ସଭ୍ୟ ସମାଜର ଭିତିରି ଗୁମର

Deep Dark secret of civil Society
Reading Time: 4 minutes

ଗେଟ୍ ଆଗରେ ସାଇନ୍ ବୋଡ – ଶ୍ରୀ ଦିବାକର ମିଶ୍ର, ଆଇ.ଏ.ଏସ୍. (ରିଟାଡ୍) । ଭୁବନେଶ୍ୱର ର ନାମିଦାମୀ ଲୋକେ ରହୁଥିବା, ଶହୀଦନଗର । ବଙ୍ଗଳା ପରି ଘର । ଆଗରେ ବିରାଟ୍ ଫୁଲ ବଗିଚା, କିଛି ପାଦ ଚାଲିଲା ପରେ, ପୋଟିକୋ । ପୋଟିକୋ ତଳେ ଧଳାରଙ୍ଗର ଫ୍ୟାଟ୍ କାର । ୧୯୭୭ ମସିହାରୁ ରିଟାଡ୍ କଲେଣି ମିଶ୍ର ବାବୁ । ପରିବାର କହିଲେ ଦୁଇଟି ପୁଅ । ପାଠଶାଠ ପଢି ବାହାରେ ଚାକିରି କରିଛନ୍ତି । ବଡଟି କାନାଡ଼ା ରେ, ସାନଟି ନିୟୁୟର୍କ ରେ । ପାଞ୍ଚ ସାତ ବର୍ଷରେ ଥରେ ବାପ ମା ଙ୍କୁ ଦେଖିବାପାଇଁ ଆସନ୍ତି । ୧୦/୧୫ ଦିନ ରହି ପୁଣି ଫେରିଯାଆନ୍ତି । ହସଖୁସିରେ କିଛି ଦିନ କଟିଯାଏ ମିଶ୍ର ବାବୁଙ୍କ ପରିବାର । ସେମାନେ ଗଲାପରେ ପୁଣି ସେଇ ଦୁଇଜଣ । ମାମୁଁ ମାଇଁ ।
ମଝିରେ ମଝିରେ ପୁଅ ବୋହୂ ମାନେ ଫୋନ୍ କରି କଥା ହୁଅନ୍ତି ,
“କ’ଣ ଦରକାର୍” ବୋଲି ପଚାରନ୍ତି ।

ବଡ ଚାକିରୀ କରିଥିବାରୁ, ସେ ସମୟରେ ମିଶ୍ର ବାବୁ, ନିଜ ବନ୍ଧୁ ବାନ୍ଧିବ ଙ୍କୁ ଖୋଜାଲୋଡା କରୁନଥିଲେ କି ବେଶି ଗୁଡେ ସାଙ୍ଗ ସାଥୀ ମଧ୍ୟ କରିନଥିଲେ । ତାଙ୍କର ଯଦିଓ ଗାଁ ଥିଲା, କେବେ କେହି ଯାଣନ୍ତିନି ମିଶ୍ର ବାବୁ ଙ୍କ ଗାଁ ଟା କୋଉଠି ।

ସକାଳୁ ଉଠିଲେ ଚାକରାଣୀ ଆସି, ସାଙ୍ଗରେ ଆଣିଥିବା ପ୍ୟାକେଟ୍ କ୍ଷୀରରେ, ଚାହାକରିଦିଏ । ରୋଷେଇ ବି ସେଇ କରେ । ଡ୍ରାଇଭର ଟି ୨/୩ ଦିନରେ ଥରେ ଆସେ । ବୁଢାବୁଢୀ ଙ୍କୁ ସଂଜବେଳେ ଟିକେ ବଜାର୍ ବୁଲେଇ ଆଣେ । ଔଷଧ ପତ୍ର, ଫଳମୂଳ, ପରିବାପତ୍ର ସେତିକି ବେଳେ କିଣିଆଣନ୍ତି । ମାଛ, ମାଂସ ପାଇଁ ଇଚ୍ଛା ହେଲେ, ସେ ଚାକରାଣୀ ଆଣି ଦିଏ । ରାତି ପାଇଁ ଏକାଠି ରୋଷେଇ କରିଦେଇ ଯାଇଥାଏ ।
୧୯୮୭ ମସିହାରେ ଶ୍ରୀମତୀ ଚାଲିଗଲାପରେ, ମିଶ୍ର ବାବୁ ଏକରକମ୍ ର ଏକେଲା । ସକାଳୁ ଉଠି ବାଡିଟିଏ ଧରି ମର୍ଣିଙ୍ଗ ୱ।କ୍ । ତାପରେ ଚାକରାଣୀ ଆସିଲେ ଚାହା ପିଅନ୍ତି । ଓଡ଼ିଆ ଓ ଇଂଙ୍ଗଲିସ୍ ଖବରକାଗଜ ପଢୁପଢୁ ଦିନ ୧୧, ତାପରେ ଗାଧୁଆ ପାଧୁଆ ସାରି ଖାଆନ୍ତି । ଚାକରାଣୀ ବାଢିଦେଇସାରି ତା ଘରକୁ ପଳାଏ । ଅଇଁଠା ବାସନ ମିଶ୍ର ବାବୁ ନିଜେ ନେଇ ରୋଷେଇ ଘରେ ଥୋଇଦିଅନ୍ତି । ତାପରେ ଶୋଇପଡନ୍ତି ।

୪ଟା ବେଳକୁ ମାଳିଟା ଆସେ ବଗିଚାରେ ପାଣି ଦେବାପାଇଁ । ସେ ୨କପ୍ ଚା କରିଦିଏ । ନିଜେ କପେ ପିଏ, କପେ ବାବୁଙ୍କୁ ଦିଏ । ମାଳିଟା ଥିବାଯାଏଁ, ତା ସହିତ ଗପ କରନ୍ତି ମିଶ୍ର ବାବୁ । ସେ ଗଲାପରେ ପୁଣି ଏକେଲା । ବେଳେ ବେଳେ କେହିକେହି ପୁରୁଣା ସହକର୍ମୀ ବୁଲିଆସନ୍ତି ଘରକୁ । ଗପସପରେ ସେଦିନ ସଂଧ୍ୟାଟା ଭଲରେ କଟିଯାଏ । ଦିନେଦିନେ କାହା ନାତି କି ନାତୁଣୀ ବାହାଘର ଆଟେଣ୍ଡ କରିବାକୁ ମଧ୍ୟ ଯାଆନ୍ତି, ଡ୍ରାଇଭର କୁ ଡାକି ।

ନ ହେଲେ ସବୁଦିନ ପ୍ରାୟ, ରାତିରେ ପୁଣି ପାଉଁରୁଟି କ୍ଷୀର । ତଥାପି ପେନସନ୍ ଟଙ୍କାଟା ସରେନି । ମଝିରେ ମଝିରେ ଡାକ୍ତର ପାଖକୁ ଯାଆନ୍ତି ଡାଇବିଟିସ୍ ଓ ବି.ପି. ଚେକ୍ କରିବାକୁ । ଟଙ୍କା ପାଇଁ ନୁହେଁ, ମିଶ୍ର ବାବୁ, ନିଜକୁ ଅସହାୟ ଓ ଅସୁରକ୍ଷୀତ ଭାବି ଏବେ ଦୁଇବର୍ଷ ତଳେ, ତଳ ମହଲା ଟି ଭଡାରେ ଦେଲେ । ଗୋଟିଏ ମାରୱ।ଡି ପରିବାର ରହିଛନ୍ତି । ଶାଶୁ, ଦୁଇପୁଅ ଓ ଦୁଇ ବୋହୂ, ଗୋଟିଏ ନାତି ଓ ଗୋଟିଏ ନାତୁଣୀ କୁ ନେଇ ଗୋଟିଏ ପରିବାର । ବଜାର୍ ଉପରେ ଦୋକାନ୍ ଅଛି ତାଙ୍କର ।

ବୋହୂ ଦୁଇଜଣଯାକ, ବହୁତ୍ ଜତ୍ନ ନିଅନ୍ତି ମିଶ୍ର ବାବୁଙ୍କର । ସକାଳୁ ଚା, ଜଳଖିଆ, ଏମିତିକି ଦିନେଦିନେ ଭଲ ରୋଷେଇ କରି ଆଣି ଦେଇଯାଆନ୍ତି । ମିଶ୍ର ବାବୁ ବୋଧେ ସେଇ ଦୁଇ ବୋହୂ ଙ୍କ ଭିତରେ ନିଜର ବୋହୂ ଦୁଇଜଣଙ୍କୁ ଅନୁଭବ କରିପାରନ୍ତି । ମିଶ୍ର ବାବୁ ଦିନଭିତରେ ଅନେକ୍ ଥର ସେମାନଙ୍କ ନାଁ ଧରି ଡାକପକାନ୍ତି କିଛି ଜିନିଷ ପାଇଁ । ଛୁଆ ଦି ଟା ଙ୍କ ସହିତ ଖେଳି ଦିନଟାବି ମଜ୍ଜାରେ କଟିଯାଏ । ଔଷଧ ପତ୍ର ଦରକାର ହେଲେ ସେ ମାରୱ।ଡି ଲୋକ ଦୁଇଜଣ ଆଣିଦିଅନ୍ତି ।

ବୋହୂ ଦୁଇଜଣ କଲିକତା ର ହେଲେବି ଓଡିଶା ରିତିନିତି ସହିତ ବେସ୍ ଭଲଭାବରେ ପରିଚିତ, କାରଣ ତାଙ୍କ ସ୍ୱାମୀ ଦୁଇଜଣ ଜଟଣୀ ରେ ଜନ୍ମ ଓ ପାଠପଢି ସେଇଠି ବଡ ହେଇଛନ୍ତି । ବାପ ଗଲା ପରେ ଭୁବନେଶ୍ୱର ରେ ବ୍ୟବସାୟ ପାଇଁ ଚାଲିଆସିଛନ୍ତି । ହଠାତ୍ ଦିନେ ମାରୱ।ଡି ଘର ସାନ ବୋହୂ ମିଶ୍ର ବାବୁଙ୍କ ପାଇଁ ଜଳଖିଆ ନେଇ ଉପର ଘରକୁ ଆସିଲା । “ମୌସାଜୀ, ଏ ଲିଜିଏ ଗରମା ଗରମ୍ ପରାଠେ ଔର୍ ଆଲୁକି ସବଜୀ “। ଟେବୁଲ୍ ଉପରେ ଥୋଉ ଥୋଉ, ପୁଣିଥରେ ଡାକିଲା ….. ମୌସାଜୀ? ମୌସାଜୀ? ଉତ୍ତର ନପାଇ ଚାରିଆଡ ବୁଲି ଆସିଲା । ହଠାତ୍ ବାଥ୍ ରୁମ୍ କୁ ଝାଙ୍କି ଦେଖିଲା, ମିଶ୍ର ବାବୁ ବେହୋସ ହେଇ ପଡିଥିଲେ ବାଥ୍ ରୁମ୍ ରେ । ସେଇଠୁ ଚିତ୍କାର କଲା ….. ସଙ୍ଗେ ସଙ୍ଗେ ବଡବୋହୂ ଦଉଡି ଆସିଲା । ଦୁହେଁ ଦଉଡିଲେ ଶୋଇବା ଘରକୁ । ଲ୍ୟାଣ୍ଡଲାଇନ୍ ଫୋନ୍ ରୁ ଦୋକାନ୍ କୁ ଫୋନ୍ କଲେ ….. କିଛିସମୟ ଭିତରେ ପହଞ୍ଚି ଗଲା ସାନ ପୁଅ । ସଙ୍ଗେ ସଙ୍ଗେ ଫୋନ୍ କଲା ଆମ୍ବୁଲାନ୍ସ କୁ । କିଛିସମୟ ଭିତରେ ଆମ୍ବୁଲାନ୍ସ ରେ ନେଇଗଲେ, ଗୋଟିଏ ଘରୋଇ ହସ୍ପିଟାଲକୁ ।

ଚିକିତ୍ସା ଆରମ୍ଭ ହେଲା । ଡାକ୍ତର କହିଲେ “ବ୍ରେନ୍ ଷ୍ଟ୍ରୋକ୍” । ଏବେ କୋମା ରେ, ବ୍ରେନ୍ ରେ ବ୍ଳଡ୍ ଜମିଗଲାଣି । ଆଉ ଏ ବୟସରେ ଅପରେସନ କରିବାଟା ବହୁତ୍ ରିକ୍ସ । ତାଙ୍କ ନିଜଲୋକଙ୍କୁ ଖବର ଦିଅନ୍ତୁ । ସେ ଯାହା କହିବେ । ମାରୱ।ଡି ପରିବାର ଚିନ୍ତାରେ ପଡିଲେ । କିଏ ଅଛି ତାଙ୍କର ନିଜଲୋକ? ମୌସାଜୀ ଙ୍କ ପାଖକୁତ କେବେ କେହି ଆସିବାର ଆମେ ଦେଖିନୁ। ଜାଣିଛୁ ତାଙ୍କର ଦୁଇ ପୁଅ ବିଦେଶରେ…..ହେଲେ ତାଙ୍କ ଫୋନ୍ ନମ୍ବର କି ଠିକଣା ତ ଆମକୁ ଜଣାନାହିଁ । କ’ଣ କରିବା ଏବେ???
ଏମିତି ଭାବୁ ଭାବୁ ତିନିଦିନ କଟି ଯାଇଥିଲା ।

ଦିନେ ଜଣେ ଭଦ୍ରଲୋକ ମିଶ୍ର ବାବୁଙ୍କ ଘରକୁ ବୁଲି ଆସି ପଚାରିଲେ …..”ଆଛା, ମିଶ୍ର ଵାଵୁ କ’ଣ U.S.A. ପୁଅ, ବୋହୁଙ୍କ ପାଖକୁ ପଳେଇଲେକି”? ମାରୱ।ଡି ଘର ବଡ ବୋହୂ, ସବୁ କଥା କହିସାରି ପଚାରିଲା, “ଆପ୍ କେ ପାସ୍ ଉନ୍ କେ ବେଟୋଁ କା ନମ୍ବର ହେ କ୍ୟା”?ଭଦ୍ରଲୋକ ଜଣକ କହିଲେ ହଁ ଅଛି, ହେଲେ ମୋ ଘରେ । ମୁଁ ଏବେ ଆଗ ଘରକୁ ଯାଇ, ସେମାନଙ୍କୁ ଫୋନ୍ କରି କହିଦେଉଛି । ତା ପରେ ଡାକ୍ତରଖାନା ଯିବି ।

ୟା ଭିତରେ ଆହୁରି ଛ ଦିନ୍ କଟି ସାରିଥିଲା, ହେଲେ ମିଶ୍ର ବାବୁଙ୍କର ଅବସ୍ଥାରେ କିଛି ପରିବର୍ତ୍ତନ ଆସିନଥିଲା । ମିଶ୍ର ବାବୁଙ୍କ ବନ୍ଧୁ ଜଣଙ୍କ, କିନ୍ତୁ ସକାଳେ ଓ ସଂଧ୍ୟାରେ ଆସନ୍ତି ଦେଖିବା ପାଇଁ । ମାରୱ।ଡି ପରିବାର ସହିତ କଥାବି ହୁଅନ୍ତି । ଆଉ କୁହନ୍ତି….. “ମିଶ୍ର ବାବୁଙ୍କ ପୁଅ ବୋହୂ ଆଜି କାଲି ଭିତରେ ଇଣ୍ଡିଆ ଆସିବେ । ଏତେ ସହଜ ନୁହେଁ ଏତେ ବାଟରୁ ଆସିବା । ସେଇଥିପାଇଁ ଟିକେ ଡେରି ହେଉଛି ବୋଧେ”।

ଦିନେ ଖରାବେଳେ, ଗୋଟିଏ ଗାଡିରୁ ସ୍ୱାମୀ ସ୍ତ୍ରୀ ଦୁଇହଳ ଓହ୍ଲାଇ ଡାକ୍ତରଖାନାକୁ ପସିଲେ । ମିଶ୍ର ବାବୁଙ୍କ ରୁମ୍ ପଚାରି ପହଞ୍ଚି ବ୍ୟସ୍ତ ହୋଇପଡିଲେ । ମାରୱ।ଡି ପରିବାରକୁ ଆଉ ବୁଝିବାରେ ବାକି ରହିଲାନି । ପୁଅ, ବୋହୁ ଙ୍କୁ ନମସ୍କାର କରି କହିଲେ ……
ଆମେ ଆପଣଙ୍କ ଘରେ ଭଡାରେ ଅଛୁ ।

ପୁଅ ଦୁଇଜଣ ସବୁ ଘଟଣା ଶୁଣିଲା ପରେ, କହିଲେ ଆପଣ ଖର୍ଚ୍ଚ କରିଥିବା ଟଙ୍କା ଆମେ ଘରକୁ ଯାଇ ଦେଇଦେବୁ । ମାରୱ।ଡି ପରିବାର ଲୋକେ ଟିକେ ଆସ୍ୱସ୍ଥି ହେଲେ ଯେ ମୌସାଜୀ ଙ୍କ ଦୁଇ ପୁଅ ବୋହୂ ଆସି ପହଞ୍ଚି ଗଲେ । ତାଙ୍କ ଟେନସନ୍ ଖତମ୍ । ସକାଳୁ ପୁଅ ବୋହୂ ଚାରିଜଣ ବାହାରି ଯାଆନ୍ତି ହସ୍ପିଟାଲ, ଫେରନ୍ତି ରାତିରେ । ଏମିତି ଚାଲିଲା ୭/୮ ଦିନ୍ । ସେଦିନ ଛୁଟିଥାଏ । ବଜାର୍ ବି ବନ୍ଦ । ମାରୱ।ଡି ପରିବାର ବାହାରିଲେ ଏକାଠି ମୌସାଜୀ ଙ୍କୁ ଦେଖିବାକୁ ।

I.C.U ଭିତରେ ଭେଣ୍ଟିଲେଟର୍ ଭିତରେ ଥାଆନ୍ତି ମିଶ୍ର ବାବୁ । ବାରଣ୍ଡାରେ ଦୁଇ ବୋହୂ, ଦୁଇ ପୁଅଙ୍କୁ ଇଂଲିଶ ରେ କିଛି କହୁଥାଆନ୍ତି । ମିଶ୍ର ବାବୁଙ୍କ ସେ ବନ୍ଧୁ ବସିଥାଆନ୍ତି ମନ ଦୁଃଖରେ, ଷ୍ଟିଲ ଚେୟାର ଉପରେ । କିଛି ସମୟ କଥା ହେଲାପରେ ପୁଅ ଦୁଇଜଣ ଚାଲିଗଲେ ଡାକ୍ତର ଙ୍କ ଚେମ୍ବର୍ କୁ । ବୋହୂ ଦୁଇଜଣ ବାରଣ୍ଡାର ଅନ୍ୟ କୋଣରେ ଠିଆହୋଇ କ’ଣ ସବୁ ଇଂରାଜୀ ରେ କଥା ହେଉଥାଆନ୍ତି ।

କିଛିସମୟ ପରେ, ମାରୱ।ଡି ଘର ବଡ ପୁଅ ପଚାରିଲା ମିଶ୍ର ବାବୁଙ୍କ ବନ୍ଧୁଙ୍କୁ । ସାର୍ କ’ଣ ହେଲା? ଏମାନେ କ’ଣ ନିଷ୍ପତ୍ତି ନେଲେ ? ଅପରେସନ କରିବେ ନା ନାହିଁ?

ପକେଟ୍ ରୁ ରୁମାଲ୍ କାଢି ଲୁହ ପୋଛି କହିଲେ ……ଜୀବନରେ ମଣିଷ କେତେ କଷ୍ଟ ସହି ନିଜ ପିଲାଙ୍କୁ ମଣିଷ କରେ । ହେଲେ, ପିଲାମାନେ, ପାଠ ପଢି ପୁଣି ନିଜ ଜନ୍ମଭୁମି ଛାଡି, ଯାଇ ବିଦେଶରେ ବଡ ଚାକିରୀ କରନ୍ତି । ଯେତେ ହେଲେବିତ ସେମାନେ ଏଇ ମାଟି, ପାଣି, ପବନରେ ବଡ ହେଇଛନ୍ତି । ନିଜର ଚାଲି ଚଳଣ, ନିଜର ରୀତିନୀତି ସବୁ କେମିତି ଭୁଲି ଗଲେ ଏମାନେ? ହେଲେ ଚିନ୍ତାଧାରା ବି ବିଦେଶୀ ହେଇଯାଏ ଏକଥା ଆଜି ଜାଣିଲି ।

ତମେ ଶୁଣିଲଟି? କ’ଣ ସବୁ କଥା ହେଉଥିଲେ ପୁଅ ବୋହୂମାନେ? ମାରୱ।ଡି ପୁଅଟି କହିଲା, ସାର୍ ମୋର ଏତେ ଇଙ୍ଗଲିସ୍ ଞାନ ନାହିଁ ।ବନ୍ଧୁ କହିଲେ, ଭଲ କରିଛ, ଇଙ୍ଗଲିସ୍ ଜାଣିନା ….. ନ ହେଲେ ମୋ’ପରି କଷ୍ଟ ପାଇ କାନ୍ଦୁଥାଆନ୍ତ । ବୋହୂ ଦୁଇଜଣ, ପୁଅ ଦୁଇଜଣଙ୍କୁ କ’ଣ କହୁଥିଲେ, ଶୁଣିବ???

କହୁଥିଲେ – ମୋ’କଥା ମାନ, ଡାକ୍ତର ଙ୍କୁ କହି ବାପାଙ୍କ ଭେଣ୍ଟିଲେଟର୍ କଢେଇ ଦିଅ ….. ସେ ଯଦି ଆଜି ନ ମରନ୍ତି, ତେବେ ଆମ ଫେରିବା ମୁସକିଲ୍ ହେଇଯିବ । ଆମର ତ ଆଗରୁ ଟିକେଟ୍ ବୁକ୍ ସରିଛିନା …. ଆଜି ଯଦି ମରିବେ …. ତେବେ ଆମର ଯିବା ଦିନ ଠିକ୍ ୧୪ଦିନ୍ ପଡୁଛି ।
କେହି ଆମକୁ ଖରାପ୍ ଭାବିବେନି । ଆଜି ନହେଇ କାଲି ମଲେ, ଆମେ ଫେରିବାଟା ଠିକ୍ ୧୩ଦିନ୍ ରେ ପଡିବ । ତେଣୁ ବାପା ଆଜିହିଁ ମରିବା ଦରକାର୍ ……

ମାରୱ।ଡି ପରିବାର ଆଶ୍ଚର୍ଯ୍ୟ ହୋଇ ଅନେଇ ରହିଥିଲେ ବଲବଲ କରି, ଦୁରରେ ଠିଆହେଇଥିବା ବୋହୂ ଦୁଇଜଣଙ୍କୁ । ଏମାନେ ମଣିଷ ତ???

ସେତିକିବେଳେ….. ଦୁଇ ପୁଅଙ୍କ ସହିତ ଡାକ୍ତର ପସିଲେ I.C.U. ଭିତରକୁ, ତରବର୍ ହୋଇ …. ମିଶ୍ର ବାବୁଙ୍କ ବନ୍ଧୁ, ଚେୟାର ରୁ ଉଠି ଠିଆହେଲେ …..
ମାରୱ।ଡି ପରିବାରକୁ ଚାହିଁଲେ ଓ କହିଲେ …… ମୁଁ ଯାଏ, ସିଆଡେ ଶ୍ମଶାନରେ କାଠ ଓ ଲୋକ ଯୋଗାଡ କରେ ……… ଡେରିକଲେ ସବୁ ଡେରି ହେଇଯିବ ….. ସେତେବେଳକୁ ରାତି ପ୍ରାୟ ଆଠୁଟା …..

ଏହାହିଁ ଆମ ଆଧୁନିକ ସଭ୍ୟ ସମାଜର ମୁଖା କହିଲେ ଅତ୍ୟୁକ୍ତି ହେବନାହିଁ….

 

ମୁକ୍ତି

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x