ଖବର ଆଜିର: ତାରିଖ ୧୩-୧୨-୨୦

Odia Khabar 13th Dec
Reading Time: < 1 minute

୧-ସରକାର ଅନୁମତି ଦେବା ପରେ ଆସନ୍ତା ୨୩ତାରିଖରୁ କୋଭିଡ୍‌ କଟକଣା ମଧ୍ୟରେ ଶ୍ରୀମନ୍ଦିର ଖୋଲାଯିବା ସହ ଦର୍ଶନ ସୁବିଧା ମିଳିବ। ପ୍ରଥମ ୭ଦିନ ପୁରୀବାସିନ୍ଦାଙ୍କୁ ଦର୍ଶନ ସୁଯୋଗ ଦିଆଯିବ। ପରେ ଜାନୁୟାରୀ ୩ତାରିଖରୁ ଜିଲା ବାହାର ଲୋକେ ଦର୍ଶନ କରିପାରିବେ।

୨-ବାଲେଶ୍ଵର ଜିଲ୍ଲା ନୀଳଗିରି -ମୋବାଇଲ ବେଟେରୀ ବିସ୍ଫୋରଣରେ ନାବାଳକ ଗୁରୁତର, ତିନି ଦିନ କଷ୍ଟରେ ଛଟପଟ ପରେ ଏସଡିଏମଓ କଲେ ଅପରେସନ ।

୩-ଚାଷୀ ଆନ୍ଦୋଳନକୁ କାଉଣ୍ଟର କରିବାକୁ ବିଜେପିର ଯୋଜନା । ୭ଶହରୁ ଅଧିକ ଜିଲ୍ଲାରେ ଜନସଭା କରିବ ଦଳ । ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ବୁଝାଇବାକୁ କରିବ ପ୍ରୟାସ ।

୪-ପରୀ ଓ ପିହୁ ପରେ ନୟାଗଡ଼ରୁ ନିଖୋଜ ହୋଇଗଲା ୩ ବର୍ଷର ସ୍ୱାତୀ । ଶିଶୁ ନିଖୋଜରେ ଦେଶରେ ତୃତୀୟ ସ୍ଥାନରେ ଓଡ଼ିଶା ।

୫–ରାଜ୍ୟରେ ଅପମିଶ୍ରିତ ଖାଦ୍ୟସାମଗ୍ରୀ ଉପରେ ନିୟନ୍ତ୍ରଣ ରଖିବା ଲାଗି ଖାଉଟି କଲ୍ୟାଣ ପୋର୍ଟାଲ ଖୋଲାଯିବ ।

୬-୧୭ଦିନରେ ଚାଷୀଙ୍କ ଆନ୍ଦୋଳନ । ଟୋଲ ପ୍ଲାଜାରେ ଯାତାୟତ ବନ୍ଦ କଲେ ଆନ୍ଦୋଳନରତ ଚାଷୀ । ସେପଟେ ୧୪ତାରିଖରେ ଦେଶବ୍ୟାପୀ ଧର୍ମଘଟ ବେଳେ କୃଷକ ନେତାଙ୍କ ଆମରଣ ଅନଶନ ଘୋଷଣା ।

୭-ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ସହ ମିଶି କାମ କରିବାକୁ ଫିକ୍କିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ।

୮-FICCIର ୯୩ତମ ସାଧାରଣ ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ- ନିବେଶର ପେଣ୍ଠସ୍ଥଳୀ ପାଲଟିଛି ଓଡ଼ିଶା ।

୯-ଏଲଇଡ଼ି ଆଲୋକମାଳାରେ ଝଲସିବ ସୂର୍ଯ୍ୟମନ୍ଦିର,ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ , ଆଇକନ ସିଟିକୁ ଦୃଷ୍ଟିରେ ରଖି ଏଏସଆଇର ବହୁମୁଖୀ ଯୋଜନା ।

୧୦-କଠୋର ହେଲା କେନ୍ଦ୍ର, ଡେପୁଟେସନରେ ପଶ୍ଚିମବଙ୍ଗର ୩ ଆଇପିଏସ ଅଧିକାରୀ ।

୧୧-ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକରେ ଖୋଲିଲା କଂଗ୍ରେସର ଗୁମର । ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ରେ ଉଲ୍ଲେଖ, ୨୦୧୪ରେ ଦଳୀୟ ପରାଜୟ ପାଇଁ ସୋନିଆ ଓ ମନମୋହନଙ୍କୁ ଦାୟୀ ।

୧୨-ଦୁର୍ବଳ ହେବାରେ ଲାଗିଛି ଲାଲୁଙ୍କ କିଡନି ।

୧୩-ନେସ୍କୋ, ୱେସ୍କୋ ଓ ସାଉଥକୋ ଉପଭୋକ୍ତାଙ୍କ ପାଇଁ ଇ-ସର୍ଭିସ ସେବା ।ଏଣିକି ଏହି ବିଦ୍ୟୁତ ବଣ୍ଟନ କମ୍ପାନିରୁ ସେବା ପାଉଥିବା ଉପଭୋକ୍ତାମାନେ ‘ଓଡ଼ିଶା ୱାନ୍‌’ ପୋର୍ଟାଲ୍‌ ଯଥା www.odishaone.gov.in ଜରିଆରେ ସେମାନଙ୍କ ବିଦ୍ୟୁତ ବିଲ୍‌ ପଇଠ କରିପାରିବେ।

୧୪-ମହମ୍ମଦ ସିରାଜଙ୍କ ଖେଳୁଆଡ ମନୋଭାବ ଜିତିଲା ସଭିଙ୍କ ହୃଦୟ, ବିପକ୍ଷ ଖେଳାଳିଙ୍କ ମୁଣ୍ଡରେ ବଲ୍ ବାଜିବାରୁ ବ୍ୟାଟ୍ ଛାଡି ପାଖକୁ ଦୌଡି ଯାଇଥିଲେ ।

 

 

ଖବର ଆଜିର ତାରିଖ ୦୭-୧୧-୨୦ ଶନିବାର

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.