ଶୂନ୍ୟ ଦେଉଳ

Odia Short Story of Temple Without God
Reading Time: 6 minutes

ଯେବେ ସାଧନା ର ବାହାଘର ହେଲା ସେତେବେଳକୁ ତାର ବୟସ ୨୫ ବର୍ଷ ଥିଲା।

ତା ମା’,ବାବା ତ ଚାହୁଁଥିଲେ ୨୦ବର୍ଷ ହଉ ହଉ ତାର ବାହାଘର କରିଦେବା ପାଇଁ ହେଲେ କିଛି ଭଲ ପ୍ରସ୍ତାବ ମିଳୁନଥିଲା ଯଦିବା କୋଉଠୁ କେବେ ଭଲ ପ୍ରସ୍ତାବଟିଏ ଆସେ କିଛି ନା କିଛି ଅସୁବିଧା ଉପୁଜିଯାଏ ଯ-ଦ୍ୱାରା ପ୍ରସ୍ତାବ ଟି ଭାଙ୍ଗି ଯାଏ ।

ଶେଷରେ ସାଧନା ଯେବେ ୨୫ ବର୍ଷର ହୋଇଗଲା ତା ମା-ବାବା ଏମିତି ଏକ ବ୍ୟକ୍ତି ସହିତ ତାର ବାହାଘର କରିଦେଲ ଯାହାର ସ୍ତ୍ରୀ ଭଗବାନ ଙ୍କୁ ପ୍ୟାରୀ ହୋଇଯାଇଥିଲା । ସେ ବ୍ୟକ୍ତିର ବୟସ ପାଖାପାଖି ୩୪ କିମ୍ବା ତାହା ଠାରୁ ଟିକେ ଅଧିକ ହୋଇଥିବ । ବ୍ୟକ୍ତି ଜଣକ ରୋଜଗାର କ୍ଷମ ଥିଲା । ସବୁଦିନ ଆମଦାନୀ ହୋଇଯାଏ, ବଜାରରେ ଛୋଟ ଲୁଗା ଦୋକାନଟିଏ ତାର ଠିକ୍‌ ଠାକ୍‌ କମାଇବି ହୋଇଯାଏ ।

ସାଧନା ଭାରି ଆଜ୍ଞାକାରି ଝିଅ ଥିଲା ସେ ବାବା, ମା’ ଙ୍କ କଥା ମାନି ବାହା ହୋଇ ଶାଶୁଘରକୁ ଚାଲିଗଲା । ତାର ସ୍ୱାମୀ ଯାହାର ନାଁ ସମ୍ବିତ, ସେ ବଡ କର୍ତବ୍ୟ ପରାୟଣ ଏବଂ ଶୃଙ୍ଖଳିତ ସ୍ଵାମୀ ପ୍ରମାଣିତ ହେଲା । ସାଧନାର ପ୍ରତେକ ଛୋଟ ବଡ଼ ଆବଶ୍ୟକତାର ଭଲ ଭାବରେ ଖିଆଲ ରଖୁଥିଲା । ଘରେ କୌଣସି ଜିନିଷର କମ ନଥିଲା, ଲୁଗା ପଟା ଠାରୁ ଆରମ୍ଭ କରି ସୁନା ଗହଣା କୋଉଥିରେ ବି କମ୍‌ ନୁହେଁ । ସାଧନା ପ୍ରତି ସପ୍ତାହରେ ତା ବାପ ଘରକୁ ବୁଲିବାକୁଯାଏ, ସେଦିନ ସେ ଗାଡ଼ିରୁ ଓହ୍ଲାଇ ଯେମିତି ଘର ପାହାଚରେ ପାଦ ରଖିଛି ତାକୁ କାହାର ମାତମ୍‌ର ଶବ୍ଦ ଶୁଣାଗଲା, କେହି ଜଣେ ଏମିତି କାନ୍ଦୁଥିଲା ଯେମିତି ଘର ଭିତରେ କେହି ମରିଯାଇଛି, ଘର ଭିତର କୁ ଯାଇ ଦେଖେତ ତା ବାବାଙ୍କର ଅଚାନକ ହାର୍ଟ ଆଟାକ୍‌ରେ ମୃତ୍ୟୁ ହୋଇଯାଇଛି ।

ଏବେ ସାଧନାର ମା’ ପୁରା ଏକା ହୋଇଯାଇଥିଲା, ଘରେ ଚାକର ପିଲାଟି ବ୍ୟତୀତ ଆଉ କେହିବି ନଥିଲେ ସେଥିଲାଗି ସାଧନା ତା ସ୍ୱାମୀ କୁ ଜଣାଇଲା ଯଦି ଅନୁମତି ଦେବ ତେବେ ସେ ତାର ବିଧବା ମା’ କୁ ପାଖକୁ ନେଇଆସିବ, ସମ୍ବିତ କହିଲା ଅନୁମତି କଣ ପାଇଁ ମାଗୁଛ ଏଇଟା ତ ତମ ଘର ଆଉ ତମ ମା’ ମୋର ବି ମା’ – ଯାଅ ତମେ ଯାଇ ମା’ ଙ୍କୁ ନେଇଆସ ମୁ ଜିନିଷ ପତ୍ର ଆଣିବାର ବନ୍ଦୋବସ୍ତ କରିଦେଉଛି ।

ସାଧନା ବହୁତ ଖୁସି ହୋଇ ସଙ୍ଗେ ସଙ୍ଗେ ଯାଇ ମା’ କୁ ନେଇଆସିଲା । ଘର ବହୁତ ବଡ଼ ଥିଲା ତିନି, ଚାରି ବଖରା ଖାଲି ପଡିଥିଲା ତୁରନ୍ତ ମା’ ପାଇଁ ଗୋଟେ ବଖରା ସଫା କରି ଖାଲି କରିଦିଆଗଲା । ସାଧନା ର ମା’ ବଡ଼ ପ୍ରସନ୍ନ ଚିତ୍ତ ଥିଲେ, ଜ୍ୱାଇଁର ଆତିଥ୍ୟ ଓ ବ୍ୟବହାର ରେ ନିଜ ଭାଗ୍ୟକୁ ପ୍ରଶଂସା କରିବାରେ ଜମା ଥକୁ ନଥିଲେ, ତାଙ୍କ ମନରେ ଅନେକ ଥର ଆସିଛି ସେ ତାଙ୍କର ସବୁ ଗହଣା ଗାଣ୍ଠି ଯାହାର ମୂଲ୍ୟ ପାଖାପାଖି ୧୦ ଲକ୍ଷରୁ ଅଧିକ ହେବ, ତାକୁ ଜ୍ୱାଇଁ କୁ ଦେଇଦେବ ।

ସେ ତାଙ୍କର ବ୍ୟବସାୟରେ ଲଗାଇ ବହୁତ ଆମଦାନୀ କରିବେ ହେଲେ ମା’ ଟିକେ କଂଜୂସ ପ୍ରକୁତିର ଥିଲା, ଦିନେ ସେ ନିଜ ଝିଅ କୁ ଡାକି କହିଲା ମତେ ଏଠିକି ଆସିବାର ୧୦ ମାସ ହେଇଗଲାଣି ହେଲେ ମୁ ରଖିଥିବା ଗୋଟେ ଅଣା ପଇସା ବି ଏ ପର୍ଯ୍ୟନ୍ତ ଖର୍ଚ୍ଚ କରିନି, ତୋ ସ୍ୱର୍ଗୀୟ ବାବା ଛାଡି ଯାଇଥିବା ନଗଦ ୧ ଲକ୍ଷ ଟଙ୍କା ଅଛି ତା ସହିତ ସୁନା ଗହଣା ଅଲଗା । ସାଧନା ହାତରେ ରୁଟି ସେକହୁଥାଏ କହିଲା ମା’ କାହିଁକି ଏମିତି ହଉଛ ଟଙ୍କା କଣ ହେବେ ଆମର ? ଆରେ ଏମିତି ସେମିତି କିଛି ନୁହେ ମୁ ଟଙ୍କା, ସୁନା ଗହଣା ସବୁ ସମ୍ବିତ କୁ ଦେଇସାରନ୍ତାଣି ହେଲେ ମୁ ଚାହୁଁଚି ତମର ଗୋଟେ ଛୁଆ ହେଉ ଆଉ ମୁ ତାକୁ ଏସବୁ ଉପହାରରେ ଦେବି ।

ସାଧନାର ମା’ କୁ ବଡ ଚିନ୍ତା ଘାରୁଥିଲା ତା ଝିଅ ଏପର୍ଯ୍ୟନ୍ତ କାହିଁକି ଅନ୍ତସ୍ୱତା ହୋଇନାହିଁ ଯେତେବେଳେ କି ସାଧନା ର ବାହାଘରକୁ ୨ ବର୍ଷ ପୁରିସାରିଥିଲା ତଥାପି ଗର୍ଭଧାରଣର କୌଣସି ସଂକେତ ଦେଖା ଯାଉନଥିଲା । ସେ ସାଧନା କୁ ଅନେକ ଡାକ୍ତରଙ୍କୁ ଦେଖାଇ ଔଷଧ ଆଣି ଖାଇବାକୁ ଦେଲା, ଗୁଣି ଗାରେଡି, ଝଡା-ଫୁଙ୍କା ଡେଉଁରିଆ,ଚେରମୂଳି କେତେ କଣ ବିଧି ଆପଣେଇଲା କିନ୍ତୁ ଫଳ କିଛି ହେଲାନାହିଁ । ସାଧନା ଏସବୁ ରେ ଦିନେ ବିରକ୍ତ ହୋଇ କହିଲା- ଛାଡ଼ ମା, ଛୁଆ ନହେଲେ ନାହିଁ । ବୁଢ଼ୀ ମା’ ମୁହଁକୁ ଶୁଖାଇ କହିଲା ଏ ତ ସବୁଠୁ ବଡ କଥା ଲୋ ମା – ତୋ ବୁଦ୍ଧି କୁ କଣ ହୋଇଛି କେଜାଣି, ଏତିକି ବୁଝିପାରୁନୁ ଛୁଆ ହେବା କେତେ ଆବଶ୍ୟକ ।

ସେମାନଙ୍କ ପାଇଁ ତ ଜୀବନର ବଗିଚା ସବୁବେଳେ ପୂରା-ପୂରା ଦେଖାଯାଏ । ସାଧନା ଉଚା କଣ୍ଠ ସ୍ୱରରେ ଉତର ଦେଲା ମୁ କଣ କରିବି ? ଛୁଆ ହେଉନି ତ ସେଥିରେ ମୋର ଦୋଷ କଣ ? ମା’ ସାଧନା କୁ ଆଶ୍ୱାସନା ଦେଇ ବୁଝାଇ ଦେଲା ଭୁଲ କାହାର ନୁହେ ଝିଅ ଖାଲି ଭଗବାନ ତୋ ଶୂନ୍ୟ ଦେଉଳକୁ ଦେବତା କିମ୍ବା ଦେବୀ ଟିଏ ଆଶ୍ରୀବାଦ କରନ୍ତୁ । ସାଧନା ଅନେକ ପୂଜା, ଉପବାସ, ବ୍ରତ ଓ ମାନସିକ କରିଛି ହେ ଭଗବାନ ମୋ ଶୂନ୍ୟ ଗର୍ଭ ଦେଉଳକୁ ଆପଣଙ୍କ ଆଶ୍ରୀବାଦ ରେ ଭରିଦିଅ ପ୍ରଭୁ କିନ୍ତୁ ଏତେ ସବୁ ପରେ ବି ତା ଗର୍ଭ ଦେଉଳ ଶୂନ୍ୟ ରହିଥିଲା ।

ସାଧନା ର ମା’ ସବୁଦିନ ଛୁଆ ପାଇଁ ତା ସହିତ କିଛି ନା କିଛି କଥାବାର୍ତ୍ତାକରେ, ଯ-ଦ୍ୱାରା ସାଧନା କୁ ଧୀରେ ଧୀରେ ଅନୁଭବ ହେବାକୁ ଲାଗିଲା, ସେ ଯେମିତି ଗୋଟେ ବନ୍ଧ୍ୟା କ୍ଷେତ ଯୋଉଠି ଫସଲର କୌଣସି ଆଶା ସଂଚାର ର ସମ୍ଭାବନା ନାହିଁ । ସାଧନା କୁ ରାତିରେ ଏବେ ବଡ ଅଜବ ଅଜବ ସ୍ୱପ୍ନ ଆସୁଥାଏ, କେବେ ସେ ଦେଖୁଥାଏ ଏକ ବିଶାଳ ମରୁଭୂମି ରେ ଏକା ଛିଡ଼ାହୋଇଛି , କୋଳରେ ତାର ସୁନ୍ଦର ଛୁଆଟିଏ ଯାହାକୁ ଗେହ୍ଲ କରି ସେ ଏତେ ଜୋର ରେ ଉପରକୁ ଉଚାଲୁଛି ଯେ ଛୁଆଟି ଆକାଶ ମାର୍ଗକୁ ଯାଇ କୋଉଠି ଅଦୃଶ୍ୟ ହୋଇଯାଉଛି ଆଉ କେବେ ଦେଖୁଛି ସେ ଏକ ବିଛଣାରେ ସୋଇଛି, ଯାହା ଛୁଆ ମାନଙ୍କର ମୃତ ଶବରେ ତିଆରି !!! ଏମିତ ସବୁ ଭୟାନକ ସ୍ଵପ୍ନ ଦେଖି ଦେଖି ତା’ର ମାନସିକ ଭାରସ୍ୟାମ ହରାଇବସିଲା ।

ସାଧନା ସକାଳୁ- ସକାଳୁ ଉଠି ଘର ଅଗଣା ବସିଥାଏ ହଠାତ ତାକୁ କୌଣସି ଛୁଆର କାନ୍ଦଣା ଶବ୍ଦ ଶୁଣାଗଲା, ସେ ତା ମା’ କୁ ପଚାରିଲା – ମା’ ଦେଖ ତ ଏ କାହାର ଛୁଆ ଏତେ ଜୋର ଜୋର ରେ କାନ୍ଦୁଛି । ମା’ ତାର କାନ ପାରି କାନ୍ଦଣା ଶବ୍ଦ କୁ ଶୁଣିବାକୁ ଚେଷ୍ଟା କଲା ହେଲେ ତାକୁ କିଛି ବି ଶୁଣାଗଲା ନାହିଁ – କାହିଁ କୋଉଠି ? କେହି ତ କାନ୍ଦୁ ନାହନ୍ତି । ସାଧନା ତୁରନ୍ତ ଜବାବ ଦେଲା ନାହିଁ ମା’ ଛୁଆ ଟା କାନ୍ଦୁଛି, କାନ୍ଦି କାନ୍ଦି ତା ଅବସ୍ଥା ଖରାପ ହେଇଗଲାଣି – ମା’ ତାର ହସି ହସି ଉତର ଦେଲା ତୋ କାନ ବାଜିବା ଆରମ୍ଭ ହେଲାଣି ନଚେତ ମୁ କାଲୁଣି ହେଇଗଲାଣି ।

ମା’ ର ଏପରି ଉତ୍ତର ଶୁଣି ସାଧନା ଶାନ୍ତ ହୋଇଗଲା କିନ୍ତୁ ବହୁତ ସମୟ ପର୍ଯ୍ୟନ୍ତ ତା କାନକୁ ଛୋଟ ଶିଶୁର କାନ୍ଦଣା ର ଯନ୍ତ୍ରଣା ଶୁଣାଯାଉଥାଏ । ସାଧନା କୁ ଅନେକ ଥର ଆଭାସ ହୋଇଛି ତା ଛାତିରୁ କ୍ଷୀର ଉତୁରିବାର କିନ୍ତୁ ସେ ଏ ବିଷୟରେ କେବେ ତା ମା’ କୁ ଜଣାଇନି । ରହି ରହି ଛୁଆ ମାନଙ୍କର କାନ୍ଦଣା ଶବ୍ଦ ଅନେକ ଥର ତା କାନ ରେ ବାଜେ – ସେ ବୁଝିଗଲା, ଏ ସବୁ ତା’ର ଭ୍ରମ ପ୍ରକୂତରେ ପ୍ରତିକ୍ଷଣ ତା ମାର୍ତ୍ତୃତ୍ଵ ର ମମତା କୁ ତାଚ୍ଛଲ୍ୟ କରି ତା’ର ମନ ଓ ଜ୍ଞାନ ଉପରେ କିଏ ବାରମ୍ବାର ହାତୁଡି ମାରି କହୁଛି କାହିଁକି – କାହିଁକି ତୋର ଛୁଆ ହେଉନାହିଁ ? ବଡ଼ ନିଷ୍ଠାର ସହ ସାଧନା ସେ ଖାଲିପଣ କୁ ଅନୁଭବ କରୁଛି ଯାହା କୌଣସି ବିବାହିତ ସ୍ତ୍ରୀ ପାଇଁ ଅଭିଶାପ ସଦୃଶଃ ।

ଅପରପକ୍ଷେ ତା କର୍ତବ୍ୟ ପରାୟଣ ଶୃଙ୍ଖଳିତ ସ୍ୱାମୀ ସମ୍ବିତ କୁ କିଛି ଫରକ ପଡୁନଥିଲା ଛୁଆ ହେଉ କିମ୍ବା ନ ହେଉ ସେ ତାର ବ୍ୟବସାୟ ରେ ବୁଡି ରହୁଥିଲା । ତା’ର ମାସିକ ଆୟ ଆଗ ଅପେକ୍ଷା ଦୁଇ ଗୁଣ ବଢି ଯାଇଥିଲା, ସ୍ୱାମୀର ଆମଦାନୀ ବଢିବାରେ ସାଧନା କୁ କିଛି ଖୁସି ନଥିଲା ଯେବେ ସମ୍ବିତ ଆଣି ତାକୁ ନୋଟ ର ବଣ୍ଡିଳି ଦିଏ, ସେ ସେହି ନୋଟ ବଣ୍ଡିଳି କୁ କୋଳ ରେ ଝୁଲାଇ ଲୋରି ଶୁଣାଇ କୋଉଠି ରଖିଦିଏ । ଦିନେ ସମ୍ବିତ ଦେଖିଲା ସେ ଯେଉଁ ନୋଟ୍‌ର ବଣ୍ଡିଳି ଆଣି ସାଧନା କୁ ଦେଇଥିଲା ତାହା ପରିବା ଡ଼ାଲାରେ ପଡିଛି ।

ସେ ବଡ ଆଶ୍ଚର୍ଯ୍ୟ ହୋଇ ପଚାରିଲା ଏ ନୋଟ୍‌ ବଣ୍ଡିଳି ଏଠିକୁ କେମିତି ଆସିଲା ? ସାଧନା ହସି ହସି କହିଲା ଛୁଆ ଗୁଡାକ ଦୁଷ୍ଟ ହେଇଗଲେଣି ଏ ସବୁ ସେମାନଙ୍କର କାମ ହୋଇଥିବା । ସମ୍ବିତ ବଡ଼ ଦ୍ୱନ୍ଦ୍ୱ ର ସହ ପଚାରିଲା ହେଲେ !!! ଏଠି ଛୁଆ କାହାଁନ୍ତି ? ସାଧନା ତୁରନ୍ତ ଜବାବ ଦେଲା ତମେ ବି ବଡ଼ ଅଜବ ଅଜବ ପ୍ରଶ୍ନ କରୁଛ, କଣ ଆମର ଏଠି ଛୁଆ ନାହାନ୍ତି – ସ୍କୁଲ୍‌କୁ ଯାଇଛନ୍ତି ଆଜି ଆସନ୍ତୁ ପଚାରିବି ଏମିତି ଦୁଷ୍ଟାମି କିଏ କରିଛି ?

ସମ୍ବିତ ବୁଝିଗଲା ସାଧନା ତାର ମାନସିକ ଭାରସ୍ୟାମ ହରାଇବସିଛି କିନ୍ତୁ ସେ ତା ଶାଶୁ ମା’ ଙ୍କୁ ଏ ବିଷୟ ରେ କିଛି ବି ଜଣାଇଲା ନାହିଁ କାରଣ ଝିଅର ଏପରି ଅବସ୍ଥା ଶୁଣି, ସେ ବି ମାନସିକ ଭାରସ୍ୟାମ ହରାଇବସିବେ । ସେ କେବଳ ମନେ ମନେ ସାଧନା ର ଏପରି ଅବସ୍ଥା ପାଇଁ ଅବଶୋଷ କଲା ହେଲେ ତା’ ପାଖରେ ଏହାର କିଛି ବି ସମାଧାନ ନଥିଲା । ଏମିତି ଏକ ଅପ୍ରୀତିକର ପରିସ୍ଥିତିରେ ସେ କିଛି ନିକଟସ୍ଥ ବନ୍ଧୁ ମାନଙ୍କର ପରାମର୍ଶ ଲୋଡ଼ିଲା କେହି କେହି ସାଧନା କୁ ପାଗଳଖାନା ରେ ରଖିବାକୁ ପରାମର୍ଶ ଦେଲେ କିନ୍ତୁ ସମ୍ବିତ କୁ ପାଗଳଖାନା ନାଁ ଶୁଣି ଘୃଣା ଆସୁଥିଲା ସେ ବ୍ୟବସାୟକୁ ଯିବା ମଧ୍ୟ ଛାଡିଦେଲା, ପୁରା ପୁରା ଦିନ ଘରେ ରହି ସାଧନା ଯତ୍ନ ନେଲା, ସ୍ୱାମୀର ଯତ୍ନ ପାଇ ଧୀରେ ଧୀରେ ସାଧନାର ପରିସ୍ଥିତି ରେ ସୁଧାର ଆସୁଥାଏ କିନ୍ତୁ ଏବେ ବି ତାର ଛୁଆକୁ ନେଇ ପାଗଳପଣ କମ ହୋଇନଥିଲା ।

ସାଧନା ପୁରା ପୁରା ଦିନ ବସି ଖିଆଲି ଛୁଆ ମାନଙ୍କ ପାଇଁ ସ୍ଵେଟର ବୁଣେ, ଖେଳନା ସଜାଡ଼େ କେତେଥର ତ ସମ୍ବିତ କୁ କହି ବଜାର ରୁ ଅଲଗା ଅଲଗା ସାଇଜ଼ ର ଜୋତା ମଗାଏ ଯାହାକୁ ସବୁଦିନ ସକାଳୁ ପଲିସ କରେ, ସମ୍ବିତ ଏ ସବୁ ଦେଖି ମନେ ମନେ କାନ୍ଦି ପକାଏ ଆଉ ଚିନ୍ତା କରେ ବୋଧ ହୁଏ ତାହାର କୌଣସି ଭୁଲପାଇଁ ସାଧନାକୁ ଏମିତି ଦଣ୍ଡ ମିଳୁଛି ହେଲେ ତା’ର ଭୁଲ କଣ ଥିଲା ତାହା ତାକୁ ବି ଅଜଣା ଥିଲା ।

କିଛି ଦିନ ପରେ ସମ୍ବିତର ଜଣେ ବନ୍ଧୁ ତାକୁ ରାସ୍ତାରେ ମିଳିଲା ସେ ବହୁତ ଅସୁବିଧାରେ ଥିଲାପରି ଲାଗୁଥିଲା, ତାହା ଦେଖି ସମ୍ବିତ ଅସୁବିଧାର କାରଣ ପଚାରିଲା । ବନ୍ଧୁ ଜଣକ କହିଲା ସେ ଗୋଟେ ଝିଅକୁ ଭଲ ପାଉଛି ଆଉ ତା ସହିତ ପ୍ରେମ ସମ୍ପର୍କ ରଖିଥିଲା ଏବେ ସେ ଅନ୍ତସ୍ୱତା – ଛୁଆକୁ ଗର୍ଭରୁ ନଷ୍ଟ କରିବା ପାଇଁ ଅନେକ ଚେଷ୍ଟା ପରେ ବି କିଛି ସଫଳତା ର ଆଶଙ୍କା ଦିଶୁନି । ସବୁଶୁଣି ସମ୍ବିତ ପରାମର୍ଶ ଦେଇ କହିଲା ଛୁଆକୁ ଜନ୍ମ ହେବାକୁ ଦିଅ, ଯଦି ତୋର ଛୁଆ ଦରକାର ନାହିଁ ତେବେ ମତେ ସେ ଛୁଆ କୁ ଦେଇଦେବୁ କିନ୍ତୁ ଛୁଆ ଜନ୍ମ ହେବାକୁ ଆହୁରି ଗୋଟେ ମାସ ବାକିଥିଲା ଏପାଖେ ସାଧନାର ମାନସିକ ସ୍ଥିତି ଠିକ ନଥିଲା ସମ୍ବିତ ଏମିତି ଏକ ମଉକାର ସୁଯୋଗ ନେଇ ସାଧନାକୁ ବିଶ୍ୱାସ ଦିଏ ସେ ଅନ୍ତସ୍ୱତା ଅଛି ଆଉ ୧ ମାସ ପରେ ସେ ଗୋଟେ ଛୁଆକୁ ଜନ୍ମ ଦେବ ସାଧନା ବାରମ୍ବାର କହୁଥାଏ ମତେ ଆଉ ଛୁଆ ଦରକାର ନାହିଁ ଏବେ କଣ କମ ଛୁଆ ଅଛନ୍ତି ତାହା ଶୁଣି ସମ୍ବିତ ଚୁପଚାପ ରହିଗଲା ।

ଗୋଟେ ମାସ ପରେ ଯେବେ ଛୁଆଟି ଜନ୍ମ ହେଲା, ବନ୍ଧୁ ଜଣକ ତାକୁ ଆଣି ସମ୍ବିତର ହାତକୁ ଟେକିଦେଲା । ସମ୍ବିତ ଛୁଆକୁ ନେଇ ଚୁପଚାପ ସାଧନାର କୋଳରେ ଗଡାଇଦେଇ କହିଲା – ଆରେ ତମେ କେତେ ପର୍ଯ୍ୟନ୍ତ ବେହୋସ ରହିବ, ଏଇ ଦେଖ ତମ କୋଳରେ କିଏ ଖେଳୁଛି ସାଧନା ଧୀରେ ଧୀରେ ଆଖି ଖୋଲି ଦେଖିଲା ତା କୋଳରେ ଛୋଟ ନବଜାତ ଶିଶୁଟିକୁ ସୋଇଛି ସେ ବଡ଼ ଆଶ୍ଚର୍ଯ୍ୟ ର ସହ ପଚାରିଲା !!! ଏ ଛୁଆ କେତେବେଳେ ଜନ୍ମ ହେଲା ମତେ ତ ତାର ଆଭାସ ବି ହୋଇନି ସଂଗେ ସଂଗେ କଥାକୁ ଛଡାଇନେଇ ସମ୍ବିତ ଉତର ଦେଲା ସକାଳ ୭ଟା ରେ ବୋଧ ହୁଏ ଗର୍ଭ ଯନ୍ତ୍ରଣା ପାଇ ତମେ ବେହୋସ ହୋଇଯାଇଥିଲ କିନ୍ତୁ ଭଗବାନଙ୍କ କୃପାରୁ ଏବେ ସବୁ ଠିକ ହୋଇଯାଇଛି ।

ପରଦିନ ସକାଳୁ ଯେବେ ସମ୍ବିତ ଶେଯରୁ ଉଠି ଆଖି ଖୋଲି ଦେଖେ ତ – ସାଧନା ରକ୍ତରେ ଲହୁଲୁହାଣ ହୋଇଯାଇଛି ଏକ ଧାରୁଆ ଛୁରୀରେ ନିଜ ଛାତିକୁ କାଟି ପକାଉଛି, ସେ ତୁରନ୍ତ ଉଠି ସାଧନା ହାତରୁ ଛୁରୀ କୁ ଛଡେଇ ନେଇ ଜୋର ରେ ଚିତ୍କାର କରି କହିବାକୁ ଲାଗିଲା – ଏ କ’ଣ କରୁଛ ? ସାଧନା ତା କୋଳରେ ସୋଇଥିବା ଛୁଆ କୁ ଚାହିଁଲା ଏବଂ ରୂନ୍ଧ୍ରଭରା କଣ୍ଠ ସ୍ୱରରେ କହିଲା- ପୁରା ପୁରା ରାତି ଛୁଆଟା କାନ୍ଦି କାନ୍ଦି ଲହୁ ଲୁହାଣ ହେଇଗଲା କିନ୍ତୁ ମୋ ପଥର ଛାତି ରୁ ଟୋପାଏ ବି କ୍ଷୀର ଉତୁରିଲାନି, ଧିକ ମୋ ଜୀବନ, ଧିକ ମୋ ମା’ ପଣିଆ – ଆଗକୁ ଆଉ କିଛି କହିବା ଆଗରୁ ରକ୍ତରେ ଜୁଡୁବୁଡୁ ଆଙ୍ଗୁଠି କୁ ଛୁଆର ପାଟିରେ ଲଗାଇଦେଇ ସବୁଦିନ ପାଇଁ ଶେଷ ନିଦ୍ରାରେ ଶୋଇଗଲା ।

“ଜନ୍ମରୁ ମୁର୍ତ୍ୟୁ ପର୍ଯ୍ୟନ୍ତ ନାରୀର ମୁଣ୍ଡ ଉପରେ ବାପା, ସ୍ୱାମୀ ଓ ସନ୍ତାନର ହାତ ରହିବା ଆବଶ୍ୟକ ନଚେତ ଆଜି ବି ଏ ସମାଜରେ ତାର ପରିଚୟ – ରକ୍ଷିତା, ବାରଙ୍ଗନା, ବନ୍ଧ୍ୟା ସର୍ବପୁରି ଦେବତା ଓ ଦେବୀ ବିହୀନ ଶୂନ୍ୟ ଦେଉଳ”

 

ଜହ୍ନମାମୁଁ ପୃଷ୍ଠାରୁ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.