
ପ୍ରତ୍ୟେକ ମାସରେ ଦୁଇଟି କରି ବର୍ଷ ମଧ୍ୟରେ ଚବିଶିଟି ଏକାଦଶୀ ପଡ଼େ।
ଗୋଟିଏ କୃଷ୍ଣ ପକ୍ଷରେ ଓ ଗୋଟିଏ ଶୁକ୍ଳ ପକ୍ଷରେ। ଆଶ୍ୱିନ କୃଷ୍ଣପକ୍ଷ ଏକାଦଶୀକୁ ‘ଇନ୍ଦିରା’ ଏକାଦଶୀ ଓ ଶୁକ୍ଳପକ୍ଷ ଏକାଦଶୀକୁ ‘ପାପାଙ୍କୁଶା’ ଏକାଦଶୀ କହନ୍ତି।
ଏହି ନାମର ତାତ୍ପର୍ଯ୍ୟ ହେଉଛି- ଏହି ଏକାଦଶୀ ବ୍ରତ କଲେ ଯେଉଁ ପୁଣ୍ୟ ଅର୍ଜନ ହୁଏ, ସେହି ପୁଣ୍ୟର ଅଙ୍କୁଶରେ ପାପରୂପୀ ହାତୀକୁ ବେଧନ କରାଯାଇପାରେ।
କଥିତ ଅଛି, ଏହି ଏକାଦଶୀ ପାଳନ କଲେ ଦଶପିଢ଼ି ମାତୃପକ୍ଷ, ଦଶପିଢ଼ି ପିତୃପକ୍ଷ, ଦଶପିଢ଼ି ସ୍ତ୍ରୀ ପକ୍ଷ ଓ ଦଶପିଢ଼ି ମିତ୍ରପକ୍ଷ ଉଦ୍ଧାର ପାଆନ୍ତି। ଏହି ଏକାଦଶୀ ବ୍ରତ ପାଳନ କଲେ ମନୁଷ୍ୟର ସମସ୍ତ ପାପର ପ୍ରାୟଶ୍ଚିତ ମଧ୍ୟ ହୋଇଥାଏ।
ଡଃ ହିମାଂଶୁ ମହାନ୍ତ ଆୟୁର୍ବେଦ
ଜୋତିଷ ଶାସ୍ତ୍ର ବିଚାର ଗୃପ