
ଶରୀରସ୍ଥ ଅନ୍ତଃକରଣ,ବିଭିନ୍ନ ଇନ୍ଦ୍ରିୟ ଆଦି ଆତ୍ମା ନୁହନ୍ତି; “ଏହା ଆତ୍ମା ନୁହେଁ, ଏହା ଆତ୍ମା ନୁହେଁ” ବୋଲି ପ୍ରତ୍ୟାଖ୍ୟାନ କରି କରି ଆତ୍ମାକୁ ଖୋଜିବାକୁ ପଡ଼ିବ ।
ଆତ୍ମା ସବୁଥିରେ ବ୍ୟାପ୍ତ ହୋଇ ମଧ୍ୟ ସବୁଠାରୁ ପୃଥକ୍ । ଏପରି ଭାବରେ ଶୁଦ୍ଧବୁଦ୍ଧି ଲଗାଇ ଧୀରେ ଧୀରେ ସଂସାରର ଉତ୍ପତ୍ତି, ସ୍ଥିତି ଓ ପ୍ରଳୟକୁ ନେଇ ବିଚାର କରିବାକୁ ପଡ଼ିବ । ଏହି କାର୍ଯ୍ୟରେ ତରବର ହେଲେ ଚଳିବ ନାହିଁ । ଜାଗ୍ରତ, ସ୍ବପ୍ନ ଓ ସୁଷୁପ୍ତି ହେଉଛି ବୁଦ୍ଧିର ତିନୋଟି ବୃତ୍ତି । ଏହି ବୃତ୍ତିଗୁଡିକ ଯାହାଦ୍ୱାରା ଅନୁଭୂତ ହୁଏ, ସେ ହିଁ ସବୁର ଅତୀତ, ସବୁକିଛିର ସାକ୍ଷୀ ପରମାତ୍ମା ।
ଗନ୍ଧରୁ ଯେପରି ଗନ୍ଧର ଆଶ୍ରୟ ବାୟୁକୁ ଜାଣିହୁଏ, ସେହିପରି ବୁଦ୍ଧିର ଏହି କର୍ମଜାତ ଓ ପରିବର୍ତ୍ତନଶୀଳ ତିନି ଅବସ୍ଥାରୁ ସେସବୁରେ ବିଦ୍ୟମାନ ଥିବା ଆତ୍ମାକୁ ଜାଣିହୁଏ ।
।। ୭/୭/୨୪-୨୬।।
☘️🌸🙏ଶ୍ରୀ ଜଗନ୍ନାଥ ଶରଣଂ🙏🌸☘️