
➡️ପସନ୍ଦ ଆସୁଥିବା କାମ ସବୁବେଳେ ସଫଳତା, ଶାନ୍ତି ଏବଂ ଆନନ୍ଦ ଦେଇଥାଏ ।
➡️ଯେତେ ଦିନ ଯାଏ ତୁମେ ଅନ୍ଯର କଥା ହଜମ କରି ପାରିବ ସେତେଦିନ ଯାଏ ତୁମେ ଭଲ, ଯେଉଁ ଦିନ ପ୍ରତିବାଦ କରିବ ସେତେବେଳେ ତୁମେ ଖରାପ ।
➡️ଦୁନିଆରେ ସବୁକିଛି ମିଳିଯାଏ, କେବଳ ନିଜ ଭୁଲ ହିଁ ଦେଖିବାକୁ ମିଳେନି ।
➡️ଘରଠୁ କବାଟ ଛୋଟ, କବାଟଠୁ ତାଲା ଛୋଟ,ତାଲାଠୁ ଚାବି ଛୋଟ, ହେଲେ ସେହି ଛୋଟ ତାଲାରେ ପୁରା ଘରର କବାଟ ଖୋଲି ହୁଏ ।ସେହିପରି ଛୋଟ ଛୋଟ ସୁବିଚାର ଜୀବନରେ ବଡ ବଡ ପରିବର୍ତ୍ତନ ଆଣିଥାଏ ।
➡️” ଜୀବନ ” ଯେତିକି ସୁଖମୟ ଠିକ୍ ସେତିକି ଦୁଃଖମୟ ।
➡️ସଂସାରରେ ଯେତେ ପ୍ରକାରର ଭୟ ଅଛି,ସେଥି ମଧ୍ୟରୁ ” ନିନ୍ଦା/ ଅପବାଦ ” ହେଉଛି ସର୍ବଶ୍ରେଷ୍ଠ ।
➡️ସବୁ ଅଭ୍ୟାସ ରଖିବ କିନ୍ତୁ କାହା ସହିତ ପ୍ରତିଦିନ Phone ରେ କଥା ହେବାର ଅଭ୍ୟାସ ରଖିବ ନାହିଁ, କାରଣ ସେ ଯେତେବେଳେ କଥା ହେବା ବନ୍ଦ କରି ଦିଏ ଭାରି କଷ୍ଟ ହୁଏ ।
🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
🙏🏻 🔘ଜୟ ଜଗନ୍ନାଥ🔘🙏🏻