
➡️ ଲକ୍ଷ୍ୟ ଯେଉଁଠାରେ ଅସତ୍, ସେଠାରେ ଅତ୍ୟନ୍ତ ସତ୍ ଉପାୟ ମଧ୍ୟ ଅସତ୍ରେ ପରିଣତ ହୁଏ । ( ଗାନ୍ଧିଜୀ )
➡️ ସଂକୀର୍ଣ୍ଣ ମନୋଭାବ ଦ୍ୱାରା କୌଣସି ଜାତି ପୃଥିବୀରେ ମହାନ୍ ହୋଇପାରି ନାହିଁ, ପାରିବ ନାହିଁ ମଧ୍ୟ । ( ନେହେରୁ )
➡️ ଯେଉଁଠି ଶିଶୁ; ସେଇଠି ସୁବର୍ଣ୍ଣ ଯୁଗ । ( ନୋଭାଲିସ୍ )
➡️ ସକଳ କର୍ତ୍ତବ୍ୟର ମୂଲ୍ୟ ଏକ, ପୁରସ୍କାର ଏକ । ଈଶ୍ୱରଙ୍କ ଚକ୍ଷୁରେ କର୍ତ୍ତବ୍ୟର ବଡସାନ ଗଣନା ନାହିଁ । ( ବିଶ୍ୱନାଥ କର )
➡️ ମୁହଁ ଦେଖି ଲୋକ ଚିହ୍ନିଲା ପରି ନାଆଁ ଜାଣି ମଧ୍ୟ ଲୋକ ଚିହ୍ନି ହୁଏ । ( ଫୁଲର )
➡️ ସତ୍ୟାନୁସରଣ ହିଁ କେବଳ ମନୁଷ୍ୟକୁ ଦାସତ୍ୱରୁ ମୁକ୍ତ କରି ମର୍ତ୍ୟରେ ଦେବତାର ରାଜ୍ୟ ପ୍ରତିଷ୍ଠା କରି ପାରିବ । ( ମେରିବେକର ଏଡ୍ )
➡️ ସତ୍ୟ ହିଁ ଜଗତର ପ୍ରାଣ – ପ୍ରାଣଶୂନ୍ୟ ବସ୍ତୁ ଜଗତରେ କେବଳ ଦୁର୍ଗନ୍ଧ ବିସ୍ତାର କରେ, ସୁତରାଂ ତାହାର ସତାର ତିରୋଧାନ ଶ୍ରେୟସ୍କର । ( ବିଶ୍ୱନାଥ କର )
➡️ ବିଶ୍ୱାସ ଭିତରେ ହିଁ ବନ୍ଧୁତା ବଂଚି ପାରିବ । ( ଯୋଶେଫ )
➡️ ଜୀବନ୍ତ ଲୋକର ଗୋଟିଏ ଶ୍ମଶାନ ଅଛି – ତାହାର ନାମ ଆଳସ୍ୟ । ( ଜେରେମୀ )
☘️🌸🌼ଜୟ ଜଗନ୍ନାଥ🌼🌸☘️