ଆକାଶରେ ଶିଳପୁଆ !!!

Reading Time: 3 minutes

ଅନେକ ଦିନ ତଳର କଥା । ବ୍ରହ୍ମଦେଶର ଗୋଟିଏ ଗାଁରେ ବୁଢୀଟିଏ ରହୁଥିଲା । ତା’ର ପୁଅ ବୋହୁ ତ ପରଲୋକଗମନ କରିଥିଲେ । କିନ୍ତୁ ପଛକୁ ସେମାନେ ଯୋଡିଏ ପୁଅ ଛାଡି ଯାଇଥିଲେ । ବୁଢୀ ସେ ଦୁଇ ପିଲାଙ୍କୁ ନିଜ ସାଧ୍ୟାନୁସାରେ ମଣିଷ କରିଥାଏ । କିନ୍ତୁ ଦିନେ ସେ ବୁଢୀର ଶେଷ ସମୟ ଆସି ଉପସ୍ଥିତ ହେଲା । ତେଣୁ ସେ ତା’ର ଦୁଇ ନାତିଙ୍କୁ ଡାକି କହିଲା, “ପିଲାଏ, ମୁଁ ତମମାନଙ୍କ ପାଇଁ କୌଣସି ସୁନା ରୂପା ରଖିଯାଇ ପାରୁନାହିଁ ।”

ଏହା ଶୁଣି ବଡ ନାତି ରୁମନ୍ ଥଟ୍ଟାଳିଆ ଭାବରେ କହିଲା “ସେକଥା ତ ଆମକୁ ଜଣା!”

ତା’ଦେଖାଦେଖି ସାନ ନାତି ସୁମନ୍ ବି କହିଲା “ଜେଜେମା! ତମେ ଆଉ ଆମ ପାଇଁ ଆଦୌ ଚିନ୍ତା କରନାହିଁ ।”

ତା’ପରେ ସେ ବୁଢୀ କହି ଚାଲିଲା, “ତେବେ ଏ ଘରର ସେ କୋଣରେ ପଡିଛି ଶିଳ ଓ ଶିଳପୁଆ । ତାହା ଦେଖୁଛଟି?”

ଜେଜେମାଙ୍କ କଥା ଶୁଣି ରୁମନ୍ ମନ୍ତବ୍ୟ ଦେଲା “ହଁ, ହଁ, ନ ଦେଖି ଆଉ କ’ଣ କିଛି ଚାରା ଅଛି? ତା’ଛଡା ଆମ ଘରେ ଆଉ କିଛି ତ ଦେଖିବା ଭଳି ଚିଜ ବି ନାହିଁ!”

ବୁଢୀ ତା’ ସାନନାତିର ଏଭଳି ତାଚ୍ଛଲ୍ୟଭରା କଥାକୁ ଆପଣା ଦିହକୁ ମୋଟେ ନନେଇ ବରଂ ସେ ଶାନ୍ତ ଭାବରେ କହିଲା, “ବେଶ୍ । ତେବେ ବଡ ରୁମନ୍ ସେ ଶିଳଟି ନେଉ । ଆଉ ସାନ ସୁମନ୍ ଶିଳପୁଆ ନେଉ । ଏସବୁ ତ ଦିନେନା ଦିନେ ଅବଶ୍ୟ ତୁମ କାମରେ ଆସିବ ।”

ଏହା ପରେ ପରେ ସେ ବୁଢୀ ଚିରଦିନ ପାଇଁ ତା’ ଆଖି ବୁଜିଦେଲା ।

ଏଣେ ସୁମନ୍ ବଣ ଭିତର ଦେଇ ଯାଉଥାଏ, ହଠାତ୍ ସେ ଦେଖିଲା ଗୋଟାଏ ହେଟା ତା’ ଆଡେ ମାଡି ଆସୁଛି । ଏଣୁ ସେ ଖୁବ୍ ତରବରରେ ଗୋଟାଏ ଗଛ ଉପରକୁ ଉଠିଗଲା । କିନ୍ତୁ ଶିଳପୁଆକୁ ସେ ସେପର୍ଯ୍ୟନ୍ତ ଛାଡି ନଥାଏ ।

ହେଟା କହିଲା “ଭୟ କର ନାହିଁ । ମୁଁ ଖାଲି ତମ ଶିଳପୁଆଟି କିଛି ସମୟ ପାଇଁ ନେବି ।”

ଏକଥା ଶୁଣି ସୁମନ୍ ପଚାରିଲା “କାହିଁକି?”

ତହୁଁ ସେ ହେଟା କହିଲା “ତାକୁ ଯେକୌଣସି ମରିଯାଇଥିବା ପ୍ରାଣୀର ନାକ ପାଖରେ ରଖିଲେ ଦେଖିବ, ସିଏ ତା’ ଜୀବନ ପୁଣି କେମିତି ଫେରି ପାଇବ । ମାତ୍ର ତୁମ ଓ ମୋଛଡା ଏକଥା ଅନ୍ୟ ମାନେ କେହି ଜାଣିଲେ ଏ ଶିଳପୂଆ ଆଉ କିଛି ବି କାମ ଦେବ ନାହିଁ ।”

ତା’ପରେ ଆଶ୍ଚର୍ଯ୍ୟ ହୋଇ ସୁମନ୍ ସେ ହେଟାକୁ ଅନୁସରଣ କଲା । ଆଉ ଗୋଟିଏ ହେଟା ମରି ପଡିଥିଲା । ତା’ ନାକ ପାଖରେ ଶିଳପୁଆଟି ରଖିବା ମାତ୍ରେ ସେ ସେହିକ୍ଷଣି ଉଠି ଠିଆ ହେଲା ।

ଏସବୁ ଦେଖି ସେ ସୁମନ୍ ଅତ୍ୟନ୍ତ ଆନନ୍ଦିତ ହୋଇ ଶିଳପୁଆ ଧରି ଘରକୁ ଫେରିବା ବାଟରେ ଶୁଣିଲା ଜଣକ ଘରେ ଭାରି ଜୋର୍ରେ କାନ୍ଦବୋବାଳି ପଡିଛି । ସେ ଭିତରକୁ ଯାଇ ଦେଖିଲା ଗୃହସ୍ୱାମୀ ମରିଯାଇଛନ୍ତି । ସେ କୌଣସି ମନ୍ତ୍ର ପଢିବାର ଅଭିନୟ କଲା ଓ ତା’ ଶିଳପୁଆଟିକୁ ତାଙ୍କ (ଗୃହସ୍ୱାମୀଙ୍କ) ନାକ ପାଖରେ ରଖିଦେଲା । ଚାହୁଁ ଚାହୁଁ ସେ ମୃତ ବ୍ୟକ୍ତି ଜୀବନ ଲାଭ କଲେ! ଏହାପରେ ସେ ସୁମନ୍ ଆହୁରି କେତେ ଲୋକଙ୍କୁ ବି ପୁନର୍ଜୀବନ ଦେଲା । ସେ ମନ୍ତ୍ର ପଢିବାର ଓ ଜଡିବୁଟି ଶୁଙ୍ଘାଇବାର ଅଭିନୟ କରୁଥାଏ । ହେଲେ କେହି ମଧ୍ୟ ସେହି ଶିଳପୁଆର ଗୁଣ ଜାଣୁନଥାନ୍ତି । କ୍ରମେ ଜଣେ ଅଦ୍ଭୁତ ବୈଦ୍ୟ ହିସାବରେ ସୁମନ୍ର ବେଶ୍ ଖ୍ୟାତି ଚାରିଆଡେ ବ୍ୟାପିଗଲା ।

ହଠାତ୍ ଦିନେ ରାଜକନ୍ୟା ଅଚେତା ହୋଇ ପଡିଲେ । ରାଜବୈଦ୍ୟ ଆସି ଦେଖିବା ବେଳକୁ ସେ ମରିଗଲେଣି । ଏହାପରେ ସେ ରାଜା ସୁମନ୍କୁ ଡକାଇଲେ । ତା’ପରେ ସୁମନ୍ ଅଚିରେ ରାଜକନ୍ୟାଙ୍କ ଜୀବନ ଫେରାଇ ଆଣିଲା ।

ରାଜା ଘୋଷଣା କଲେ “ଏଭଳି ବୈଦ୍ୟ ମାନବଜାତିର ଗର୍ବ । ଏଣୁ ଆମ୍ଭେ ଏହାଙ୍କୁ ଜାମାତା କରିବା ।” ତା’ପରେ ସେ ସୁମନ୍ ଯେ ଖାଲି ରାଜକନ୍ୟାଙ୍କୁ ବିବାହ କଲା ତାହା ନୁହେଁ, ବରଂ ସେ ରାଜାଙ୍କ ଉତ୍ତରାଧିକାରୀ ରୂପେ ମଧ୍ୟ ଘୋଷିତ ହେଲା ।

ଚନ୍ଦ୍ରଦେବ ସେ ପଥରଟି ପ୍ରତି ଲୋଭାତୁର ହେଲେ । କିନ୍ତୁ ତାକୁ ନେବାର ସୁଯୋଗ ସେ କଦାପି ମଧ୍ୟ ପାଉ ନଥାନ୍ତି । ଦିନେ ସୁମନ୍ ପଥରଟି ଧୋଇ ଖରାରେ ଶୁଖାଇଥାଏ ଓ ନିଜେ ମଧ୍ୟ ସେହି ପାଖରେ ଜଗି ବସିଥାଏ । ରାଜକନ୍ୟା ଆସି ଏସବୁ ଦେଖି କହିଲେ, “ଛିଃ ଛିଃ, ତମେ ରାଜାଙ୍କ ଜାମାତା ତଥା ଭାବି ରାଜା । ଏସବୁ ସତ୍ତ୍ୱେ ମଧ୍ୟ ତମେ କ’ଣ ଏ ସାମାନ୍ୟ ପଥରଟିକୁ ଜଗି ବସିବ? ଏକଥା ଶୁଣିଲେ ଲୋକେ ତୁମକୁ କ’ଣ କହିବେ?”

ସେଉଠୁ ସୁମନ୍ ତା’ କୁକୁରକୁ ସେଠାରେ ଜଗାଇ ଦେଇ ନିଜେ ଭିତରକୁ ଚାଲିଗଲା । କ୍ରମେ ସଂନ୍ଧ୍ୟା ବି ହୋଇଗଲା । ମାତ୍ର ସୁମନ୍ ସେତେବେଳକୁ ସେ ପଥର କଥା ପୁରାପୁରି ଭୁଲି ଯାଇଥାଏ । ଅନ୍ଧାରରେ କୁକୁର ବୁଝିଲା କିଏ ଜଣେ ପଥରଟି ଉଠାଇ ନେଲା । ତେଣୁ ସେ ଚୋର ପଛରେ ଦୌଡିଲା । ଚୋର ପୃଥିବୀର ସୀମାରୁ ଯାଇ ଆକାଶକୁ ଉଠିଲା । କୁକୁର ବି ଗୋଡାଇଲା । ଏଥିରୁ ଶ୍ରୋତାମଣ୍ଡଳୀ ଠିକ୍ ଅନୁମାନ କରିପାରୁଥିବେ ଯେ, ସେ ଚୋରଟି କିଏ? ସେ ଚୋର ଆଉ କେହି ନୁହେଁ, ସ୍ୱୟଂ ଚନ୍ଦ୍ର ।

ଯେତେବେଳେ ଚନ୍ଦ୍ର ଗ୍ରହଣ ହୁଏ, ବ୍ରହ୍ମଦେଶର ଲୋକେ କହନ୍ତି, “ସୁମନର କୁକୁର ଚନ୍ଦ୍ରକୁ ଗିଳି ପକାଇଲା । ଚନ୍ଦ୍ର ଗ୍ରହଣରୁ ମୁକୁଳି ଗଲେ ଲୋକେ ପୁଣି କହନ୍ତି, “ବିଚରା କୁକୁରଠୁଁ ଚନ୍ଦ୍ର ଖସିଗଲା! ” ଚନ୍ଦ୍ର ଦେହରେ କଳା ଚିହ୍ନ ସେ ଶିଳପୁଆ ବୋଲି ଲୋକଙ୍କ ମନରେ ଏବେବି ସେ ଧାରଣା ରହିଛି ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।

Recommended For You

About the Author: Utkal Odisha

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.