
➡️ପ୍ରଭୂ ଶ୍ରୀ ଜଗନ୍ନାଥ ଭକ୍ତମାନଙ୍କ ଆବିଳ ସ୍ନେହର ପ୍ରତିଦାନ ସ୍ୱରୂପ ରଥାରୁଢ ହୋଇଛନ୍ତି I ଭଗବାନଙ୍କ ପ୍ରେମ ସମଗ୍ର ମାନବ ସମାଜକୁ ସମ୍ପୂର୍ଣ୍ଣ ରୂପେ ପବିତ୍ର କରିଦିଏ I ଯଦି ଆମେ ଏହି ଚିରନ୍ତନ ନିୟମକୁ ଅନୁସରଣ କରିବା, ତେବେ ପ୍ରକୃତ ପ୍ରେମ କଣ ଜାଣିପାରିବା I
➡️ପ୍ରେମ ସମସ୍ତ ସୁଖର ଚାବିକାଠି I ତେଣୁ ସର୍ବଦା ମଣିଷ ଚାହେଁ ତାକୁ କେହି ନା କେହି ଭଲପାଉ, ସ୍ନେହ କରୁ I ଅନ୍ୟ କାହାଠାରୁ ଦୟା, ସ୍ନେହ ଆଶାକରିବା ପୂର୍ବରୁ ସମସ୍ତଙ୍କ ପ୍ରତି ଦୟା, ପ୍ରେମ ମନୋଭାବ ତଥା ସଦ୍ ଭାବନା, ଶୁଭକାମନା ରଖିବା ଉଦାର ମନୋଭାବର ଲକ୍ଷଣ I
➡️ବର୍ତ୍ତମାନ ଦୁନିଆକୁ ପ୍ରେମର ସଠିକ୍ ପରିଭାଷା ଆବଶ୍ୟକ I ପ୍ରେମ ସଚେତନତାର ଏକ ଅତି ଉଚ୍ଚ ସ୍ଥିତି, ଯାହା ଶାରିରୀକ ସ୍ଥିତିଠାରୁ ବହୁତ ଉର୍ଦ୍ଧ୍ୱରେ I
➡️ନିଜ ଚତୁଃପାର୍ଶ୍ୱର ଜଡ, ଚେତନ, ପ୍ରକୃତି, ପରମାତ୍ମା ତଥା ସମଗ୍ର ସୃଷ୍ଟି ପ୍ରତି ସମ୍ବେଦନଶୀଳ ରହିବାହିଁ ନିଃସ୍ୱାର୍ଥ ପ୍ରେମ I
🌹ଶୁଭ ସକାଳ🌹
🌹☘️🌸🙏ଜୟ ଶ୍ରୀକ୍ରିଷ୍ଣା🙏🌸☘️🌹