ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ…

Vigilance News From Odisha
Reading Time: < 1 minute

👇😲ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ, ଲେବର ଲାଇସେନ୍ସ ନବୀକରଣ କରାଇଦେବାକୁ ନେଉଥିଲେ ୯ହଜାର😲👇

👉ଭଦ୍ରକ ୧।୧୦: ଭିଜିଲାନ୍ସ ଜାଲରେ ଶ୍ରମ କାର୍ଯ୍ୟାଳୟର କନିଷ୍ଠ କିରାଣୀ । ଲେବର ଲାଇସେନ୍ସ ନବୀକରଣ ପାଇଁ ଲାଞ୍ଚ ନେବା ବେଳେ ଧରାପଡିଲେ ଭିଜିଲାନ୍ସ ହାତରେ । କନିଷ୍ଠ କିରାଣୀ ଜଣଙ୍କ ସୁଧାକର ବାରିକ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଲେବର ଲାଇସେନ୍ସ ନବୀକରଣ କରିବା ପାଇଁ ଭବାନୀ ସିକ୍ୟୁରିଟି ଏଜେନ୍ସୀଠାରୁ ୧୩ ହଜାର ଟଙ୍କା ନେବାପାଇଁ ସୁଧାକର ଦାବି କରିଥିଲେ । ପରେ ମୁଲଚାଲ ହୋଇ ୯ ହଜାର ଟଙ୍କାରେ କଥା ଛିଡିଥିଲା । ଏହାପରେ ଭବାନୀ ସିକ୍ୟୁରିଟି ଏଜେନ୍ସୀ ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲା । ପରେ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୁଧାକରଙ୍କୁ ଭଦ୍ରକ ଭିଜିଲାନ୍ସ ଟିମ୍ ଧରିଥିଲା ।

ଲେବର ଲାଇସେନ୍ସ ନବୀକରଣ କରାଇଦେବା ପାଇଁ ୧୩ ହଜାର ଟଙ୍କା ଦାବି କରିଥିବା ନେଇ ଭିଜିଲାନ୍ସକୁ ପ୍ରମାଣ ମଧ୍ୟ ଦେଇଥିଲେ ଅଭିଯୋଗକାରୀ । ତେବେ ସଂପୃକ୍ତ କନିଷ୍ଠ କିରାଣୀ ଜଣଙ୍କ ଭବାନୀ ସିକ୍ୟୁରିଟି ଏଜେନ୍ସୀର ମ୍ୟାନେଜିଂ ପାର୍ଟନର ଅକ୍ଷୟ ଦାସଙ୍କୁ ଏହି ଟଙ୍କା ମାଗିଥିବା ଜଣାପଡିଛି । ଫଳରେ ଅକ୍ଷୟ ଭିଜିଲାନ୍ସ ଟିମ୍‌ର ସହାୟତା ଲୋଡିଥିଲେ । ଯୋଜନା କରି ଭଦ୍ରକ ଭିଜିଲାନ୍ସ ଟିମ୍ ତାଙ୍କୁ ଗୁରୁବାର ଦିନ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ।

 

ଉଡିଗଲା ଶ୍ରୀମନ୍ଦିରର ପତିତପାବନ ବାନା !

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.