
ଏରୁଣ୍ଡିବନ୍ଧରୁ ମୋ ସ୍ୱପ୍ନ
ଲମ୍ବା ରାସ୍ତା
ଅନେକ ପ୍ରଶ୍ନ ର ସମାହାର
ମନେ ହୁଏ ସବୁକିଛି ଅମୀମାଂସିତ
ହୁଏ ନାହିଁ ସମାଧାନ ॥
ଲୁହ ବତୁରା କଲିଜା ଥରା
ମିଠା ମିଠା କଥା କହୁଥିବା ଶତୃ
ଆଜି କରୋନା କବଳରେ
ସୁନା ଫୁଲ ରୂପା ମାଛ
ପିଲାଦିନ ପାଦ ଚିହ୍ନ
ଗଳ୍ପ ସବୁ ଛଳ ଛଳ
ଜୀବନ ର ପୁଣ୍ୟ ଧାରେ ॥
ଏରୁଣ୍ଡିବନ୍ଧ ଯେମିତି ଥିଲା ଠିକ ସେମିତି ଅଛି
କିନ୍ତୁ ମିଳେନା କିଛି ଉତ୍ତର
ନିସର୍ତ୍ତ ସମର୍ପଣ
ସମ୍ପର୍କ ର ସୂତ୍ରଧର
ବେହାଲ ଆଜି ନ ପାଇ ଯଥା ଯଥ ମୂଲ୍ୟ ॥
ଆଖି ବି ଅନ୍ୟ ମନସ୍କ
କାନ ମୂଳେ ଗୁଣୁ ଗୁଣୁ ଶବ୍ଦ
ନାକ ପାଖେ ନାଁ ଅଛି ଗନ୍ଧ ନାଁ ବାସନା
ଚାରିପଟେ ଅନାବନା ଶବ୍ଦ
ଆଖି ଖୋଲିଲେ ଆଖି ପତା ଓଦା ଓଦା
ଭାଙ୍ଗି ଯାଏ ଭ୍ରଷ୍ଟ ଅହଂକାର
ଡେରା ପଡିଛି ଭୟଙ୍କର ଅଭିଶାପ ମାନଙ୍କର ॥
ପିଠି ରେ ଛୁରୀ
ଆଖି ରେ ରକ୍ତ
ମନ ରେ କ୍ଲାନ୍ତ ପକ୍ଷୀ
ଭାଙ୍ଗି ଦେଉଛି ଏରୁଣ୍ଡିବନ୍ଧ
ତୋତେ ମୋ ଏରୁଣ୍ଡିବନ୍ଧ ମନା
ତୁ ଚାଲି ଯା ତେର ନଈ ସେପାରି କୁ
ଉପୁଡି ଯାଉ ଯାମଳାର୍ଜୁନ ॥
ଯାହାସବୁ ଦୃଶ୍ୟମାନ
ତାହା ହେଵ ଅବଶୋଷ
ସତ ସବୁ ସ୍ୱପ୍ନ ହେଵ
ମନରେ ନାଚିବ ଅନେକ ସୀତ୍କlର
ନିଜ କୁ ନିଜେ ବି କରି ପାରିବନି ଘୃଣା
ଏ ଏରୁଣ୍ଡିବନ୍ଧ ବି ତୁମକୁ କରିଦେବ ପର
ଫେରିବାକୁ ହେଵ ତୁମକୁ ଛାଡି ମୋହ ମାୟାର ସଂସାର
ଏ ଘର ଏ ଅଗଣା ଏ ଏରୁଣ୍ଡିବନ୍ଧ
କେହି ନୁହେଁ କାହାର ॥
🙏 🙏