An unthinkable incident in MKCG hospital Berhampur Ganjam district

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଏକ ଅଭାବନୀୟ ଘଟଣା ଘଟିଛି

UO 1
Reading Time: < 1 minute

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ପ୍ରସୂତୀଙ୍କ ସ୍ୱାମୀ ଡାକ୍ତରଙ୍କ କାନ କାମୁଡ଼ି ଛିଣ୍ଡାଇ ଦେବାର ଖବର ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଆଜି ଗଞ୍ଜାମ ଜିଲ୍ଲା ତାରାତାରିଣୀ ଅଞ୍ଚଳରୁ ଜଣେ ପ୍ରସୂତୀଙ୍କୁ ଧରି  ୫ଜଣ ସମ୍ପର୍କୀୟଙ୍କ ସହିତ ତାଙ୍କ ସ୍ୱାମୀ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ଆସିଥିଲେ। ଏଠାରେ ଉକ୍ତ ପ୍ରସୂତୀଙ୍କୁ ପ୍ରସବ ପାଇଁ ଲେବର ରୁମ୍‌ରେ ରଖା ଯାଇଥିଲା। ତେବେ ଲେବର ରୁମ୍‌କୁ ତାଙ୍କ ସ୍ତ୍ରୀ ସହିତ ସ୍ୱାମୀ ତାରିଣୀ ପ୍ରସାଦ ଯିବାକୁ କହିଥିଲେ। କିନ୍ତୁ ଡାକ୍ତର ଓ ନର୍ସ ତାରିଣୀ ପ୍ରସାଦଙ୍କୁ ବୁଝାଇଥିଲେ। ଲେବର ରୁମ୍‌ରେ ସମସ୍ତେ ମହିଳା ଅଛନ୍ତି, ଏଭଳି ସ୍ଥାନକୁ କୌଣସି ପୁରୁଷଙ୍କୁ ଯିବାକୁ ଅନୁମତି ନାହିଁ ବୋଲି ସେମାନେ କହିଥିଲେ।

ଏହା ସତ୍ତ୍ୱେ ବି ପ୍ରସୂତୀଙ୍କ ସ୍ୱାମୀ ତାରିଣୀ ପ୍ରସାଦ ଲେବର ରୁମ୍‌ ଭିତରକୁ ଯିବାକୁ ଜିଦ୍ ଧରି ବସିଥିଲେ। ଏହାକୁ ନେଇ ଡାକ୍ତର ସକିଲ୍‌ ଖାନ୍‌ ଓ ତାରିଣୀ ପ୍ରସାଦଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇ ଯାଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପ୍ରସୂତୀଙ୍କ ସ୍ୱାମୀ ତାରିଣୀ ପ୍ରସାଦ ଡାକ୍ତରଙ୍କ କାନକୁ କାମୁଡ଼ି ପକାଇ ଥିଲେ। ଫଳରେ ଡାକ୍ତରଙ୍କ କାନ ଛିଣ୍ଡିଯିବା ସହିତ ରକ୍ତସ୍ରାବ ବି ହୋଇଥିଲା। ଏହି ଘଟଣାକୁ ନେଇ ଡାକ୍ତର ସକିଲ୍‌ ଖାନ୍‌ ଥାନାରେ ଏକ ଲିଖିତ ଅଭିଯୋଗ ବି କରିଛନ୍ତି।

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x