ପୁଅ ହାତରୁ ସେ କଣ ପିଠା ଖାଇବେ ??? ଏମିତି ହଜାରେ ପ୍ରଶ୍ନ କୁ ଛାତି ଭିତରେ ଜାବୁଡି ଧରି ଅଜୟ ଚାଲୁଥାଏ ଵୃଦ୍ଧାଶ୍ରମ ଆଡକୁ l

ସୂର୍ଯ୍ୟ ଉଦୟ ପୂର୍ବରୁ ଅଜୟ ପହଂଚିଗଲା ଆଶ୍ରମରେ l ଚାରିଆଡେ ଖାଁ ଖାଁ l ବାପା ଙ୍କ ସନ୍ଧାନ ରେ ଯାଇଥିବା ପୁଅ ଆଜି ସ୍ତବ୍ଦ, ଆଉ ଜଣେ ବାପାଙ୍କୁ ଦେଖି……ଯିଏ ଅଜୟ କୁ ଦେଖି ଆଉ ରାଗୁ ନାହାନ୍ତି, ମଣିଷ ଆଉ ମଣିଷ ପଣିଆ ଭିତରେ ଥିବା ପାର୍ଥକ୍ୟ ର ସୂତାଖିଅ କୁ ବୁଝୁ ବୁଝୁ ବୋଧ ହୁଏ ଥକିଯାଇଛନ୍ତି l ଟିକେ ବିଶ୍ରାମ ନେଇଛନ୍ତି…… ରାମ ନାମ ସତ୍ୟ ହେ…. ହରି ନାମ ସତ୍ୟ ହେ ରେ ପ୍ରକମ୍ପିତ ହେଉଛି ସାରା ଵୃଦ୍ଧାଶ୍ରମ ର ପରିବେଶ l ସତରେ ବାପା ଆଜି ବି ମୋ ଉପରେ ଅଭିମାନ କରିଛନ୍ତି…… ମୋ ମୁହଁ ସେ କେବେ ଚାହିବେନି ବୋଲି ବୋଧହୁଏ ପ୍ରତିଜ୍ଞା କରି ଛାୟାଚିତ୍ର ଭଳି ସ୍ଥାଣୁ ହୋଇଯାଇଛନ୍ତି l

🔹🔹🔹🔹🔹🔹🔹🔹🔹🔹🔹

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.