ନଗ୍ନ ଦେହର ବେଉସା, ସେ ବେଶ୍ୟା ନୁହଁନ୍ତି

Reading Time: 2 minutes

ଅଫିସ୍‌ ହେଉ ବା ହୋଟେଲର ଅଭ୍ୟର୍ଥନା କକ୍ଷ ହେଉ କେବେ କେଉଁଠି ନଗ୍ନ ଚିତ୍ରକଳାର ଫଟୋଫ୍ରେମ୍ କିମ୍ବା ଡ୍ରଇଂ ଆମ ଆଖିରେ ବେଳେ ବେଳେ ପଡ଼ିଥାଏ l ଆପଣ କେବେ ଭାବିଛନ୍ତି କେମିତି ନିଖୁଣ ଆଉ ସଜୀବ ଲାଗୁଥିବା ଚିତ୍ରଟି କେମିତି ଅଙ୍କନ କରାଯାଇଛି ବୋଲି ! ତେବେ ସେ ବିଷୟରେ ଆଜି ଅଳ୍ପ କିଛି…

କେବଳ ଆଜି ନୁହେଁ କାହିଁ କେଉଁ ଅନାଦି କାଳରୁ ସମାଜରେ ନଗ୍ନତାକୁ ନେଇ ତୁମ୍ଭି ତୋଫାନ ଆଉ ସମାଲୋଚନାର ଅନ୍ତ ନାହିଁ l ଆପଣ ଜାଣିଲେ ବି ଆଶ୍ଚର୍ଯ୍ୟ ହେବେ ଯେ ସମାଜରେ ଏମିତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯାହାଙ୍କ ନିମନ୍ତେ ନଗ୍ନତା ଆଜି ପେଟ ପୋଷିବାର ମାଧ୍ୟମ ହୋଇଯାଇଛି l ସେମାନେ ଦେହଜୀବୀ ନୁହଁନ୍ତି l ସେମାନଙ୍କ ଦେହର ସୌନ୍ଦର୍ଯ୍ୟ ହିଁ ସେମାନଙ୍କୁ ରୋଜଗାର ଦିଏ l

ଏମିତି ଜଣେ ମଣିଷ ହେଉଛନ୍ତି ଶ୍ରୀମତୀ ଲକ୍ଷ୍ମୀ, ସେ ପ୍ରାୟ ୩୦ ବର୍ଷ ଧରି ଏହି ପେସାରେ ନିୟୋଜିତ l ମୁମ୍ବାଇର ସାର୍‌ ଜେ.ଜେ. ସ୍କୁଲ ଅଫ୍ ଆର୍ଟସ ସହିତ କାର୍ଯ୍ୟ କରି ଆସୁଛନ୍ତି l ତାଙ୍କର ପେସା ବିଷୟରେ କିଛି କହିବାକୁ ଯାଇ ସେ କୁହନ୍ତି, ତାଙ୍କୁ ପ୍ରତିଦିନ ସକାଳ ୧୦ଟା ସମୟରେ ଆର୍ଟସ କଲେଜରେ ପହଞ୍ଚିବାକୁ ହୁଏ l ତା ପରେ ଶ୍ରେଣୀରେ ପ୍ରବେଶ କରି ନିଜର ଶରୀରରୁ ପିନ୍ଧିଥିବା ବସ୍ତ୍ର ଖୋଲିଦିଅନ୍ତି l ଆର୍ଟସ କଲେଜର ପ୍ରଫେସର ଏବଂ ଚିତ୍ରକଳାର ଛାତ୍ରଛାତ୍ରୀ ମାନେ ତାଙ୍କୁ ଜୀବନ୍ତ ମଡେଲ ଭାବରେ ଗ୍ରହଣ କରି ନଗ୍ନ ଚିତ୍ର ଅଙ୍କନ କରିଥାନ୍ତି l ତାଙ୍କୁ ଦୀର୍ଘ ସମୟ ଧରି ନଗ୍ନ ଆଉ ନିଶ୍ଚଳ ଭାବରେ ଗୋଟିଏ ଭଙ୍ଗୀରେ ସମସ୍ତଙ୍କ ସାମ୍ନାରେ ବସିରହିବାକୁ ହୁଏ l ବେଳେ ବେଳେ ନିର୍ଦ୍ଦେଶ କ୍ରମେ ତାଙ୍କୁ କିଛି ଭଙ୍ଗୀରେ କିଛି ପରିବର୍ତନ କରିବାକୁ ପଡ଼େ l ଲକ୍ଷ୍ମୀ କହିଲେ ଯେ, ପ୍ରଥମେ ପ୍ରଥମେ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଦେହରୁ ଲୁଗା କାଢ଼ିବା ପାଇଁ ବହୁତ ଅସହଜ ଲାଗୁଥିଲା, ମନରେ ବହୁତ ସଙ୍କୋଚର ଭାବନା ଆସୁଥିଲା l କିନ୍ତୁ ପରେ ସମୟକ୍ରମେ ଆଜି ଏହା ଜୀବିକାର ଏକ ଅଂଶ ହୋଇଯାଇଛି, ସବୁ ଦେହସୁହା ହୋଇଯାଇଛି l ଆଜି ସେଥିପାଇଁ ସେ ପାରିଶ୍ରମିକ ପାଉଛନ୍ତି ଏବଂ ପ୍ରଶଂସା ବି ପାଉଛନ୍ତି l ମହାବିଦ୍ୟାଳରେ ବହୁତ ବର୍ଷ କାର୍ଯ୍ୟ କରି ସେ ମଧ୍ୟ ମହାବିଦ୍ୟଳର ଉତ୍ସବରେ ସମ୍ମାନିତା ହୋଇଛନ୍ତି l

Image result for laxmi from jj arts mumbai

ଲକ୍ଷ୍ମୀ ଖୁବ କମ ବୟସରୁ ନିଜର ସ୍ୱାମୀଙ୍କୁ ହରାଇଛନ୍ତି l ଜୀବନ ଆଉ ଜୀବିକାର ଦୋଛକିରେ ସନ୍ଦିହାନ ହୋଇ ସେ ଏହି ପେଶାକୁ ଆପଣାଇଛନ୍ତି l ଆଜି ତାଙ୍କର ପରିଚୟ ହେଉଛି, ସେ ଜଣେ ‘ନ୍ୟୁଡ଼୍‌ ଆର୍ଟିଷ୍ଟ’ ବା ‘ନଗ୍ନ କଳାକାର’ l ଲକ୍ଷ୍ମୀଙ୍କ ଜୀବନକୁ ନେଇ ୨୦୧୮ ମସିହାରେ ଚଳଚ୍ଚିତ୍ର ‘ନ୍ୟୁଡ଼୍‌’ ମଧ୍ୟ ତିଆରି ହୋଇଛି l ପୁରୁଣା ଦିନର କଥାକୁ ମନେ ପକାଇ ଲକ୍ଷ୍ମୀ କୁହନ୍ତି, ସ୍ୱାମୀଙ୍କ ମୃତ୍ୟୁ ପରେ ସେ ତାଙ୍କର ଛୋଟ ଛୁଆ ଦୁଇଟିକୁ ପୋଷିବା ପାଇଁ କେଉଁଠି କିଛି କାମ କରିବା ପାଇଁ ବହୁତ ଚେଷ୍ଟା କଲେ l ତାଙ୍କର ମାଉସୀ ରାଜମ୍ମାଙ୍କୁ ବହୁତ କହିଲେ l ଦିନେ ତାଙ୍କ ସାଥିରେ ସେ ସାର୍‌ ଜେ.ଜେ. ଆର୍ଟସ ସ୍କୁଲକୁ ଗଲେ ଏବଂ ଦେଖିଲେ ଯେ ତାଙ୍କର ମାଉସୀ ସେଠାରେ ଏହି ନଗ୍ନ ପେସାରେ ନିୟୋଜିତ l ସେ ସମୟରେ ତାଙ୍କ ପାଖରେ ଆଉ କିଛି ବିକଳ୍ପ ନଥିଲା l ପ୍ରଥମେ ପ୍ରଥମେ ସମସ୍ତ ଚିତ୍ରକର ଛାତ୍ର ମାନଙ୍କ ସାମ୍ନାରେ ଲଙ୍ଗଳା ହୋଇ ବିଭିନ୍ନ ଭଙ୍ଗୀରେ ବସିବାକୁ ସେ ବହୁତ ସଂକୋଚବୋଧ କରୁଥିଲେ ଏବଂ ଦୁଃଖରେ ତାଙ୍କ ଆଖିରୁ ଲୁହ ଝରୁଥିଲା l କିନ୍ତୁ ସମସ୍ତଙ୍କର ପୂର୍ଣ୍ଣ ସମର୍ଥନ ଏବଂ ଆଶ୍ୱସନାରେ ସେ ସହଜ ଅନୁଭବ କରିଲେ l ଦୈନିକ ୫୦ ଟଙ୍କା ପାରିଶ୍ରମିକରେ ସେ କାର୍ଯ୍ୟ କରୁଥିଲେ, ବର୍ତ୍ତମାନ ସେ ଦିନକୁ ୫୦୦ ଟଙ୍କାରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି l

ଏ ସମ୍ପର୍କରେ ସାର୍‌ ଜେ.ଜେ.ଆର୍ଟସ ସ୍କୁଲର ଡିନ କୁହନ୍ତି ଯେ, “ଚିତ୍ରକର ଛାତ୍ରଙ୍କ ଛଡ଼ା ଭିତରକୁ ଆଉ କୌଣସି ବାହାର ବ୍ୟକ୍ତିଙ୍କୁ ଛଡ଼ା ଯାଏ ନାହିଁ l ନଗ୍ନ ଚିତ୍ର ଅଙ୍କନ ସମୟରେ ମଡେଲଙ୍କୁ ଉପଯୁକ୍ତ ସମ୍ମାନ ଦେବା ଏବଂ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ନିମନ୍ତେ ଆମେ ସବୁବେଳେ ଛାତ୍ରମାନଙ୍କୁ ତାଲିମ ଦେଉଛୁ l”

Recommended For You

About the Author: Sugyan Nayak

He is a voracious reader and gives great importance to these three words in his life. Live, Love, Laugh. He has a knack for staying ahead of the social media curve. He follows interesting content and reviews viral and trending topics, and repackages them in a much smarter and shareable way.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.