ଅଷ୍ଟ୍ରେଲିଆ ଗସ୍ତରେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବ ବିରାଟ ବାହିନୀ

WhatsApp Image 2020 05 08 at 17.30.56
Reading Time: < 1 minute

ସଙ୍କଟ ମଧ୍ୟରେ ଭାରତୀୟ କ୍ରିକେଟ ଅଷ୍ଟ୍ରେଲିଆ ଗସ୍ତ କରିବା ପରେ ୨ ସପ୍ତାହ ପାଇଁ କ୍ୱାରେଣ୍ଟାଇନରେ ରହିବ । ଦଳର ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମଲ ଏନେଇ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଦ୍ୱିପାକ୍ଷିକ ସିରିଜ୍ ଖେଳିବା ପାଇଁ ଅନେକ ସଚେତନତା ମୂଳକ ପଦକ୍ଷେପ ଅବଲମ୍ବନ କରାଯିବ । ଏହା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ସମସ୍ତଙ୍କୁ ଏପରି କରିବା ଆବଶ୍ୟକ । ଏହାପରେ ଖେଳ ଆରମ୍ଭ ହେବ । ତେବେ ୨ ସପ୍ତାହର କ୍ୱାରେଣ୍ଟାଇନ୍ ସେତେଟା ଦୀର୍ଘ ନୂହେଁ ବୋଲି ସେ କହିଛନ୍ତି ।
ଭାରତ ଅଷ୍ଟ୍ରେଲିଆ ଗସ୍ତରେ ୪ଟି ଟେଷ୍ଟ୍ ମ୍ୟାଚର ସିରିଜ୍ ଖେଳିବ ବୋଲି କାର୍ଯ୍ୟସୂଚୀ ରହିଛି । ତେବେ ଏହି ଟେଷ୍ଟ୍ ସିରିଜକୁ ୫ଟିକିଆ ଦିନିକିଆ ସିରିଜ୍ ମଧ୍ୟ ପରିବର୍ତ୍ତନ କରାଯିବା ନେଇ ଆଶଙ୍କା ରହିଛି । ତେବେ ଏନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।
ଆଇସିସି ଟେଷ୍ଟ୍ ରାଙ୍କିଂରେ ଅଷ୍ଟ୍ରେଲିଆ ଭାରତକୁ ପଛକୁ ଠେଲି ପ୍ରଥମ ସ୍ଥାନ ହାସଲ କରିଛି । ସେହିପରି ଭାରତୀୟ ଦଳ ଏବେ ତୃତୀୟ ସ୍ଥାନରେ ରହିଛି ।

Recommended For You

About the Author: Utkal Odisha

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.