
➡️ ସଫଳତା ଗୋଟିଏ ଦିନରେ ମିଳିବନି। ଗୋଟିଏ ଦିନ ନିଶ୍ଚୟ ମିଳିବ !!
➡️ ଲୋକଙ୍କ କଥାରେ କ’ଣ ଅଛି, ନିଜ କର୍ମ ରେ ବିଶ୍ବାସ କର । ମୂହୁର୍ତ୍ତରେ ସେହି ଲୋକ ପ୍ରଶଂସାରେ ପୋତି ପକାନ୍ତି, ପୁଣି ସେହି ଲୋକ ନିନ୍ଦାରେ ଭସାଇ ଦିଅନ୍ତି !!
➡️ ପୋଖରି କୂଅ ଠାରୁ ଯଥେଷ୍ଟ ଅଧିକ ବଡ ତଥାପି ଲୋକେ କୁଅରୁ ହିଁ ପାଣି ପିଅନ୍ତି କାରଣ କୁଅର ପାଣି ପୋଖରୀ ପାଣି ଠାରୁ ବିଶୁଦ୍ଧ | ଠିକ୍ ସେହିପରି ମଣିଷ ଧନରେ ବଡ ହେବା କିଛି ବଡ କଥା ନୁହେଁ, ତା’ର ବିଚାରରେ ଶୁଦ୍ଧତା ଥିବା ଦରକାର , ତାହେଲେ ସେ ମହାନ ହୋଇପାରିବ !!
➡️ ବିଶ୍ୱାସ ଓ ନିଃଶ୍ୱାସ ଥରେ ଚାଲିଗଲେ ଆଉ ଫେରିଆସି ପାରେନା । ନିଃଶ୍ୱାସ ଚାଲିଗଲେ ମଣିଷ ସିନା ମରିଯାଏ, ଶରୀର ମୃତ ହୋଇଯାଏ, ହେଲେ ବିଶ୍ୱାସ ଚାଲିଗଲେ ମଣିଷ ଜୀବନ ଥାଇ ବି ପ୍ରତି ମୁହୂର୍ତ୍ତରେ ମରୁଥାଏ !!
➡️ ଦୀପ କଥା କହେ ନାହିଁ କିନ୍ତୁ ତାର ପରିଚୟ ହେଉଛି ତାହାର ପ୍ରକାଶ..! ଠିକ ସେହିପରି ନିଜ ବିଷୟରେ କେବ କିଛି କାହାକୁ କୁହନ୍ତୁ ନାହିଁ ସଠିକ କର୍ମ କରିଚାଲନ୍ତୁ ଦେଖିବେ ସେହିଁ ଆପଣଙ୍କର ପରିଚୟ ଦେବ !!
☘️🌸🙏ଜୟ ଜଗନ୍ନାଥ🙏🌸☘️