ଓଡ଼ିଶାର ଯୁଦ୍ଧ CORONA ବିରୁଦ୍ଧରେ - Utkal Odisha

ଓଡ଼ିଶାର ଯୁଦ୍ଧ CORONA ବିରୁଦ୍ଧରେ

odishafights
Reading Time: < 1 minute

୧-ଓଡ଼ିଶାରେ ଦେଶର ଦୁଇଟି ବୃହତ୍ ‘କୋଭିଡ ଡାକ୍ତରଖାନା’: ୧୦୦୦ ଶଯ୍ୟା, ସମ୍ ଏବଂ କିମ୍ସ ସହ ରାଜ୍ୟ ସରକାରଙ୍କ ତ୍ରୀପାକ୍ଷିକ ଚୁକ୍ତି ଓ ରାଜ୍ୟ ସରକାରଙ୍କ ସହ ସ୍ବାକ୍ଷର ହେଲା ଏମ୍‌ଓୟୁ।

୨-ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କ ସହାୟତା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି।ଓଡ଼ିଆଙ୍କ ସୁରକ୍ଷା ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

୩-ଓଡ଼ିଶାରେ ତୃତୀୟ କରୋନା ରୋଗୀ ଚିହ୍ନଟ : କର କ୍ଲିନିକ୍‌କୁ ନ ଯିବା ପାଇଁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ।

୪-ଅତ୍ୟାବଶ୍ୟକ ବଜାର ସଉଦା ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ । ଲକଡାଉନ ସମୟରେ ରାତିରେ ବି ଖୋଲିପାରିବେ ଦୋକାନ !!

୫-ଲକ୍‌ ଡାଉନ୍‌ ବେଳେ ରାଜପଥର ପ୍ରତି ୨୦ କିଲୋମିଟରରେ ଖୋଲିବ ଢାବା ଓ ଗ୍ୟାରେଜ୍‌।

୬-ଅତ୍ୟାବଶ୍ୟକ ସେବାରେ ସାମିଲ ହେଲା ଖବରକାଗଜ ବିତରଣ।

୭-୩୦ରେ ବସିବ ବିଧାନସଭା ଅଧିବେଶନ: ମାତ୍ର ଗୋଟେ ଦିନ ଚାଲିବ ଗୃହ।

୮-ବଦଳିବ ଶିକ୍ଷାବର୍ଷ କ୍ୟାଲେଣ୍ଡର।କେନ୍ଦ୍ରିୟ ବୋର୍ଡ ଗୁଡ଼ିକୁ MHRDର ନିର୍ଦ୍ଦେଶ।

୯-ବ୍ୟାଙ୍କ ଅଫ ଇଣ୍ଡିଆ ଓ ବ୍ୟାଙ୍କ ଅଫ ବରୋଦା ୨ଟି ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ଟଙ୍କା । ୬ ଦଶମିକ ୨୬ ପ୍ରତିଶତ ସୁଧହାରରେ ଟଙ୍କା ଜମା ହେବ।

୧୦-ଜୁନ ମାସ ଯାଏଁ ସ୍କୁଲ ଛୁଟି ସମ୍ଭାବନା। ପ୍ରଥମରୁ ୯ମ ଯାଏଁ ସବୁ ପାସ୍ କରିବେ।

୧୧-୧୦୦ ବିଶୋଧନାଗାର ଓ ୫୦୦ରୁ ଅଧିକ କମ୍ପାନୀଙ୍କୁ ହାତଧୂଆ ବିଶୋଧକ ପ୍ରସ୍ତୁତି ପାଇଁ ଅନୁମତି।

୧୨-ବିଏମସିକୁ କରୋନା ଚିନ୍ତା । ସୋସିଆଲ ଡିଷ୍ଟାନ୍ସ ବା ସାମାଜିକ ଦୂରତା ବଜାୟ ରଖିବା ପାଇଁ ବିଏମସି ଦୋକାନ ଗୁଡିକୁ ସ୍ଥାନାନ୍ତର କରିବା ପାଇଁ ନେଇଛି ନିଷ୍ପତି।

୧୩- ଅନ୍ୟ ରାଜ୍ୟରୁ ଫେରନ୍ତାଙ୍କ ସଂଖ୍ୟା ୮୪ ହଜାର ଛୁଇଁଲା।

୧୪-୩ମାସ ଯାଏଁ ମାଗଣା ରନ୍ଧନ ଗ୍ୟାସ୍ ବଂଟନ ପାଇଁ ନିଷ୍ପତି ନେଲେ କେନ୍ଦ୍ର ସରକାର । ୮ କୋଟି ୩୦ ଲକ୍ଷ ବିପିଏଲ ପରିବାରକୁ ମିଳିବ ମାଗଣାରେ ଏଲପିଜି ସିଲିଣ୍ଡର।

୧୫-କରୋନା ମୁକାବିଲା ନିମନ୍ତେ ହାତ ଖୋଲିଲେ କେନ୍ଦ୍ର ସରକାର, ବାଣ୍ଟିଲେ 1ଲକ୍ଷ 76 ହଜାର କୋଟି ଟଙ୍କାର ବିଭିନ୍ନ ଯୋଜନା।

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.


0 Comments
Inline Feedbacks
View all comments
0
Would love your thoughts, please comment.x
()
x