🌸☘️🙏ଭାଗବତ ବାଣୀ🙏☘️🌸ଦେବର୍ଷି ନାରଦ କହୁଛନ୍ତି…

Narada-Muni
Reading Time: < 1 minute

ଦେବର୍ଷି ନାରଦ କହୁଛନ୍ତି —

ଭାଗବତଧର୍ମ ହେଉଛି ଏପରି ଏକ ବସ୍ତୁ ଯେ,ତାହା କର୍ଣ୍ଣରେ ଶ୍ରବଣ କରିବାମାତ୍ରେ,ମୁଖରେ ଉଚ୍ଚାରଣ କରିବାମାତ୍ରେ,ଚିତ୍ତରେ ସ୍ମରଣ କରିବାମାତ୍ରେ,ତାହାକୁ ହୃଦୟରେ ଆଦର ଓ ଅନୁମୋଦନ କରିବାମାତ୍ରେ ହିଁ ମନୁଷ୍ୟ ପବିତ୍ର ହୋଇଯାଏ । ଭାଗବତଧର୍ମର ଏପରି ପ୍ରଭାବ ଯେ,ତାହା ଅବଲମ୍ବନ କଲେ ଜୀବ ଯେତେ ଦୁଷ୍ଟ ହୋଇଥିଲେ ବି,ତତକ୍ଷଣାତ୍ ପବିତ୍ର ହୋଇଯାଏ । ଭଗବାନ ହେଉଛନ୍ତି ପରମକଲ୍ୟାଣସ୍ବରୂପ । ତାଙ୍କର ନାମ ଶ୍ରବଣ ଓ କୀର୍ତ୍ତନ ବହୁ ପୁଣ୍ୟ ପ୍ରଦାନ କରେ ।

।। ୧୧/୨/୧୨-୧୩।।

🕉️🙏 ଭଗବଦ୍ ଗୀତା ଜ୍ଞାନ 🙏🕉️

ଜ୍ୟାୟସୀ ଚେତ୍ କର୍ମଣସ୍ତେ
ମତା ବୁଦ୍ଧି ଜନାର୍ଦ୍ଦନ ,
ତତ୍ କି° କର୍ମଣି ଘୋରେ
ମା° ନିୟୋଜୟସି କେଶବ ।

ଅର୍ଥ: –

ଏଠାରେ ଅର୍ଜୁନ କହୁଛନ୍ତି –

“ହେ ଜନାର୍ଦ୍ଦନ ! ହେ କେଶବ ! ଆପଣ ଯଦି ଭାବୁଛନ୍ତି ଯେ କର୍ମ ଅପେକ୍ଷା ବୁଦ୍ଧି ହେଉଛି ଶ୍ରେଷ୍ଠ , ତେବେ ମୋତେ କାହିଁକି ଏ ଭୟଙ୍କର ଯୁଦ୍ଧ କରିଵା।ପାଇଁ କହୁଛନ୍ତି ? ”

ବ୍ୟାଖ୍ୟା : –

ଶ୍ରୀକୃଷ୍ଣଙ୍କ ବିଚାରରେ କର୍ମ ଓ ବୁଦ୍ଧିର ଅର୍ଥ ଯାହା ତାହା ଅର୍ଜୁନଙ୍କ ବିଚାରକୁ ଠିକ୍ ଭାବରେ ଆସି ପାରୁ ନାହିଁ । ଯୁଦ୍ଧ କରିବାକୁ ହେଲେ କର୍ମର ଆବଶ୍ୟକତା ଯେତିକି ଅଛି ବୁଦ୍ଧିର ଆବଶ୍ୟକତା ତା’ ଠାରୁ ବେଶି ଅଛି ।

ବୁଦ୍ଧି ନ ଥିବା ଲୋକ କର୍ମ କଲେ କର୍ମ ଯେପରି ଭୁଲ୍ ହୋଇଯାଏ ସେହିପରି ବୁଦ୍ଧି ନ ଥିବା ଲୋକ ଯୁଦ୍ଧ କଲେ ଯୁଦ୍ଧରେ ଜିତିବା ଅସମ୍ଭବ ହୋଇ ପଡେ । ତେଣୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି – ” ହେ ଅର୍ଜୁନ ! ତୁମ୍ଭେ ଯାହା କରନା କାହିଁକି ସବୁଥିରେ ବୁଦ୍ଧି ଦରକାର ।” କିନ୍ତୁ ଦ୍ବିତୀୟ ଅଧ୍ଯାୟର ୪୯ ଶ୍ଳୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଯାହା ବୁଝାଇଲେ ଓ ଆଗରୁ ଦ୍ବିତୀୟ ଅଧ୍ୟାୟରେ ୩୯ ଶ୍ଳୋକରେ ଯାହା ବୁଝାଇଥିଲେ ସେଥିରେ ଅର୍ଜୁନ ଦ୍ବନ୍ଦ୍ବରେ ପଡ଼ିଗଲେ । ତେଣୁ ଅର୍ଜୁନ ଭଗବାନଙ୍କୁ କହୁଛନ୍ତି – ” ହେ କେଶବ! ତୁମ୍ଭେ ମତେ ଦ୍ବନ୍ଦ୍ବ ଭିତରକୁ ନ ନେଇ ଗୋଟିଏ ନିର୍ଦ୍ଦିଷ୍ଟ କଥା କୁହ ଯାହାକଲେ ମୋର ମଙ୍ଗଳ ହେବ ।

ll ତୃତୀୟ ଅଧ୍ୟାୟ , କର୍ମ ଯୋଗଃ “ଅର୍ଜୁନ ଉବାଚ” ଶ୍ଳୋକ – ୧ ll

🌸☘️🙏ଶ୍ରୀ ଜଗନ୍ନାଥ ଶରଣଂ🙏☘️🌸

 

 

🌹☘️🙏🏻” ଗୀତା ଉପଦେଶ “🙏🏻☘️🌹ରାଜସ୍!

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.