
➡️ସବୁ ମଣିଷ ଭିତରେ ଏହି ତିନୋଟି ଜିନିଷ ରହିବା ନିହାତି ଦରକାର !
⭐ସୁନ୍ଦର ଚରିତ୍ର
⭐ଭଲ ଚିନ୍ତାଧାରା
⭐ସତ୍ ଭାବନା
➡️”କ୍ରୋଧ “କେବଳ ନିଜର କ୍ଷତି କରିଥାଏ,
“ହସ” ସମ୍ପର୍କ ସୃଷ୍ଟି କରିବାକୁ ରାସ୍ତା ଦେଖାଏ,
“ଅଭିମାନ ” ସମ୍ପର୍କକୁ ନିବିଡ କରେ,
“ସ୍ନେହରେ ” ସମ୍ପର୍କ ବନ୍ଧା ହୁଏ ,
“ଅହଙ୍କାର ” ସମ୍ପର୍କକୁ ଦୂରେଇ ଦିଏ,
“ଜିଦି” ସମ୍ପର୍କକୁ ଭାଙ୍ଗି ଦିଏ —
➡️ଇଛାଠାରୁ ସବୁବେଳେ ଦୂରେଇ ରୁହ, କାରଣ ପୂର୍ଣ୍ଣ ହେଲେ ଲୋଭ ବଢିଥାଏ, ପୂର୍ଣ୍ଣ ନହେଲେ କ୍ରୋଧ ବଢିଥାଏ ।
➡️ରାଗରେ ଅନ୍ଧ ହୋଇ ମଣିଷ ନିଜକୁ ବି ଭୁଲିଯାଏ, ରାଗ ସିନା ପରେ ଶାନ୍ତ ହୋଇଯାଏ କିନ୍ତୁ ରାଗରେ କରିଥିବା କାମ ପାଇଁ ସାରା ଜୀବନ ପଶ୍ଚାତାପ କରିବାକୁ ପଡିଥାଏ ।
➡️ଜୀବନର ସର୍ବଶ୍ରେଷ୍ଠ ଗୁରୁ ହେଉଛି “ସମୟ” କାରଣ ଯାହା ସମୟ ଶିଖାଇଥାଏ ତାହା ଆଉ କେହି ଶିଖେଇ ପାରିବେ ନାହିଁ ।
➡️ସବୁଦିନ ହ୍ଵାଟ୍ସଆପ ଏବଂ ଫେସବୁକ ରେ Status ବଦଳେଇଲେ ଜୀବନ ବଦଳିଯାଏନି।ଜୀବନ ବଦଳେଇବାକୁ ହୃଦୟରେ ଗୋଟିଏ Status ଯଥେଷ୍ଟ।
🌞ଶୁଭ ସକାଳ🌞
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
🙏🏻 ଜୟ ଜଗନ୍ନାଥ🙏🏻