
‘ଗୁଣ୍ଡିଚା’ କେବଳ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ନାମ ନୁହେଁ; ‘ଗୁଣ୍ଡିଚା’ ନାମରେ ଆହୁରି କେତୋଟି ଯାତ୍ରା ମଧ୍ୟ ଶ୍ରୀମନ୍ଦିରରେ ପାଳିତ ହୁଏ।
ସେଥିରୁ ଗୋଟିଏ ହେଉଛି ‘ଶାକ୍ତ ଗୁଣ୍ଡିଚା’। ବିଶେଷତ୍ୱ ଦୃଷ୍ଟିରୁ, ଦେବୀ ବିମଳାଙ୍କର ଷୋଡ଼ଶ ଦିନବ୍ୟାପୀ ଶାରଦୀୟ ଦୁର୍ଗାପୂଜା ଏହି ନାମରେ ନାମିତ ହୋଇଛି। ଏହାକୁ ଅନେକେ ‘ଶାରଦୀୟ ଗୁଣ୍ଡିଚା’ ମଧ୍ୟ କହି ଥାଆନ୍ତି।
ଏହି ପୂଜାର ଉପାସ୍ୟ ଦେବଦେବୀ ହେଉଛନ୍ତି ଶ୍ରୀମାଧବ ଓ ଦୁର୍ଗା। ଶାରଦୀୟ ଦୁର୍ଗାପୂଜା ଅବସରରେ ଦୁର୍ଗା ଓ ମାଧବ ଏକତ୍ର ଉପାସିତ ହେବାର ଏହି ପରଂପରା ଶ୍ରୀମନ୍ଦିରର ଏକ ବିଶେଷତ୍ୱ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀଠାରୁ, ଆଶ୍ୱିନ ଶୁକ୍ଳ ନବମୀ ବା ମହାନବମୀ ପର୍ଯ୍ୟନ୍ତ ଏହି ଯାତ୍ରା ହୋଇଥାଏ।
ଏଥିରେ ଦୁର୍ଗା ଓ ମାଧବ ଏକ ସୁସଜ୍ଜିତ ରଥାକୃତି ବିମାନରେ ଯାତ୍ରା କରୁଥିବାରୁ ଏହାର ନାମ ‘ଶାକ୍ତ ଗୁ୍ଣ୍ଡିଚା’ ବା ‘ଶାରଦୀୟ ଗୁଣ୍ଡିଚା’ ହୋଇଛି। ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଏହି ନାମର ଉଲ୍ଲେଖ ନ ଥିଲେ ମଧ୍ୟ ଏହା ଅତ୍ୟନ୍ତ ଲୋକପ୍ରିୟ।
ଡଃ ହିମାଂଶୁ ମହାନ୍ତ ଆୟୁର୍ବେଦ
ଜୋତିଷ ଶାସ୍ତ୍ର ବିଚାର ଗୃପ