
➡️”କିନ୍ତୁ ଆତ୍ମଜ୍ଞାନ ଉଦୟହେଲେ ଯେଉଁମାନଙ୍କର ଅଜ୍ଞାନତା ବିନଷ୍ଟ ହୋଇଯାଏ , ସୂର୍ଯ୍ୟ ଯେପରି ସମସ୍ତ ପ୍ରକାଶ କରିଥାନ୍ତି ସେପରି ସେମାନଙ୍କର ଆତ୍ମଜ୍ଞାନ ଉଦୟରେ ତାଙ୍କ ନିକଟରେ ପରମବ୍ରହ୍ମ ପ୍ରକାଶିତ ହୋଇଯାନ୍ତି ।”
➡️”ବିଶ୍ୱର ଇଶ୍ୱର କାହାରି ପାପତାପ ଗ୍ରହଣ କରନ୍ତିନାହିଁ କି ସୁକୃତ ଗ୍ରହଣ କରନ୍ତିନାହିଁ । ଯେହେତୁ ଜୀବର ଜ୍ଞାନ, ଅଜ୍ଞାନତା ବା ଅବିଦ୍ୟାମାୟାରେ ଆଚ୍ଛାଦିତ ରହିଥାଏ ତେଣୁ ଜୀବମାନେ ମୋହଗ୍ରସ୍ତ ହୋଇଯାନ୍ତି ।”
➡️”ବିଭୁ ଏ ଜୀବଜଗତ ପାଇଁ କର୍ମ କି କର୍ତ୍ତୃତ୍ୱ ବା କର୍ତ୍ତାପଣିଆ କି କର୍ମଫଳରେ ସଂଯୋଗ ସୃଷ୍ଟି କରି ନଥାନ୍ତି । ମାତ୍ର ଏହାସବୁ ବିଶ୍ୱ ପ୍ରକୃତିରୁ ସ୍ୱତଃ ପ୍ରବୃତ୍ତ ହୋଇଥାଏ ।”
➡️”ମନ ଓ ଇନ୍ଦ୍ରିୟମାନଙ୍କୁ ବଶିଭୁତ କରି ଦେହଧାରୀ ନବଦ୍ୱାରବିଶିଷ୍ଟ ଶରୀରରୂପକ ପୁରରେ ମାନସିକ ଭାବରେ ସମସ୍ତ କର୍ମକୁ ବିବେକ ପୂର୍ବକ ତ୍ୟାଗ କରି କିଛି ନକରି ବା କିଛି ନ କରାଇ ସୁଖରେ ନିଜ ସ୍ୱରୂପରେ ସ୍ଥିତ ରହିଥାନ୍ତି ।”
➡️”କର୍ମଯୋଗୀ ସକଳ କର୍ମଫଳ ତ୍ୟାଗକରି ନୈଷ୍ଠକୀଶାନ୍ତି ଲାଭ କରନ୍ତି । ମାତ୍ର ଯେ ସକାମ ସାଧକ କାମନା ଜଡିତହୋଇ ଫଳରେ ଆସକ୍ତ ହୋଇ ବନ୍ଧନରେ ପଡନ୍ତି ।”
🌹ଶୁଭ ସକାଳ🌹
🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹