
ଆସନ୍ତା ୯ ତାରିଖରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଶକ୍ତିଶାଳୀ ହେବା ସହ ବାତ୍ୟା ରୂପ ନେବା ପରେ ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର କରିପାରେ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି) ପୂର୍ବାନମାନ କରିଛି।
ତେବେ ଏପର୍ୟ୍ୟନ୍ତ ବାତ୍ୟାର ଶକ୍ତି ସମ୍ପର୍କରେ ଆକଳନ କରାଯାଇ ପାରି ନାହିଁ। ୧୦ ତାରିଖ ପରେ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଇଛି। ଏହି ବାତ୍ୟା ଅକ୍ଟୋବର ୧୩ରୁ ୧୪ ମଧ୍ୟରେ ଓଡ଼ିଶା-ଆନ୍ଧ୍ର ଉପକୂଳର କୌଣସି ଏକ ସ୍ଥାନରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଥିବା ଆଇଏମଡି ପକ୍ଷରୁ ସୂଚନା ମିଳିଛି।
୧୦ ତାରିଖ ପରେ ବାତ୍ୟାର ଭୟାବହତା ଆକଳନ କରାଯାଇ ସତର୍କ ସୂଚନା ଦିଆଯିବ ବୋଲି କୁହାଯାଇଛି।