ରାମରାଜ୍ୟ

ramayana
Reading Time: 3 minutes

ଭରତ ନନ୍ଦୀଗ୍ରାମରେ ରହୁଥିଲେ l କୁମାର ଶତ୍ରୁଘ୍ନ ତାଙ୍କ ଆଦେଶରେ ରାଜ୍ୟ ସଂଚାଳନ କରୁଥିଲେ l

ଥରେ ରାତ୍ରିର ବିଳମ୍ବ ପ୍ରହରରେ ମାତା କୌଶଲ୍ୟାଙ୍କୁ ଲାଗିଲା ତାଙ୍କ ଛାତ ଉପରେ ସତେ କେହି ଜଣେ ଚାଲୁଛି l ତାଙ୍କ ନିଦ ଭାଙ୍ଗିଗଲା l ପଚାରିଲେ,’କିଏ’?

ଜଣା ପଡ଼ିଲା *”ଶୃତିକୀର୍ତ୍ତି”l ତଳକୁ ଡାକିଲେ l

ଶୃତିକୀର୍ତ୍ତି ସମସ୍ତଙ୍କ ଠାରୁ ସାନ ବୋହୂ l କୁମାର ଶତ୍ରୁଘ୍ନଙ୍କ ପତ୍ନୀ l ତଳକୁ ଆସିଲେ ପ୍ରଣାମ କରି ମାତା କୌଶଲ୍ୟାଙ୍କ ପାଖରେ ଛିଡା ହେଇଗଲେ।

ମାତା କୌଶଲ୍ୟା ପଚାରିଲେ,”ଶୃତି ! ଏତେ ରାତିରେ ତୁମେ ଛାତ ଉପରେ କଣ କରୁଥିଲ ଝିଅ ? ନିଦ ଆସୁନି କି ?

ଶତ୍ରୁଘ୍ନ କେଉଁଠି ?

ଶୃତିକୀର୍ତ୍ତିଙ୍କ ଆଖି ଲୁହରେ ଭିଜିଗଲା। କାନ୍ଦିକାନ୍ଦି କୌଶଲ୍ୟାଙ୍କ କୋଳରେ ଲୋଟି ଗଲେ l କହିଲେ, “ମା ! ତାଙ୍କ ସହିତ ମୋର ଶେଷ ଦେଖା ତେର ବର୍ଷ ତଳେ ହେଇଥିଲା।

ଓଃ ! ଦୁଃଖରେ ଫାଟି ପଡିଲା କୌଶଲ୍ୟାଙ୍କ ହୃଦୟ।

ତୁରନ୍ତ ସମସ୍ତଙ୍କୁ ଡାକିଲେ। ସେବକମାନେ ଦୌଡ଼ି ଆସିଲେ l ଅର୍ଦ୍ଧ ରାତ୍ରିରେ ହିଁ ପାଲିଙ୍କି ପ୍ରସ୍ତୁତ ହେଲା। ଶତୃଘ୍ନଙ୍କୁ ଖୋଜା ଯିବ। ମା’ ବାହାରିଲେ l

ଜାଣିଛନ୍ତି ! ଶତୃଘ୍ନ କେଉଁଠୁ ମିଳିଲେ ?

ଅଯୋଧ୍ୟାର ଯେଉଁ ଦ୍ୱାର ବାହାରେ ଭରତ ନନ୍ଦିଗ୍ରାମରେ ତପସ୍ୱୀ ଜୀବନ ବିତାଉ ଥିଲେ,ସେହି ଦ୍ୱାର ଭିତରେ ଏକ ପଥର ଶିଳା ଥିଲା l ତା’ରି ଉପରେ ଶତ୍ରୁଘ୍ନ ନିଜ ବାହୁକୁ ତକିଆ କରି ଶୋଇଥିବା ଦେଖିବାକୁ ମିଳିଲେ।
କୁମାର ଶତୃଘ୍ନଙ୍କ ମୁଣ୍ଡ ପାଖରେ ବସି ପଡ଼ିଲେ ମା l ମୁଣ୍ଡକୁ ଆଉଁସି ଦିଅନ୍ତେ, ଶତୃଘ୍ନଙ୍କ ନିଦ ଭାଙ୍ଗିଗଲା।
କହିଲେ,’ମା’ !

ଉଠିଲେ, ପାଦତଳେ ଲୋଟିଗଲେ। ‘ମା’ ! ଆପଣ କାହିଁ କଷ୍ଟ କଲେ ? ମୋତେ ଡକେଇ ନେଇ ପାରି ଥାଆନ୍ତେ।

ମା ପଚାରିଲେ ଶତୃଘ୍ନ ! ଏଠି କାହିଁକି ?”

ଶତୃଘ୍ନ କଇଁ,କଇଁ ହେଇ କାନ୍ଦିବାକୁ ଲାଗିଲେ। କହିଲେ, ‘ମା’ ! ଭ୍ରାତା ରାମ ପିତାଙ୍କ ଆଜ୍ଞାରେ ବଣକୁ ଚାଲିଗଲେ ; ଭ୍ରାତା ଲକ୍ଷ୍ମଣ ବି ତାଙ୍କ ପଛେ ପଛେ ଚାଲିଗଲେ l ଭ୍ରାତା ଭରତ ବି ନନ୍ଦୀ ଗ୍ରାମରେ ସନ୍ୟାସ ଜୀବନ ବିତାଉଛନ୍ତି।
‘ମା’ ! ଏ ରାଜମହଲ,ଏ ରଥ ,ଏ ତେଜସ୍ୱୀ ବସ୍ତ୍ର ବିଧାତା କଣ ମୋ ପାଇଁ ହିଁ ବନେଇ ଥିଲା?

ମାତା କୌଶଲ୍ୟା ନିରୁତ୍ତର।

ଏହା ହିଁ ରାମକଥା…

ଏହା ଭୋଗ ନୁହେଁ, ତ୍ୟାଗର କଥା l ଏଠି ତ୍ୟାଗର ପ୍ରତିଯୋଗିତା। ସମସ୍ତେ ପ୍ରଥମ। କେହି କାହାଠୁ ପଛରେ ନାହିଁ।

ଚାରି ଭାଇଙ୍କ ପରସ୍ପର ପ୍ରତି ଭଲ ପାଇବା,ପ୍ରେମ,ତ୍ୟାଗ ଅଦ୍ଭୁତ ! ଅଭିନବ, ଅଲୌକିକ !!

ରାମାୟଣ ଜୀବନ ଜିଇଁବାର ସର୍ବୋତ୍ତମ ଶିକ୍ଷା ଦେଇଥାଏ ।🌸🌸🌸 ॐ ନମୋ ନାରାୟଣ 🌸🌸🌸

ଭଗବାନ ରାମଙ୍କୁ ବନବାସ ହେଲା ତ ତାଙ୍କ ଧର୍ମପତ୍ନୀ ମା’ ସୀତା ସହର୍ଷ ବନବାସ ସ୍ୱୀକାର କରି ନେଲେ।

ବାଲ୍ୟ କାଳରୁ ରାମଙ୍କ ପଛରେ ଦୌଡୁଥିବା ଅନୁଜ ଲକ୍ଷ୍ମଣ କେମିତି ରାମଙ୍କଠାରୁ ଦୁରେଇ ଯାଇ ଥାଆନ୍ତେ !
ଲକ୍ଷ୍ମଣ ମାତା ସୁମିତ୍ରାଙ୍କଠାରୁ ତ ବନଗମନର ଆଜ୍ଞା ନେଇ ହିଁ ସାରି ଥିଲେ l

ପରନ୍ତୁ ! ପତ୍ନୀ ଉର୍ମିଳାଙ୍କ କକ୍ଷ ଆଡକୁ ଅଗ୍ରସର ହେଉଥିବା ବେଳେ ମନେ ମନେ ଭାବୁଥିଲେ, ମା’ ତ ଆଜ୍ଞା ଦେଇଦେଲେ ; ହେଲେ ଉର୍ମିଳାଙ୍କୁ କେମିତି ବୁଝେଇବି !! କଣ କହିବି !!!

ଏମିତି ଭାବୁ ଭାବୁ ଯେମିତି ନିଜ କକ୍ଷରେ ପହଞ୍ଚିଛନ୍ତି,ଦେଖିଲେ ଉର୍ମିଳା ହାତରେ ଆରତୀ ଥାଳି ଧରି ଦଣ୍ଡୟମାନ !
କହିଲେ ” ଆପଣ ମୋ ଚିନ୍ତା ଛାଡ଼ନ୍ତୁ, ପ୍ରଭୁଙ୍କ ସେବା ପାଇଁ ବଣକୁ ଯାଆନ୍ତୁ l ମୁଁ ଆପଣଙ୍କୁ ରୋକିବି ନାହିଁ।
ମୋ ଯୋଗୁଁ ଆପଣଙ୍କ ସେବାରେ କୌଣସି ବାଧା ନ ଆସୁ,ସେଥିପାଇଁ ଆପଣଙ୍କ ସାଥିରେ ବନକୁ ଯିବାକୁ ଜିଦି ଵି କରିବିନି”।

ଲକ୍ଷ୍ମଣଙ୍କୁ କହିବାକୁ ସଙ୍କୋଚ ଲାଗୁଥିଲା। ପରନ୍ତୁ ତାଙ୍କର କିଛି କହିବା ପୂର୍ବରୁ ହିଁ ଉର୍ମିଳା ତାଙ୍କର ସମସ୍ତ ଦ୍ଵିଧା ଦୂର କରିଦେଲେ। ବାସ୍ତବରେ ଏହା ହିଁ ପତ୍ନୀର ଧର୍ମ।
ପତିର ମନ କଥା ଜାଣି ସଂଶୟ ଦୂର କରିଦେବା ହିଁ ଆଦର୍ଶ ପତ୍ନୀର କର୍ତ୍ତବ୍ୟ !!

ଲକ୍ଷ୍ମଣ ତ ରାମଙ୍କ ସହିତ ବନ ଗମନ କଲେ,ପରନ୍ତୁ ଉର୍ମିଳା ! ଚଉଦ ବର୍ଷ କାଳ ଜଣେ ତପସ୍ୱିନୀ ଭଳି ଜୀବନ ଯାପନ କଲେ।
ବଣରେ ଭାଇ ଭାଉଜଙ୍କ ସେବାରେ ବ୍ରତୀ ଲକ୍ଷ୍ମଣ କେବେ ଶୋଇ ନ ଥିଲେ l ପରନ୍ତୁ ଉର୍ମିଳା ବି ନିଜ ମହଲର ଦ୍ୱାର କେବେବି ବନ୍ଦ କରି ନ ଥିଲେ l ସାରା ରାତ୍ରି ଉଜାଗର ରହି ସେହି ଦୀପ ଶିଖାକୁ କେବେ ନିର୍ବାପିତ ହେବାକୁ ଦେଇ ନ ଥିଲେ।

ମେଘନାଦ ସହିତ ଯୁଦ୍ଧରେ ଲକ୍ଷ୍ମଣଙ୍କ ଶକ୍ତି ଭେଦ ହେଲା। ହନୁମାନ ମୃତ୍ୟୁ ସଂଜୀବନୀ ସନ୍ଧାନରେ ଯାଇ ପାହାଡ଼ ନେଇ ଫେରୁଥିଲେ। ବାଟରେ ଅଯୋଧ୍ୟା ଉପର ଦେଇ ଗଲା ବେଳେ ଭରତ ତାଙ୍କୁ ରାକ୍ଷସ ଭାବି ବାଣ ଚଳେଇ ଦେଲେ l ଆଘାତ ପ୍ରାପ୍ତ ହନୁମାନ ତଳେ ଓଲ୍ହେଇ ଯାଆନ୍ତି।
ହନୁମାନ ସାରା ବୃତ୍ତାନ୍ତ ଶୁଣାନ୍ତି କି, ସୀତାଙ୍କୁ ରାବଣ ନେଇ ଯାଇଛି, ଇନ୍ଦ୍ରଜିତ ସହିତ ଯୁଦ୍ଧରେ ଲକ୍ଷ୍ମଣ ମୂର୍ଚ୍ଛିତ।
ଏ କଥା ଶୁଣିବା ମାତ୍ରେ ମାତା କୌଶଲ୍ୟା କୁହନ୍ତି, “ରାମକୁ କହିଦେବ, ବିନା ଲକ୍ଷ୍ମଣରେ ସେ ଯେମିତି ଅଯୋଧ୍ୟା ଭୂମିରେ ପାଦ ନରଖେ।ବଣରେ ରହିଯିବ।

ମାତା ସୁମିତ୍ରା କୁହନ୍ତି, “ରାମକୁ କହିବ,ଚିନ୍ତା କରିବାର କୌଣସି କାରଣ ନାହିଁ। ଏବେ ବି ଶତୃଘ୍ନ ଅଛି। ମୁଁ ତୁରନ୍ତ ତାକୁ ପଠାଉଛି। ମୋର ଦୁଇ ପୁତ୍ର “ରାମ ସେବା” ପାଇଁ ହିଁ ତ ଜନ୍ମ ହେଇଛନ୍ତି”।

ମା’ ମାନଙ୍କର ପ୍ରେମ ଦେଖି ହନୁମାନଙ୍କ ଆଖିରୁ ଅଶ୍ରୁ ଧାରା ବହି ଚାଲିଥାଏ।
ପରନ୍ତୁ ଯେବେ ସେ ଉର୍ମିଳାଙ୍କୁ ଦେଖିଲେ,ଭାବୁ ଥାଆନ୍ତି,ଏ କେମିତି ଏତେ ପ୍ରସନ୍ନ ଚିତ୍ତରେ ଦଣ୍ଡାୟମାନ ! କ’ଣ ୟା’ଙ୍କୁ ୟା’ଙ୍କ ପତିଙ୍କ ଜୀବନର କୌଣସି ଚିନ୍ତା ନାହିଁ !
ହନୁମାନ ପଚାରନ୍ତି,”ହେ ଦେବୀ ! ଆପଣଙ୍କ ପ୍ରସନ୍ନତାର କାରଣ କଣ ? ଆପଣଙ୍କ ପତିଙ୍କ ପ୍ରାଣ ସଙ୍କଟରେ। ଆସନ୍ତା କାଲି ପ୍ରଭାତର ସୂର୍ଯ୍ୟ ଉଦୟ ହେବା ମାତ୍ରେ ଆପଣଙ୍କ କୂଳ ପ୍ରଦୀପ ଲିଭି ଯିବ।

ଉର୍ମିଳାଙ୍କ ଉତ୍ତର ଶୁଣି ତିନି ଲୋକର କୌଣସି ପ୍ରାଣୀ ତାଙ୍କର ବନ୍ଦନା ନ କରି ରହି ପାରିବନି।
ସେ କହିଲେ,”ମୋ କୂଳ-ପ୍ରଦୀପ କୌଣସି ସଙ୍କଟରେ ନାହିଁ। ତାହା କେବେବି ଲିଭି ଯାଇ ନପାରେ। ରହିଲା ସୂର୍ଯ୍ୟ ଉଦୟର କଥା। ଯଦି ଆପଣ ଚାହୁଁଛନ୍ତି ତ ଅଯୋଧ୍ୟାରେ କିଛି ଦିନ ବିଶ୍ରାମ କରି ନିଅନ୍ତୁ “l କାହିଁକି ନା, ଆପଣଙ୍କର ସେଠାରେ ପହଞ୍ଚିବା ବିନା ସୂର୍ଯ୍ୟ ଉଦୟ ହେଇ ପାରିବେନି। ଆପଣ କହୁଥିଲେ ନା ! ପ୍ରଭୁ ଶ୍ରୀରାମ ମୋ ପତିଙ୍କୁ ତାଙ୍କ କୋଳରେ ଧରି ବସିଛନ୍ତି ବୋଲି ! ଯିଏ ଯୋଗେଶ୍ଵର ଶ୍ରୀରାମଙ୍କ କୋଳରେ ଶୋଇଛି ; କାଳ ତାଙ୍କୁ ଛୁଇଁ ବି ପାରିବନି। ଏମିତିତ ଏ ଦୁହେଁ ଲୀଳା କରୁଛନ୍ତି।

ମୋ ପତି ଯେବେଠୁ ବଣକୁ ଗଲେଣି ; ସେବେଠୁ ଶୋଇ ନାହାନ୍ତି। ସେ ନ ଶୋଇବା ପାଇଁ ପ୍ରତିଜ୍ଞା କରିଥିଲେ। ସେଥି ପାଇଁ କିଛି ସମୟ ବିଶ୍ରାମ ନେଇଛନ୍ତି। ଯେବେ ଭଗବାନଙ୍କ କୋଳ ମିଳିଗଲା ; ବିଶ୍ରାମ ଟିକେ ଅଧିକ ହେଇଗଲା। ସେ ଉଠି ଯିବେ। ଶକ୍ତି ମୋ ପତିଙ୍କୁ ଲାଗି ହିଁ ପାରିବନି ; ତାହା ରାମଙ୍କୁ ହିଁ ଲାଗିଛି। କାରଣ,ମୋ ପତିଙ୍କ ସମସ୍ତ ଶ୍ୱାସରେ,ହୃଦ୍_ସ୍ପନ୍ନରେ, ଲୋମକୂପରେ, ପ୍ରତ୍ୟକ ରକ୍ତବିନ୍ଦୁରେ ‘ରାମ’। ଯେହେତୁ ତାଙ୍କ ଶରୀରରେ ଆତ୍ମାରେ “ରାମ ହିଁ ରାମ”,ତେବେ ଶକ୍ତି ରାମଙ୍କୁ ହିଁ ଲାଗିଥିବ। ଯନ୍ତ୍ରଣା ରାମଙ୍କୁ ହିଁ ହେଉଥିବ।
ତେଣୁ ହେ ହନୁମାନ ! ଆପଣ ନିଶ୍ଚିତ ହେଇ ଯାଆନ୍ତୁ। ଆପଣ ନ ପହଞ୍ଚିବା ପର୍ଯ୍ୟନ୍ତ ସୂର୍ଯ୍ୟ-ଉଦୟ ହେଇ ହିଁ ପାରିବେନି।
ରାମ ରାଜ୍ୟର ମଜଭୁତ ସ୍ତମ୍ବ ଜନକ ରାଜାର ଝିଅ ମାନେ ହିଁ ଥିଲେ। କେବେ ‘ସୀତା’ ତ କେବେ ‘ଉର୍ମିଳା’ କେବେ ଶୃତିକୀର୍ତ୍ତି। ଭଗବାନ ରାମ ତ କେବଳ “ରାମ-ରାଜ୍ୟ”ର କଳସ ସ୍ଥାପନା କରିଥିଲେ।
ପରନ୍ତୁ ପ୍ରକୃତ “ରାମରାଜ୍ୟ” ତ ଏଇ ସଭିଙ୍କ ପ୍ରେମ,ତ୍ୟାଗ,ସମର୍ପଣ, ବଳିଦାନରେ ହିଁ ସ୍ଥାପିତ ହେଇଥିଲା।

*ବନ୍ଧୁ ଗଣ ! ଏଇ ତ ଆମର ସଂସ୍କୃତି। ଏଥିପାଇଁ ଆମେ ଗର୍ବିତ।

। ଜୟ ଜୟ ଶ୍ରୀରାମ।

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.