Odisha News: Mobile Snatching in Capital

ଝାମ୍ପିନେଲେ ମୋବାଇଲ, ସ୍କୁଟିରୁ ପଡ଼ି ଯୁବତୀ ଗୁରୁତର…

Mobile Snatching in Capital (1)
Reading Time: < 1 minute

କାନ ରେ ମୋବାଇଲ ଦେଇ ଗପି ଗପି ଯାଉ ଥିଲା ବେଳେ ଝାମ୍ପିନେଲେ ମୋବାଇଲ, ସ୍କୁଟିରୁ ପଡ଼ି ଯୁବତୀ ଗୁରୁତର

ଭୁବନେଶ୍ୱର : ଭୁବନେଶ୍ୱରରେ ଲୁଟେରାଙ୍କ ଉତ୍ପାତ ବଢ଼ିଲାଣି।

ଆଜି ଜନଗହଳିପୁର୍ଣ୍ଣ ପଳାସୁଣି କେନାଲ ରୋଡ୍‌ରେ ଜଣେ ଯୁବତୀ ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ମୋବାଇଲ୍‌ ଛିନତାଇ କରିଛନ୍ତି। ସୂଚନାନୁଯାୟୀ, ଯୁବତୀଜଣଙ୍କ ତାଙ୍କ ଆକ୍ଟିଭା ସ୍କୁଟର(ଓଡି ୦୨ ଏସ୍‌ ୩୦୦୬)ରେ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ପଛ ପଟୁ ଆସି ତାଙ୍କ କାନ ରୁ ମୋବାଇଲ ଝାମ୍ପି ନେଇଥି‌ଲେ।

ଏଥିରେ ଭାରସାମ୍ୟ ହରାଇ ଯୁବତୀଜଣକ ତଳେ ପଡ଼ି ଯିବାରୁ ଗୁରୁତର ଆହତ ହୋଇଥିଲେ। ତାଙ୍କ ଗୋଡ଼, ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ଯୁବତୀ ଜଣକ ହେଉଛନ୍ତି, ବାଲିଅନ୍ତା ସୋମବିହାର ଅଞ୍ଚଳର ସୌଜନ୍ୟା ସାହୁ। ବାପା କମଳକାନ୍ତଙ୍କ ଅଭିଯୋଗ ଅନୁଯାୟୀ, ମଞ୍ଚେଶ୍ବର ଥାନା ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ କରିବା ସହ ଗାଡ଼ି ନମ୍ବରରୁ ଲୁଟେରାକୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

 

ଆର୍ଥିକ ପ୍ୟାକେଜ ନେଇ ସୂଚନା ଦେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x