
🎪🛕ଆଜିର ଅନୁଚିନ୍ତା🛕🎪
🍁🍁🍁🍁🍁🍁🍁🍁🍁🍁
➡️କାହାକୁ କିଛି ଦେଇକି ଅହଙ୍କାର କରନ୍ତୁ ନାହିଁ,କିଏ ଜାଣିଛି ତୁମେ ତାକୁ ଦେଉଛ ନା ପୂର୍ବ ଜନ୍ମର ଋଣ ସୁଝୁଛ ।
➡️ସ୍ବପ୍ନ ଦେଖିବା ସହଜ,ସ୍ବପ୍ନକୁ ପୁରଣ କରିବା କଠିନ ଆଉ ବିନା ସ୍ବପ୍ନରେ ବଞ୍ଚିବା ବି ମୂଲ୍ୟହୀନ ।
➡️”ସମୟ “ର ହାତ ନଥାଏ କିନ୍ତୁ ସେ ବେଳେ ବେଳେ ଏମିତି ଚାପୁଡା ମାରେ ଯେ ସାରା ଜୀବନ ମନେ ରହେ ।
➡️ବୟସ ୧୫ ହେଉ ବା ୪୫ ସମ୍ମାନ ତାଙ୍କୁ କରନ୍ତୁ ଯାହାଙ୍କ ଆଚରଣ ଭଲ ।
➡️ବାହାଘର ସରିଲେ ବେଦୀ ମୁହଁ ପୋଡା ଭଳି ସ୍ବାର୍ଥପର ଲୋକ ନିଜ କାମ ହାସଲ ପରେ ମନେ ରଖିବା ତ ଦୂରର କଥା — ଚିହ୍ନି ପାରନ୍ତି ନାହିଁ ।
➡️ଆଜି କାଲିର ସମ୍ପର୍କ ଚାକିରି ପରି ହୋଇଗଲଣି ,ଭଲ ଅଫର୍ ମିଳିଗଲେ ଲୋକେ ପୁରୁଣାକୁ ଛାଡି ଦେଉଛନ୍ତି ।
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!