
ବର୍ତ୍ତମାନ କଟକ ତୁଳସୀପୁର ବିଜୁ ପଟନାୟକ ଛକ ନିକଟରେ ଥିବା ସନ ହସ୍ପିଟାଲ ରେ ନିଆଁ ଲାଗିଥିବାର ଖବର ଆସୁଛି। ହସ୍ପିଟାଲ ର ସର୍ବୋଚ୍ଚ ମହଲାରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳୁ ଦେଖା ଯାଇଛି।
ଖବର ପାଇ ତୁରନ୍ତ ୫/୬ଟି ଅଗ୍ନି ନିର୍ବପକ ଗାଡି ସହିତ ଅଗ୍ନିଶମ କର୍ମଚାରୀ ମାନେ ପହଂଚି ନିଅଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି।ଘଟଣା ସ୍ଥଳରେ ଜିଲ୍ଲାପାଳ,ସି ଏମ୍ ସି କମିଶନର, କଟକ ଡି ସି ପି, ରହି ଉଦ୍ଧାର କାର୍ଯ୍ୟ କୁ ପରିଚାଳନା କରୁଛନ୍ତି।ହସ୍ପିଟାଲ୍ ରେ ଥିବା ରୋଗୀ ମାନଙ୍କୁ ଅନ୍ୟ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଉଛି।ଅଗ୍ନିଶମ କର୍ମଚାରୀ ମାନେ ପୁରା ହସ୍ପିଟାଲ ର ଚାରିପଟୁ ଘେରି ନିଆଙ୍କୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।
୫ଟି ଆମ୍ବୁଲାନ୍ସ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।ରିପୋର୍ଟ ଲେଖା ହେଲା ବେଳକୁ କ୍ଷୟକ୍ଷତି ର କୌଣସି ଖବର ମିଳିନାହିଁ।