
➡️ ଯେଉଁ ଖାଦ୍ୟ ହଜମ ହୁଏ ନାହିଁ ତାହା ଦେହକୁ ବିଷାକ୍ତ କରେ ।
➡️ ଯେଉଁ ଧର୍ମ ଦୟା, କ୍ଷମା, ଅହିଂସା ଉପରେ ପ୍ରତିଷ୍ଠିତ ନୁହେଁ, ଯାହା ଅଶାନ୍ତି ଅସ୍ଥିରତା ସୃଷ୍ଟିକରେ ତାହା ଧର୍ମ ନୁହେଁ । ସେଭଳି ଧର୍ମ ଗ୍ରହଣ କରିବା ଅପେକ୍ଷା ନାସ୍ତିକ ହେବା ଭଲ ।
➡️ ଧର୍ମ ବା ଭଲ କର୍ମ ପଥରେ କଂଟା ଥାଏ ତଥାପି ତାହା ଆଲୋକିତ ।
➡️ ପାପ ବା କୁକର୍ମ ପଥ ସର୍ବଦା ସଂକୀର୍ଣ୍ଣ ଓ ଅନ୍ଧକାରମୟ ।
➡️ ଯେଉଁ ସ୍ତ୍ରୀ କଥା କଥାରେ ଝଗଡା କରେ, ମୁହଁ ଉପରେକ ଜବାବ୍ ଦିଏ, ସନ୍ତାନର ଲାଳନ ପାଳନ କରେନାହିଁ । ସ୍ୱାମୀକୁ ଖାତିର କରେ ନାହିଁ, ସେ ସ୍ତ୍ରୀକୁ ପରିତ୍ୟାଗ କଲେ ଦୁଃଖ ନାହିଁ ।
➡️ ଜ୍ଞାନୀ ପାଖରେ ଗର୍ବ, ଅହଂକାର ଶୋଭାପାଏ ନାହିଁ ।
➡️ ଦୁଇ ଜଣ ଏକା ସାଥିରେ ପଢିବା ଦୁହିଁଙ୍କ ପାଇଁ ହିତ । ଦୁହିଁଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉଦ୍ରେକ ହୁଏ ।
➡️ ତିନି ଜଣ ମିଶି ଗାଇଲେ ଗୀତ ଅଧିକ ସୁନ୍ଦର ସ୍ୱର ମୂର୍ଚ୍ଛନା ତୋଳିପାରେ । ଚାରି ସାଙ୍ଗରେ ଭ୍ରମଣ ସୁଖଦାୟକ । ପାଂଚ ଜଣ ମିଶି ଚାଷ କଲେ ଅଧିକ ଫସଲ ହୁଏ । ପାଂଚ ଜଣଙ୍କ ନିଷ୍ପତି ଶେଷ ଚୂଡାନ୍ତ ନିଷ୍ପତି ରୂପେ ଗୃହୀତ ହୁଏ ।
☘️🌸🙏ଜୟ ଜଗନ୍ନାଥ 🙏🌸☘️