୨୨ରୁ ୨୯ ଲକ୍‌ ଡାଉନ୍‌: ଜାଣନ୍ତୁ କ’ଣ ଖୋଲା, କ’ଣ ବନ୍ଦ? - Utkal Odisha

୨୨ରୁ ୨୯ ଲକ୍‌ ଡାଉନ୍‌: ଜାଣନ୍ତୁ କ’ଣ ଖୋଲା, କ’ଣ ବନ୍ଦ?

Odishalockdown
Reading Time: < 1 minute

କରୋନା ଭାଇରସର ସଂକ୍ରମଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ଅଧିକାଂଶ ଜିଲ୍ଲାକୁ ମାର୍ଚ୍ଚ ୨୨ରୁ ୨୯ ଯାଏଁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ଵର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନରେ ପ୍ରାୟ ସମ୍ପୂର୍ଣ୍ଣ ସ୍ଥାନକୁ ଲକ୍ ଡାଉନ୍ କରାଯିବ। ଏହି ଲକ୍‌ ଡାଉନ୍‌ ସନ୍ଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ଲକ୍‌ ଡାଉନ୍‌ ରହିବ।

ତେବେ ଅତ୍ୟାବଶ୍ୟକୀୟ ଦୋକାନ ଓ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ବ୍ୟତୀତ ବାକି ସମସ୍ତ କାର୍ଯ୍ୟ ଓ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ।

କ’ଣ ରହିବ ବନ୍ଦ?

ଜୁଏଲାରି, ସପିଂ ମଲ୍‌, ଇଲେକ୍ଟ୍ରୋନିକ୍ସ, ଫର୍ଣ୍ଣିଚର ଓ ରଙ୍ଗ ଦୋକାନ, ମାର୍ବଲ, ଟାଇମ୍‌ ଦୋକାନ, ଗାଡ଼ି, ସାଇକେଲ ସୋ’ରୁମ୍‌, ଜୋତା, ବ୍ୟାଗ୍‌ ସୋ’ରୁମ୍‌, ବହି ଦୋକାନ।

ସାମାଜିକ ସୁରକ୍ଷା ପେନ୍‌ସନ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ସାମଗ୍ରୀର ବିତରଣ କାର୍ଯ୍ୟ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।

କ’ଣ ରହିବ ଖୋଲା?

ବସ୍‌ ଚଳାଚଳ ହେବ, ଟ୍ରେନ୍‌ ଓ ବିମାନ ସେବା ଚଳାଚଳ ହେବ।

ଗ୍ରୋସରି, ପରିବା ଦୋକାନ, ମାଛ, ମାଂସ, ଅଣ୍ଡା, ଚିକେନ, ପେଟ୍ରୋଲ ପମ୍ପ ଏବଂ ମେଡିସିନ୍‌ ଦୋକାନ ଆଦି ଖୋଲା ରହିବ।

ଡାକ୍ତରଖାନା, ଏଟିଏମ୍‌, ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ବର, ରାଉରକେଲା, ଭଦ୍ରକ, ପୁରୀ ଏବଂ ଯାଜପୁର ଟାଉନରେ ପ୍ରାୟ ସମ୍ପୂର୍ଣ୍ଣ (Total) Lock Down କରାଯିବ।

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x