
➡️ ପ୍ରତ୍ୟେକ ପ୍ରାଣୀ ସତ୍ୟପାଳନ କରିବା ଆବଶ୍ୟକ । ସତ୍ୟବାନ ସବୁକ୍ଷେତ୍ରରେ ବିଜୟ ହାସଲ କରିପାରେ ।
➡️ ସଂସାରରେ କିଛି ବି ସ୍ଥାୟୀ ନୁହେଁ । ସବୁ ଅସ୍ଥାୟୀ । ସବୁକିଛିର ବିଲୟ ରହିଛି ।
➡️ ସଂସାରରେ ସମସ୍ତେ ଚଳଚଂଚଳ । ସଦା ଗତିଶୀଳ । ଧନ, ଜ୍ଞାତିବନ୍ଧୁ ସମ୍ପର୍କ, ଘରଦ୍ୱାର, ଆସବାବ ସବୁକିଛି ଚଚଂଳ । ସ୍ଥାୟୀ ଭାବରେ କେହି ଜଣକ ପାଖରେ ରହିପାରେ ନାହିଁ ।
➡️ ଧର୍ମ କେବଳ ଏକମାତ୍ର ସ୍ଥାୟୀ ଅଟେ । ଏହା ଅଟଳ ଅବିଚଳ ଯେହେତୁ ଧର୍ମ ସତ୍ୟ ଉପରେ ଆଧାରିତ ।
➡️ ଧର୍ମ ଜ୍ଞାନର ଭଣ୍ଡାର । ଜ୍ଞାନ ସ୍ଥାୟୀ । ଏହା କାହାକୁ ଛାଡି ଚାଲିଯାଏ ନାହିଁ । ଥରେ ଜଣେ କିଛି ଶିକ୍ଷା ଲାଭ କଲେ ଜୀବନଯାକ ତାହା ଭୁଲେ ନାହିଁ ।
➡️ ମଣିଷ ବୁଦ୍ଧି, ବିବେକ, ଜ୍ଞାନ ଆହରଣ, ଶ୍ରବଣର ଶକ୍ତି ଅନ୍ୟ ପ୍ରାଣୀଙ୍କ ଅପେକ୍ଷା ଯଥେଷ୍ଟ ଅଧିକ । ଏଣୁ ମଣିଷକୁ ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଇଛି ।
➡️ ପ୍ରତ୍ୟେକ ଭଲ କଥା, ନୀତିଶାସ୍ତ୍ର, ଧର୍ମପୁରାଣ, ପ୍ରବଚନ, ତନ୍ତ୍ର, ମନ୍ତ୍ର, ଭଜନ, କୀର୍ତ୍ତନ ଆଦି ମଣିଷ ନିଜେ ପଢି ନପାରିଲେ ମଧ୍ୟ କେବଳ ଶୁଣି ଶୁଣି ସୁଫଳ ପାଇପାରେ ।
➡️ ଶୁଣିବାର ଏକ ନିୟମ ରହିଛି । ଖରାପ କଥା ନଶୁଣି କେବଳ ଭଲ କଥା ଶୁଣିବ । ସେଇ ଅନୁସାରେ ଭଲ କାମ ମଧ୍ୟ କରିବ ।
➡️ ଯାହା ହେବାକୁ ଥିବ ନିଶ୍ଚୟ ହେବ । ତାକୁ କେହି ବାଧା ଦେଇପାରିବ ନାହିଁ ।
➡️ ଘଟଣାର ପ୍ରଭାବ ଅନୁସାରେ ମଣିଷର ବ୍ୟବହାର, ଆଚରଣ ବଦଳିଯାଇଥାଏ ।
➡️ “ଦାନ ଏବଂ ଜ୍ଞାନ” ଏ ଦୁଇଟି ପୁରୁଷ ପାଇଁ ଏକାନ୍ତ ଆବଶ୍ୟକ । ଦାନ କଲେ ଏବଂ ଜ୍ଞାନ ଅର୍ଜ୍ଜନରେ ମନ ଲଗାଇଲେ ସମୟ ଅଯଥା ଅପବ୍ୟୟ ହୁଏ ନାହିଁ ।
➡️ ଧର୍ମ, ଅର୍ଥ, କାମ, ମୋକ୍ଷ ଏ ଚାରିଟି କ୍ଷେତ୍ରରେ ସଫଳତା ପାଇବା ପାଇଁ ଯିଏ ପ୍ରଯତ୍ନ ନକରେ ତାର ଜୀବନ ବୃଥା ହୋଇଯାଏ । ସେ ଏକ ବୋଝ ପରି ହୋଇଥାଏ ।
➡️ ସମୟ ସହିତ ତାଳ ଦେଇ ଭଲ କାମ କରିପାରିଲେ ଜୀବନ ଧନ୍ୟ ହୁଏ ।
➡️ ଜୀବନ କ୍ଷଣସ୍ଥାୟୀ । ଏଣୁ ଜୀବନର ପ୍ରତିଟି ମୁହୂର୍ତକୁ ଭଲକାର୍ଯ୍ୟରେ ଉପଯୋଗ କରାଯିବା ଆବଶ୍ୟକ ।
➡️ ଏ ଶରୀର, କଳ୍ପନା, ଆଶା, ଆକାଂକ୍ଷା, ଧନ ସମ୍ପତ୍ତି ସବୁ କିଛି ଧ୍ୱଂସ ହୋଇଯାଏ ମୃତ୍ୟୁରେ । ମୃତ୍ୟୁ ଆଗରୁ ଏମିତି କିଛି କାମ କରାଯିବା ଆବଶ୍ୟକ ଯାହା ଫଳରେ କାଳ କବଳିତ କରିପାରିବନି ଯଶକୁ ସୁନାମକୁ ।
➡️ ସାଧାରଣ ଲୋକେ ପଥର ଦେହରେ ସିନ୍ଦୁର ମାରି ତାକୁ ଶକ୍ତି ବା ଦେବତା ଜ୍ଞାନ କରି ପୂଜା କରନ୍ତି । ଫଳବି ପାଆନ୍ତି । ଏହାର ମୂଳରେ ନିହିତ ଥାଏ ସେମାନଙ୍କର ନିଷ୍ଠା ଓ ଅଖଣ୍ଡ ବିଶ୍ୱାସ ଦେବତା ନୁହେଁ।
➡️ ସାଧୁ, ସନ୍ଥ, ଜ୍ଞାନୀମାନେ ଜଗତର ଜଡ, ଚେତନ, କୀଟ ତରୁଲତା ପ୍ରାଣୀଙ୍କ ଦେହରେ ଶକ୍ତି ବା ଈଶ୍ୱରଙ୍କ ସତ୍ତା ଅନୁଭବ କରନ୍ତି ।
☘️🌸🙏ଜୟ ଜଗନ୍ନାଥ🙏🌸☘️