ମହଙ୍ଗା ପଡ଼ିଲା ଅଦାଲତଙ୍କ ସମୟ ନଷ୍ଟ, ତଣ୍ଡ ଗଣିବେ ୨ ଆବେଦନକାରୀ

Cuttack High Court
Reading Time: < 1 minute

କଟକ: ଜନସ୍ବାର୍ଥ ମାମଲା ବ୍ୟକ୍ତିଗତ ସ୍ବାର୍ଥ ମାମଲା ନୁହେଁ। ଜନସ୍ବାର୍ଥ ମାମଲାରେ ନିଜ ବ୍ୟକ୍ତିଗତ ସ୍ବାର୍ଥ ଥିବା ମାମଲା ଆବେଦନକାରୀ ଦାୟର କରି ଅଦାଲତଙ୍କ ମୂଲ୍ୟବାନ ସମୟ ନଷ୍ଟ କରିବା ସହିତ ନ୍ୟାୟିକ ପ୍ରକ୍ରିୟାର ଅପବ୍ୟବହାର କରୁଛନ୍ତି। ଏପରି ଦୁଇଟି ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରିବା ସହିତ ଦୁଇ ଆବେଦନକାରୀଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ନଷ୍ଟ ବାବଦରେ ଜମା କରିବାକୁ ନିର୍ଦେଶ ଦେଇଛନ୍ତି।

କୋଭିଡ-୧୯ ଯୋଗୁଁ ସୃଷ୍ଟି ହୋଇଥିିବା ଅସାଧାରଣ ପରିସ୍ଥିତିରେ ଅଦାଲତଙ୍କ ମୂଲ୍ୟବାନ ନ୍ୟାୟିକ ସମୟ ନଷ୍ଟ କରିଥିବାରୁ ଆବେଦନ ଖାରଜ କରାଯିବା ସହିତ ଆବେଦନକାରୀଙ୍କ ଉପରେ ଉଦାହରଣୀୟ ଭାବେ ଏପରି କଷ୍ଟ କରାଯାଇଛି ବୋଲି ମୁଖ୍ୟ ବିିଚାରପତି ଜଷ୍ଟିିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି।

ଏହି ୫୦ ହଜାର ଟଙ୍କା ଉଭୟ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟ ବାର୍ ଆସୋସିଏସନ୍ ୱେଲଫେୟାର ଫଣ୍ଡରେ ଜମା କରି ଏ ସଂପର୍କି ରସିଦ ହାଇକୋର୍ଟରେ ତିନି ମାସ ଭିତରେ ଦାଖଲ କରାଯିବ। ଏଥିରେ ଯଦି ଅବହେଳା କରାଯାଏ ତେବେ ଆଇନ ଅନୁସାରେ ଏହି ଅର୍ଥ ଆଦାୟ ପାଇଁ ଆବେଦନକାରୀଙ୍କ ବିରୋଧରେ ପ୍ରକ୍ରିୟା ଅନୁସରଣ କରାଯିବ ବୋଲି ରାୟରେ ସ୍ପଷ୍ଟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଜଗତସିଂହପୁର ବାଲିକୁଦା ତହସିଲ ଅନ୍ତର୍ଗତ ଈଶ୍ବରପୁର ମୌଜାରେ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲମିଟେଡର ଏକ ରିଟେଲ ଆଉଟଲେଟ୍ ଖୋଲିବା ପ୍ରସଂଗରେ ଜିଲାପାଳ ‘ନୋ ଅବଜେକ୍ସନ୍ ସାର୍ଟିଫିକେଟ’ ପ୍ରଦାନ କରିଥିଲେ। ୨୦୨୦, ମାର୍ଚ୍ଚ ୧୯ର ଜିଲାପାଳଙ୍କ ଏହି ନିର୍ଦେଶ କେନ୍ଦ୍ର ସରକାର ଜାରି କରିଥିବା ନିୟମାବଳୀ ଉଲ୍ଲଙ୍ଘନ କରୁଛି ଦର୍ଶାଇ ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା।

 

#ଗ୍ରାହକଙ୍କଠିକଣାନରଖିଲେ_ହଜାରେ ଟଙ୍କା ତଣ୍ଡ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.